Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||

କାର୍‌ରେ ଜୀବନ୍ତ ଜଳିଗଲେ ଡାକ୍ତର : ହତ୍ୟା ନା ଦୁର୍ଘଟଣା?

28/10/2020 at 5:10 PM

ଗୁରୁଗ୍ରାମ ୨୮/୧୦: ଗୁରୁଗ୍ରାମର ଘମଡୋଜ ଗାଁ ପାଖରେ ସୋନା ରୋଡରେ ସେଲେରିଓ କାରରେ ଡାକ୍ତରଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିଛି। ବୁଧବାର ସକାଳେ ୬ଟାରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଭୌଣ୍ଡସି ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଏହି ଘଟଣାର ଭୟାବହତାର ଅନୁମାନ କାର୍‌ର ଅବସ୍ଥା ଦେଖି ଲଗାଯାଇ ପାରିବ।

ମୃତକଙ୍କ ପରିଚୟ ଘମଡୋଜ ଗାଁ ବାସିନ୍ଦା କଁଓ୍ବର ପାଲ ଓରଫ ସୋନୁ(୩୫)ବୋଲି ଜଣା ପଡ଼ିଛି। ମୃତକ ଜଣେ ଡାକ୍ତର ଥିଲେ ଏବଂ ସୋହନାରେ ଘରୋଇ ହସ୍ପିଟାଲ ଚଲାଉଥିଲେ। ପୋଲିସଙ୍କ କହିବା ଅନୁସାରେ ରାତି ୧୨ଟାରେ ସୋନୁ ନିଜ ହସ୍ପିଟାଲରୁ ଘମଡୋଜ ଗାଁକୁ ଯିବାକୁ ବାହାରିଥିଲେ। କୁହାଯାଉଛି ଯେ ବିଳମ୍ବିତ ରାତି ପାଖାପାଖି ୨.୩୦ରେ ଗାଡ଼ିରେ ନିଆଁ ଲାଗିଯାଇଥିଲା।

ସକାଳେ ଗାଁଲୋକେ ଦଗ୍ଧ ଗାଡ଼ିକୁ ଦେଖି ଗାଡ଼ିକୁ ଚିହ୍ନଟ କରିଥିଲେ। ଡ୍ରାଇଭର ସିଟରେ ଦଗ୍ଧ ଶବକୁ ଦେଖି ସେମାନେ ପୋଲିସକୁ ଏବିଷୟରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଫରେନସିକ୍ ଟିମକୁ ଡାକିଥିଲା। ଗାଡ଼ି ନମ୍ବର ଆଧାରରେ ମୃତକଙ୍କ ପତ୍ତା ଲଗାଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପୋଲିସ୍ ଶବକୁ ସୋହନା ପୋଷ୍ଟମର୍ଟମକୁ ପଠାଇ ଦେଇଥିଲା।

ମୃତକ ସୋନୁଙ୍କ ପରିବାର ଲୋକେ ଏହାକୁ ସାମାନ୍ୟ ଘଟଣା ନ କହି ହତ୍ୟାକାଣ୍ଡ ବୋଲି କହିଛନ୍ତି। ଯେଉଁଭଳି ଭାବେ ଗାଡ଼ି ରାସ୍ତା କଡ଼ରେ ଛିଡ଼ା​ ରହିଛି ସେଥିରୁ ସ୍ପଷ୍ଟ ହେଉଛି ଯେ କେହି ସୋନୁଙ୍କ ହତ୍ୟା କରି ଗାଡ଼ିରେ ନିଆଁ ଲଗାଇ ଦେଇଛି।

   Related Posts