'ତୁରନ୍ତ ଯୋଗ ଦିଅ, ନଚେତ କାର୍ଯ୍ୟାନୁଷ୍ଠାନ', କୋଭିଡ୍ ଡ୍ୟୁଟିରେ ଯୋଗ ଦେଉନଥିବା ଡାକ୍ତରଙ୍କୁ ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 22, 2021 IST

ଭୁବନେଶ୍ୱର, ୨୨।୦୪: ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ କାର୍ଯ୍ୟରେ ଯୋଗ ଦେଉନଥିବା ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ସେମାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।

{"id":442124,"sizeSlug":"large","linkDestination":"none"}

ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ସେକ୍ସନ ୬୫ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସରକାର ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କରୋନାରୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି । ଏହି ସମୟରେ ଅନେକ ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ଅସ୍ଥାୟୀ ଭାବେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପ୍ରଦାନ କରାଯାଇଛି । କିନ୍ତୁ ସେମାନେ ଯୋଗ ଦେଇନଥିବା ଦେଖିବାକୁ ମିଳିଛି । ଏହାସହ ସଂପୃକ୍ତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.