କ୍ଲିନିକରେ ଅଶ୍ଳୀଳ ଭିଡିଓ କରି ମହିଳାଙ୍କୁ ଧମକ ଦେଇ ଦୁଷ୍କର୍ମ କରୁଥିଲେ ବାପ ପୁଅ
30/06/2019 at 4:55 PM

ବଡୋଦାରା ୩୦/୬ : ଗୁଜରାଟ ବଡଦାରରୁ ଏକ ନିହାତି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଚିକିତ୍ସା ବାହାନାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ନିଜ ଯୌନ ଲାଳସା ମେଣ୍ଟାଉଥିଲା । ପୂର୍ବରୁ ମଧ୍ୟ ଗୁଜରାଟରୁ ଏହିଭଳି ଏକ ଖବର ଆସିଥିଲା । ଜଣେ ବୟସ୍କ ଡାକ୍ତର ଏବଂ ତାର ଆଇଟିଆଇ ପାସ କରିଥିବା ପୁଅ ଚିକିତ୍ସା ବହନରେ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ ଏବଂ ଏହାର ଭିଡିଓ ରେକଡିଂ କରୁଥିଲେ । ଏହାପରେ ଏହି ଭିଡିଓରେ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ଏବଂ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ।

ପାଟଣ ଜିଲ୍ଲାର ସମୀରୁ ଏହି ବୟସ୍କ ଡାକ୍ତର ଏବଂ ବିନା ଡିଗ୍ରୀ ଯୁକ୍ତ ପୁଅକୁ ଗିରଫ କରାଯାଇଛି । ଉଭୟ ବାପା ପୁଅ ତାଙ୍କ କ୍ଲିନିକକୁ ଆସୁଥିବା ମହିଳାଙ୍କ ଭିଡିଓ କରୁଥିଲେ । ଯାଞ୍ଚ କରିବା ବହନରେ ଏମାନେ ମହିଳାଙ୍କ ଭିଡିଓ କରୁଥିଲେ । ଏହାପରେ ଭିଡିଓ ଭାଇରାଲ କରିବା ଧମକ ଦେଇ ଦୁଷ୍କର୍ମ କରୁଥିଲେ ।

ମହିଳାମାନଙ୍କ ସହ ଅଶ୍ଲିଳ କୃତ୍ୟର ଭିଡିଓ ଭାଇରାଲ ହେବା ପରେ ଲୋକେ କ୍ଲିନିକରେ ହଙ୍ଗାମା କରିଥିଲେ । ଡାକ୍ତର ବାପା ପୁଅକୁ ମାଡ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଉଭୟଙ୍କ ମୋବୋଇଲ ଜବତ କରି ପିଡୀତାଙ୍କ ବୟାନ ଆଧାରରେ ମାମଲା ରୁଜ୍ଜୁ କରିଛି । ଡାକ୍ତରର ଭିଡିଓ ଭାଇରାଲ ହେବାପରେ ଗାଁରେ ହଇଚଇ ସୃଷ୍ଟି ହୋଇଥିଲା । ଲୋକେ ବାପା ପୁଅଙ୍କୁ ଦ୍ୱିତୀୟ ନାରାୟଣ ସାଇ ବୋଲି କହିଛନ୍ତି । ଏମାନଙ୍କୁ ମଧ୍ୟ ଆଶାରାମ ଏବଂ ନାରାୟଣ ସାଇ ଭଳି ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ଗାଁଲୋକେ ।

ଗତ ୪୦ ବର୍ଷ ହେଲା ମହେନ୍ଦ୍ର ମୋଦି ବିଏଏମଏସ ଡିଗ୍ରି କରି ସବୁ ରୋଗର ଚିକିତ୍ସା କରୁଥିଲା । ମେହମାଣାର ଅନ୍ୟ ହସ୍ପିଟାଲରେ ପ୍ରାକଟିସ କରି ଡାକ୍ତର କ୍ଲିନିକକୁ ସପ୍ତାହକୁ ୨ ଦିନ ଆସୁଥିଲା ଏବଂ ବାକି ଦିନ ତାର ପୁଅ କ୍ଲିନିକ ସମ୍ଭାଳୁଥିଲା । ମହିଳାଙ୍କ ବୟାନ ଆଧାରରେ ପୋଲିସ ବାପା ପୁଅକୁ ଗିରଫ କରି ଅଧିକ ତଦନ୍ତ କରୁଛି । ପୋଲିସ ବାପା ପୁଅର ମୋବାଇଲ ଫୋନ ମଧ୍ୟ ଜବତ କରିଛି ଯେଉଁଥିରେ ଏମାନେ ଅଶ୍ଳୀଳ ଭିଡିଓ ତିଆରି କରୁଥିଲେ ।