ସୋସିଆଲ ମିଡିଆରେ ଅଶୀଳ୍ଳ ଫଟୋ ଭାଇରାଲ୍ ଘଟଣାରେ ଡାକ୍ତର ଗିରଫ
5/01/2020 at 8:35 PM

ଝାରସୁଗୁଡା ୦୫।୦୧ – ୨୦୧୮ରେ ମାମଲା ରୁଜ୍ଜୁ ହେଲା।ଗିରଫ ହେଲା ୨୦୨୦ରେ । ତାହାପୁଣି ବ୍ୟକ୍ତିଗତ ଝଗଡ଼ା କୁ କେନ୍ଦ୍ର କରି ନକଲି ଫେସବୁକ ଆଇଡି ଖୋଲି ଅଶ୍ଳୀଳ ଫୋଟୋ ଭାଇରାଲ ଯୋଗୁଁ ଗିରଫ ହେବାକୁ ପଡ଼ିଛି ।
ଗତ ୨୦୧୮ମସିହାରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଲମଟିବାହାଲ ରେ ରହୁଥିବା ହୋମିଓପ୍ୟାଥିକ ଚିକିତ୍ସକ ବୋଲାଉଥିବା ଗୌରାଙ୍ଗ ଶର୍ମା ଙ୍କ ସହ ପଡୋଶୀ କେଶବ ଗୁପ୍ତା ଙ୍କ ଝଗଡ଼ା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଗୌରାଙ୍ଗ ପଡୋଶୀ କେଶବ ଗୁପ୍ତା ଙ୍କ ୨ ପୁଅ ନାମରେ ନକଲି ଫେସବୁକ ଆଇଡି ଖୋଲି ସେଥିରେ ଅଶ୍ଳୀଳ ଫୋଟୋ ଓ ଅଶ୍ଳୀଳ ଗାଳି ପୋଷ୍ଟ କରିଥିଲେ।
ଏହାକୁ ନେଇ କେଶବ ଗୁପ୍ତାଙ୍କ ଘରକୁ ଅଚିହ୍ନା ଲୋଜେ ଆସି ଗଣ୍ଡଗୋଳ କରିବାରୁ ସେ ବ୍ରଜରାଜନଗର ଥାନା ରେ ମାମଲା ରୁଜ୍ଜୁ କରିଥିଲେ । ଉକ୍ତ ଏହି ଘଟଣା ରେ ଆଜି ଡାକ୍ତର ଗୌରାଙ୍ଗ ଶର୍ମାକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଡାକ୍ତର ନିଜ ଭୁଲକୁ ସ୍ୱୀକାର କରିଛି ।