ମୃତ୍ୟୁ ଏମିତି ବି ଆସେ: ନିଜ ବୋମାରେ ନିଜେ ମଲା ଦୁର୍ଦ୍ଦାନ୍ତ ଅପରାଧୀ ଚରଣ ରାଉତ
15/07/2019 at 7:30 PM

ଭଞ୍ଜନଗର୧୫|୭: ନିଜ ବୋମାରେ ନିଜେ ମଲା ଦୁର୍ଦ୍ଦାନ୍ତ ଅପରାଧୀ ଚରଣ ରାଉତ । ଭଂଜନଗର କଣ୍ଟେଇପଲି ଛକରୁ ଗୋରୁ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ସହଯୋଗୀଙ୍କ ସହ ଫେରାର ହୋଇ ଯାଉଥିଲେ । ହଠାତ ବାଇକ୍ରୁ ପଡିଯିବାରୁ ପକେଟେରେ ଥିବା ବୋମା ପୁଠିଥିଲା। ଯେଉଁଥିରେ ଚରଣର ମୃତ୍ୟୁ ହୋଇଛି । ଅନ୍ୟ ୫ଜଣ ଦୁର୍ବୁତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ମୃତ୍ୟୁ ଏମିତି ବି ଆସେ। ଯେଉଁ ବୋମା ପର ପାଇଁ ରଖିଥିଲେ ସେଇଥିଲେ ଗଲା ଜୀବନ। ପକେଟ୍ରେ ଥିବା ବୋମା ନିଜପାଇଁ ହିଁ ହେଲା କାଳ । ବିସ୍ଫୋରଣରେ ପ୍ରାଣ ହରାଇଲା ପେଷାଦାର ଅପରାଧୀ ଚରଣ ରାଉତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଡହ ଛକ ନିକଟରେ ।

ଗୋରୁ ବେପାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ୩ଟି ବାଇକ୍ରେ ଖସିଯିବାକୁ ଚେଷ୍ଟା କରୁଥିଲେ ୬ଦୁର୍ବୃତ୍ତ । ପୋଲିସ୍ ଦୁର୍ବୁତ୍ତମାନଙ୍କୁ ପିଛା କରୁଥିଲା । ହଠାତ ଭଞ୍ଜନଗର ଡହ ଛକ୍ ନିକଟରେ ବାଇକ୍ରୁ ଚରଣ ରାଉତ ଖସିପଡିବାଥିଲା। ଏହି ସମୟରେ ପକେଟ୍ରେ ଥିବା ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲା ଚରଣ। କିଛି ସମୟ ପରେ ହିଁ ତାର ମୃତ୍ୟୁ ହୋଇଥିଲା । ମୃତ ଚରଣ ରାଉତ ନାଁରେ ବିଭିନ୍ନ ଥାନାରେ ସଂଗୀନ ମାମଲା ରହିଛି ।

ପୋଲିସର ମୋଷ୍ଟ ୱାଣ୍ଟେଡ଼ କ୍ରିମିନାଲ ତାଲିକାରେ ତାର ନାଁ ଥିଲା । ୨୦୧୬ରେ ଏକ ଗୁଳିକାଣ୍ଡ ଘଟଣାରେ ସେ ସଂପୃକ୍ତ ଥିଲା। ଘଟଣା ସ୍ଥଳରୁ ଅନ୍ୟ ୫ଦୁର୍ବୃତ ଫେରାର ହୋଇଯିବା ସହ ତିନିଟ୍ ବାଇକ୍ ଗୋଟିଏ ଦେଶି ବନ୍ଧୁକ ୨୧ହଜାର ଟଙ୍କା ଜବତ କରିଛି ଭଞ୍ଜନଗର ପୋଲିସ ।

ଚରଣ ରାଉତରର ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି । ଭଞ୍ଜନଗର ପୋଲିସ ଓ ଗାଙ୍ଗପୁର ପୋଲିସ ଘଟଣାର ମିଳିତ ତଦନ୍ତ କରୁଛନ୍ତି ।
