ଆଇସୋଲେସନ ସେଣ୍ଟରରେ ଡାକ୍ତରଙ୍କୁ ମାଡ ଘଟଣା: ଓମଟା, ଆରଡିଏ, ଜେଡିଏ ଏବଂ ୟୁଜି ଷ୍ଟୁଡେଣ୍ଟ ୟୁନିୟନ୍ର ବିରୋଧ
11/08/2020 at 7:34 PM

ବଲାଙ୍ଗୀର୧୧/୮: ବଲାଙ୍ଗୀରର ଭୀମଭୋଇ କୋଭିଡ ଆଇସୋଲେସନ ସେଣ୍ଟରରେ ଡାକ୍ତରଙ୍କୁ ମାଡ ଘଟଣାର ଦୃଢ ବିରୋଧ କରିଛି ଭୀମସାରର ଓମଟା, ଆରଡିଏ, ଜେଡିଏ ଓ ୟୁଜି ଷ୍ଟୁଟେଣ୍ଟ ୟୁନିୟନ୍ | ଏହା ସହ ଆଜି ଭିମସାର କ୍ଯାମ୍ପସରେ ଜେଡିଏ ପକ୍ଷରୁ କଳା ମାସ୍କ ପିନ୍ଧି ଏହାର ବିରୋଧ ପ୍ରଦର୍ଶନ କରାଯାଇଛି। ତେବେ ଆକ୍ରମଣକାରୀଙ୍କୁ କୋଭିଡର ନୂଆ ଗାଇଡଲାଇନ ଅନୁସାରେ ଏନଏସଏରୁ ଗିରଫ କରାଯାଉ ବୋଲି ଡାକ୍ତରମାନେ ଦାବି କରିଛନ୍ତି। ତେବେ ଆଜିର ବିରୋଧ ପ୍ରଦର୍ଶନରେ ଜେଡିଏ ସଭାପତି ସଂଜୀବ ମିଶ୍ର, ଓମଟାର କାର୍ଯ୍ଯକାରୀ ସଭାପତି ଡାକ୍ତର ଅଶୋକ ପାଣଗ୍ରାହୀ, ଡାକ୍ତର ଶାଶ୍ବତ ହୋତା, ଡକ୍ତର ଉଦୟନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ସୂଚନା ଅନୁସାରେ କିଛି ଦିନ ପୂର୍ବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ଡାକ୍ତର ସୀମାଂଚଳ ଡାକୁଆଙ୍କୁ ଜଣେ ଦୁବୃତ୍ତ ମାଡ ମାରିଥିବା ଅଭିଯୋଗ ହୋଇଥିଲା |