ଦେବଦୂତ ସାଜିଲେ ଡାକ୍ତର : ଗୁରୁତର ରୋଗୀଙ୍କୁ ୫ କି.ମି. ବାଟ ଭାରରେ ବୋହିଲେ ଡାକ୍ତର

Published By : Prameya-News7 Bureau | September 17, 2019 IST

ମାଲକାନଗିରି ୧୭।୯: ଦେବଦୂତ ସାଜିଲେ ଡାକ୍ତର । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିରେ । ଗୁରୁତର ରୋଗୀଙ୍କୁ ୫ କିଲୋମିଟର ବାଟ ଭାରରେ ବୋହି ବୋହି ନେଇଛନ୍ତି ନିଜେ ଡାକ୍ତର ।

{"id":158822}

ଗ୍ରାମବାସୀ ନଆସିବାରୁ ରୋଗୀଙ୍କୁ  ଭାରରେ ବୋହି ନେଇଥିଲେ  ଟାଗୋର ସୋସାଇଟିର ଆରୋଗ୍ୟ ପ୍ଲସର ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା ।

{"id":158823}

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଡ଼ଡୁରାଲ ପଞ୍ଚାୟତର ନୂଆଗୁଡାରୁ ବେଲବାଡି ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ରୋଗୀଙ୍କୁ ଅଣାଯାଇଥିଲା । ପରେ ରୋଗୀଙ୍କୁ ବେଲବାଡ଼ିରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.