Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଶିଶୁ ରୋଗ ବିଶେଷଜ୍ଞ ଡା. ଅକ୍ଷୟ କୁମାର ରାଉତଙ୍କ ପରଲୋକ

26/05/2020 at 10:58 AM

ଭୁବନେଶ୍ୱର ୨୬।୦୫: ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ପିତା ତଥା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଶ୍ୱଶୁର ଡା. ଅକ୍ଷୟ କୁମାର ରାଉତଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ନାୟୁଗତ ରୋଗ ପାଇଁ ତାଙ୍କର ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଡା. ରାଉତ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ଗ୍ରାମରେ ୧୯୫୦ ମସିହା ଫେବ୍ରୁଆରୀ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୨ ମସିହାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍‌ରୁ ଡାକ୍ତରୀ ପାସ୍‌ କରିଥିଲେ । ତାଙ୍କ ପତ୍ନୀ ହେଉଛନ୍ତି ପୁଷ୍ପା ରାଉତ । ତାଙ୍କର ତିନି ଝିଅ ସୁଜାତା କାର୍ତ୍ତିକେୟନ୍‌, ସୁସ୍ମିତା ରାଉତ ଓ ସୁଚିତ୍ରା ରାଉତ । ସୁସ୍ମିତା ଜଣେ ପ୍ରାଣୀ ଚିକିତ୍ସକ ଓ ସୁଚିତ୍ରା ଜଣେ ମ୍ୟାନେଜମେଣ୍ଟ ପେଷାଦାର । ସୁଚିତ୍ରା ଓ ସୁସ୍ମିତା ବିଦେଶରେ ରହୁଛନ୍ତି । ଜାମସେଦପୁର ଟାଟାନଗର ଅଞ୍ଚଳରେ ଶିଶୁ ଚିକିତ୍ସିକ ଭାବେ ଡା. ରାଉତ ବେଶ୍‌ ପରିଚିତ ଥିଲେ । ଗରିବ ପିଲାମାନଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ । ଟାଟା ହସ୍ପିଟାଲରୁ ସ୍ୱେଚ୍ଛାକୃତ ଅବସର ପରେ ସେ ଜାମସେଦପୁରରେ ପତ୍ନୀଙ୍କ ନାମରେ କ୍ଲିନିକ୍‌ ଖୋଲି ଚିକିତ୍ସା ସେବା ଜାରି ରଖିଥିଲେ ।

ଡା. ରାଉତଙ୍କ ବିୟୋଗରେ ସୋଆ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡ. ନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି, ଅକ୍ଷୟ ଭାଇ ଆମ ଅଞ୍ଚଳର ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସବୁବେଳେ ଜଣେ ସାଧାରଣ ଗାଉଁଲି ଲୋକ ଭଳି ବ୍ୟବହାର କରୁଥିଲେ । ତାଙ୍କ ସହ ମୋର ଦୀର୍ଘ ଦିନର ବନ୍ଧୁତା ଥିଲା । ବଡ଼ ଭାଇ ଭଳି ସେ ସବୁବେଳେ ମାର୍ଗଦର୍ଶନ କରୁଥିଲେ । ଆମ ଗାଁ ବଲୁରିଆ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଥିଲା । ଯେଉଁଠି ଥିଲେ ବି ସେ ଅଞ୍ଚଳର ଭଲ ମନ୍ଦ କଥା ବୁଝୁଥିଲେ । ତାଙ୍କ ବିୟୋଗରେ ଆମ ଜିଲ୍ଲା ଜଣେ ଦରଦୀ ମଣିଷଙ୍କୁ ହରାଇଲା । ଡ. ନାୟକ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

   Related Posts