ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଡାକ୍ତର

Published By : Prameya-News7 Bureau | June 17, 2020 IST

ଖୋର୍ଦ୍ଧା୧୭/୬: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ସ୍ତ୍ରୀ ଓ ପ୍ରସୂତି  ଡାକ୍ତରଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସାମନ୍ତରାପୁର ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣା ଜନିତ ଚିକିତ୍ସା ଲାଗି ବିଡିଏ କଲୋନୀ ସ୍ଥିତ ସ୍ତ୍ରୀ ଓ ପସୂତି ଡାକ୍ତର ବୈଦ୍ଯନାଥ ନାୟକଙ୍କ ଖୋର୍ଦ୍ଧା ବିଡିଏ କଲୋନୀରେ ଥିବା  ଘରୋଇ କ୍ଲିନିକକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା ଆଳରେ ଅସଦାଚାରଣ  କରିଥିବା ନେଇ ଥାନାରେ ସଂପୃକ୍ତ  ମହିଳା  ଅଭିଯୋଗ କରିଥିଲେ ।

ସେ ରକ୍ତ ପରୀକ୍ଷା ପାଇଁ କହିଥିଲେ । ଏହାପରେ ସେ ଆଉଥରେ ପରୀକ୍ଷା କରାଯିବ କହି ଅସଦାଚଣ କରିଥିବା ପ୍ରସୂତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ  ଏକ ମାମଲା ରୁଜୁ କରି ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.