ନାବାଳିକାଙ୍କ ଗର୍ଭପାତ କରି ଭୃଣକୁ ଆବର୍ଜନା ସ୍ଥାନରେ ପକାଇ ଦେଇଥିଲେ ଡାକ୍ତର : ଡାକ୍ତର ଓ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 19, 2020 IST

ଅହମଦାବାଦ ୧୯/୦୭ : ଯୌନ ନିର୍ଯାତନା ତଥା ୧୫ ବର୍ଷର ବାଳିକାକୁ ଗର୍ଭପାତ କରାଇବା ମାମଲାରେ ଅହମ୍ମଦାବାଦ ପୋଲିସ ଜଣେ ୧୯ ବର୍ଷ ବୟସ୍କ ଯୁବକ ଏବଂ ୫୯ ବର୍ଷ ବୟସ୍କ ଡାକ୍ତରଙ୍କୁ ଶନିବାର ଦିନ ଗିରଫ କରିଛି । ଅଭିଯୁକ୍ତ ଡାକ୍ତର ହେଲେ ଡକ୍ଟର ଚେତନ ଶାହା | ସେ ବେଆଇନ ଭାବେ ନାବାଳିକାଙ୍କ ଗର୍ଭପାତ କରାଇଥିଲେ | ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିଲେ | ଗର୍ଭପାତ ପରେ ଭୃଣକୁ ସହରର ଏକ ଆବର୍ଜନା ସ୍ଥାନରେ ପକାଇ ଦେଇଥିଲେ |

ପୋଲିସ ସୂଚନା ଅନୁଯାୟୀ, ଡାକ୍ତର ଚେତନ ମଣିନଗର ଅଞ୍ଚଳର ବାସିନ୍ଦା ଏବଂ ଗତ ୨୯ ବର୍ଷ ଧରି ସହରର ଭାଟଭା GIDC ଅଞ୍ଚଳରେ ‘କେଭାଲ ମେଡିକେୟାର ସେଣ୍ଟର’ ହସ୍ପିଟାଲ ଚଳାଉଛନ୍ତି । ଜୁଲାଇ ୬ ତାରିଖରେ ସେ ନାବାଳିକାଙ୍କ ଗର୍ଭସ୍ଥ ଶିଶୁକୁ ଗର୍ଭପାତ କରାଇଥିଲେ ଏବଂ ପରେ ନିଜ କାରରେ ଘରକୁ ଫେରୁଥିବା ସମୟରେ ଭୃଣକୁ ମଣିନଗର ଅଞ୍ଚଳର ଏକ ଆବର୍ଜନା ସ୍ଥାନରେ ଫିଙ୍ଗି ଦେଇଥିଲେ । ନାବାଳିକାଙ୍କ ଗର୍ଭଧାରଣ ଏବଂ ଗର୍ଭପାତ ଲୁଚାଇବାକୁ ସେ ତାଙ୍କ ଠାରୁ ୧୫ ହଜାର ଟଙ୍କା ନେଇଥିଲେ |

ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁଯାୟୀ, ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା । କିନ୍ତୁ ପରେ ପୋଲିସ ଟିମର ତଦନ୍ତ ପରେ ପ୍ରମାଣ ସଂଗ୍ରହ କରି ଶନିବାର ଡାକ୍ତରଙ୍କୁ ଗିରଫ କରିଥିଲା । ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଧାରା ୩୧୮ରେ ମାମଲା ରୁଜ୍ଜୁ ହୋଇଛି | ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବା ପରେ ପୋଲିସ ନାବାଳିକାକୁ ଚିହ୍ନଟ କରିଥିଲା | ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ୧୯ ବର୍ଷ ବୟସ୍କ ସୁନୀଲ ସରଗରାକୁ ଗିରଫ କରିଥିଲା | ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭଧାରଣ ଅଭିଯୋଗରେ ସୁନୀଲ ବିରୋଧରେ POCSO ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.