Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମୃତଦେହକୁ ଛୁଇଁଲେନି ଆତ୍ମୀୟ, ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କଲେ ଡାକ୍ତର ଓ ବିଡିଓ

7/05/2021 at 11:59 AM

ଆସିକା, ୦୭।୦୫: ପର କରିଦେଲେ ପରିବାର ଲୋକେ । ପଡୋଶୀ ବି ମୁହଁ ମୋଡି ଦେଉଛନ୍ତି । କରୋନା ଭୟରେ ହଜି ଯାଇଛି ମାନବିକତା। ଗୋଟିଏ ପରେ ଗୋଟିଏ ଛାତିଥରା ଘଟଣା ଦେଖିବାକୁ ମିଳୁଛି । କରୋନାରେ ମୃତକ ଅଲୋଡ଼ା ହୋଇଯାଇଛନ୍ତି । କେଉଁଠି ପରିବାର ଲୋକ ନେବାକୁ ଆସୁନାହାନ୍ତି ତ ଆଉ କେଉଁଠି ଶ୍ମଶାନରେ ଚାରି କାନ୍ଧ ମିଳୁନି। ମାତ୍ର ଏଭଳି କ୍ଷେତ୍ରରେ ବୁଗୁଡ଼ାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଡାକ୍ତର, ବିଡିଓ ଓ ଜନପ୍ରତିନିଧି । ଆଗପଛ ହୋଇ ଦମ୍ପତି ଆଖି ବୁଜିଦେଲେ । ପରିବାର ଲୋକ ମୃତଦେହ ନେବାକୁ ଆସିଲେ ନାହିଁ । ଚାରି କାନ୍ଧ ଦେଲେ ବିଡିଓ, ଡାକ୍ତର, ମେଡିକାଲ ବିପିଏମ୍‌ ଓ ସରପଞ୍ଚ ପ୍ରତିନିଧି । କେଭିଡ୍‌ କେୟାର ସେଣ୍ଟର ଠାରୁ କିଛି ଦୂରରେ ଥିବା ଏକ ଶ୍ମଶାନରେ ଅନ୍ତିମ ସତ୍କାର କରିଛନ୍ତି । ସେହିପରି ଆସିକାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାର ଲୋକଙ୍କ ପାଇଁ ଅଲୋଡ଼ା ହୋଇଯାଇଥିଲେ । ମୃତଦେହ ନେବାକୁ ଅମଙ୍ଗ ହୋଇଥିଲେ। ଶେଷରେ ସ୍ୱେଚ୍ଛାସେବୀ ଯୁବକଙ୍କ ଦ୍ୱାରା ଅନ୍ତିମ ସତ୍କାର କରାଯାଇଛି ।

ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡ଼ା ଗ୍ରାମର ପଞ୍ଚୁ ପ୍ରଧାନ (୬୦)ଙ୍କ ପୋଲସରା ଡାକ୍ତରଖାନାରେ ବୁଧବାର ଭୋରୁ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ଅର୍ଥାତ ସେହିଦିନ ଅପରାହ୍ନ ୩ଟାରେ ସ୍ତ୍ରୀ ସବିତା(୫୦) ଆଖି ବୁଜି ଦେଲେ । ୧୨ ଘଣ୍ଟା ମଧ୍ୟରେ ଦୁଇ ଜଣକ ମୃତ୍ୟୁ ଗ୍ରାମରେ ଆତଙ୍କ ଖେଳିଗଲା । ଭୟରେ କେହି ଶବ ପାଖ ମାଡିଲେ ନାହିଁ । ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଉଠାଇବା ପାଇଁ ବିଡିଓଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଶାସନ ତରଫରୁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଶବ ଉଠାଇବାକୁ କେହି ଆସିଲେ ନାହିଁ । ବିଡିଓ ତନ୍ମୟ ପାତ୍ର, ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱଳ, ଡାକ୍ତର ମନୋରଞ୍ଜନ ନାୟକ, ମେଡିକାଲ ବିପିଏମ ବିଶ୍ୱଜିତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ପିପିଇ କିଟ୍‌ ପିନ୍ଧି ଶବ କାନେ୍ଧଇ ଥିଲେ । ପ୍ରାୟ ଦୁଇ ଶହ ମିଟର ବୋହି ନେଇ ଜଙ୍ଗଲ ଭିତରେ ଶବ ସତ୍କାର କରିଛନ୍ତି ।

