ଜୟପୁରରେ ଡାକ୍ତର-ଓକିଲ ମୁହାଁମୁହି, ଥାନାରେ ମାମଲା

Published By : Prameya-News7 Bureau | November 15, 2018 IST

ଜୟପୁର ୧୫/୧୧ : ଚିକିତ୍ସା ଅବହେଳାରେ ଶିଶୁ ମୃତ୍ୟୁକୁ ନେଇ ଜୟପୁରରେ ଡାକ୍ତର ଓକିଲ ମୁହାଁମୁହିଁ । ଉଭୟ ପକ୍ଷ ପରସ୍ପରକୁ ଧମକ ଚମକ ଦେବା ସହ ଗାଳିଗୁଲଜ କରିଥିବା ଅଭିଯୋଗ । ଡାକ୍ତର ଓକିଲଙ୍କ ଗଣ୍ଡଗୋଳର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସଂପୃକ୍ତ ଡାକ୍ତର ଓକିଲଙ୍କ ବିରୋଧରେ ଜୟପୁର ସଦର ଥାନାରେ ମାମଲା ଦାୟର କରିଛନ୍ତି । ପୂରା ଘଟଣାରେ ଓକିଲ ନିଜେ ଥାନାରେ ମାମଲା ଦେଇନଥିଲେ ବି ଜୟପୁର ଓକିଲ ସଂଘ ଏଥିରେ ହସ୍ତକ୍ଷେପ କରିବା ସହ ଡାକ୍ତରଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ।ଏହାକୁ ନେଇ ଓକିଲ ଓ ଡାକ୍ତର ସଂଘ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.