ନିଜ ପକେଟରେ ଥିବା ବୋମା ଫୁଟିଯିବାରୁ ଦୁର୍ଦ୍ଦାନ୍ତ ଡକାୟତର ମୃତ୍ୟୁ, ଲକ୍ଷାଧିକ ଟଙ୍କା ନେଇ ମାରୁଥିଲା ଚମ୍ପଟ

Published By : Prameya-News7 Bureau | July 15, 2019 IST

ଭଞ୍ଜନଗର୧୫|୭: ନିଜ ପକେଟରେ ଥିବା ବୋମା ଫୁଟିଯିବା ଫଳରେ ଗଞ୍ଜାମ ଜିଲ୍ଲା ଗାଂଗପୁର ନିକଟରେ ଜଣେ ଦୁର୍ଦ୍ଦାନ୍ତ ଡକାୟତର ମୃତ୍ୟୁ ହୋଇଛି । ମୃତ ଡକାୟତର ନାଁ ଚରଣ ରାଉତ । ତିନିଟି ମୋଟରସାଇକଲରେ ଡକାୟତମାନେ ଗାଙ୍ଗପୁର- ଭଂଜନଗର ମଧ୍ୟବର୍ତ୍ତୀ କଂଟେଇପାଲି ଛକରେ ଜଣେ ଗୋରୁ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଛଡାଇନେଇ ପଳାଉଥିବାବେଳେ ସେମାନଙ୍କୁ ଗାଙ୍ଗପୁର ପୋଲିସ ପିଚ୍ଛା କରିଥିଲା ।

ଡକାୟତମାନେ ଡହ ରାସ୍ତାରେ ପଳାଉଥିବାବେଳେ ତିନିଟି ବାଇକ ମଧ୍ୟରୁ ଗୋଟିଏ ବାଇକ ସ୍ଲିପ କରିବାରୁ ଚରଣ ତଳେ ପଡିଯାଇଥିଲା । ଫଳରେ ସେ ପକେଟରେ ରଖିଥିବା ଏକ ବୋମା ଫୁଟିଯାଇଥିଲା । ଘଟଣାସ୍ଥଲରେ ହିଁ ତାର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଡକାୟତମାନେ ଖସି ପଳାଇଥିବା ଜଣା ପଡିଛି । ପୋଲିସ ଅନ୍ୟ ଡକାୟତଙ୍କୁ ଖୋଜୁଛି । ମୃତ ଚରଣ ବିରୋଧରେ ବିଭିନ୍ନ ଥାନାରେ ବହୁ ଅପରାଧ ମାମଲା ରହିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ବେଲଗୁଣ୍ଠାଠାରେ ଗୋରୁ ହାଟ ଅନୁଷ୍ଠିତ ହୋଇଥାେ । ଏହି ହାଟକୁ ଲକ୍ଷ ଲକ୍ଷ ଟଙ୍କା ଧରି ବ୍ୟବସାୟୀମାନେ ଆସିଥାନ୍ତି । ଡକାୟତମାନେ ଏହି ଖବର ରଖି ଆଜି କଂଟେଇପାଲି ଛକରେ ଗୋରୁ ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.