ସେହିପରି ଆସିକା କେଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିଲେ ତଅଁର ଗ୍ରାମର ରାମକୃଷ୍ଣ ପାଢ଼ୀ(୭୨) । ଆଜି ତାଙ୍କର ପରଲୋକ ହୋଇଯାଇଛି । ଟେଲରିଂ କରି ପରିବାର ଗୁଜୁରାଣ ମେଣ୍ଟାଉଥଲେ । ପରିବାର କହିଲେ ସ୍ତ୍ରୀ ସଚଳା, ଦୁଇ ଝିଅ ଓ ଗୋଟିଏ ପୁଅ । ଦୁଇ ଝିଅଙ୍କ ବିବାହ ସରିଛି । କିଛି ଦିନ ହେଲା ଅସୁସ୍ଥ ଅନୁଭବ କରିବାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏନେଇ ଆସିକା ନିକଟସ୍ଥ ବାବନପୁର କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ପୂର୍ବରୁ ପୁଅ, ବନ୍ଧୁ ବାନ୍ଧବ ଆତ୍ମୀୟସୃଜନ ତାଙ୍କୁ କାନ୍ଧ ଦେବେ ବୋଲି ଆଶା ରଖିଥିଲେ । ମାତ୍ର କାନ୍ଧ ଦେବାକୁ ଜଣେ କେହି ଆସିଲେ ନାହିଁ ।

ଆସିକା ତହସିଲଦାର ସଦାନନ୍ଦ ସେଠୀ, ଏନ୍‌ଏସି କର୍ମଚାରୀ ସିସିସିରେ ପହଞ୍ଚିଥିଲେ । ମୃତଦେହ ନେବାକୁ ରାମକୃଷ୍ଣଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଘର ଲୋକ ଉକ୍ତ ଶବକୁ ଦେଖିଲେ କିନ୍ତୁ ନେଲେ ନାହିଁ । ଏମିତି ବହୁତ ଡେରି ହେବାରୁ ବାବନପୁର ସରପଞ୍ଚ ପ୍ରତିନିଧି ଅନୀଲ ନାହାକ ଶବ ସତ୍କାର ପାଇଁ ଗ୍ରାମର କିଛି ସ୍ୱେଚ୍ଛାସେବୀଙ୍କୁ ଅନୁରାଧ କରିଥିଲେ । ୫ଜଣ ସ୍ୱେଚ୍ଛାସେବୀ କାହ୍ନା ନାୟକ, ଦିଲ୍ଲୀପ ନାୟକ, ସିପୁନ ପ୍ରଧାନ, ଆଦିତ୍ୟ ଜେନା, ପ୍ରଦୀପ ନାୟକ ପିପିଇ କିଟ୍‌ ପରିଧାନ କରି ମୃତଦେହ ନେଇ ଅନ୍ତିମ ସତ୍କାର କରିଛନ୍ତି । ଶବଦାହ ବେଳେ ପୁଅ ମନୋଜ ପାଢ଼ୀ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଇଛନ୍ତି । ପାଖରେ ସାନ ଜ୍ୱାଇଁ ନିମାଇଁ ଦାସ, ପୂର୍ବତନ ସରପଞ୍ଚ ପଦ୍ମଚରଣ ପାଢ଼ୀ, ଜିତେନ୍ଦ୍ର ମୁନୀ ଉପସ୍ଥିତ ଥିଲେ । ସ୍ୱେଚ୍ଛାସେବୀ ଯୁବକଙ୍କ ଏତାଦୃଶ୍ୟ କାର୍ଯ୍ୟ ପାଇଁ ବୁଦ୍ଧୀଜୀବୀ ମହଲରେ ପ୍ରଶଂସା କରାଯାଇଛି ।

   Related Posts