ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଡକାୟତ

Published By : Prameya-News7 Bureau | February 10, 2019 IST

କାମାକ୍ଷାନଗର ୧୦|୨:  ଢେଙ୍କାନାଳ କାମାକ୍ଷାନଗରରେ ଡକାୟତି ହୋଇଛି । ତୁମୁଶିଙ୍ଗା ଥାନା ପଣ୍ଡୁଆ ବଜାର ନିକଟରେ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଡକାୟତଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":83818}

ସୂଚନା ଅନୁସାରେ କାମାକ୍ଷାନଗର ଅଞ୍ଚଳର ସେସୁ କର୍ମଚାରୀ ମନୋଜ ସାହୁଙ୍କ ଘରେ ହୋଇଛି ଡକାୟତି । ଘରେ ପଶି ସଶସ୍ତ୍ର ଡକାୟତ ୧୩ ଭରି ସୁନା ଅଳଙ୍କାର ସହ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ତୁମୁଶିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ସହାୟତରେ ପୋଲିସ ତଦନ୍ତ ଚଳାଇଛି ।

{"id":83819}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.