ଡକାୟତଙ୍କ ଟାର୍ଗେଟ୍ରେ ବ୍ୟବସାୟୀ : ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
11/07/2019 at 4:28 PM

ଝାରସୁଗୁଡା ୧୧|୭: ବାଗଡିହିରେ ଡକାୟତଙ୍କ ଟାର୍ଗେଟରେ ବ୍ୟବସାୟୀ | ଅର୍ଦ୍ଧନଗ୍ନ ଅବସ୍ଥାରେ ଆସି ଲୁଟେରାମାନେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର |
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବାଗଡ଼ିହିରେ ଜଣେ ବ୍ୟବସାୟୀ ଶ୍ୟାମଲାଲ ଅଗ୍ରୱାଲ ନିଜ ପରିବାର ସହ ନିଜ ଘରେ ଶୋଇଥିବା ବେଳେ ଘରର ଝରକା ଭାଙ୍ଗି ପଶିଥିଲେ୧୨ ଜଣ ଦୁର୍ବୃତ୍ତ। ଶ୍ୟାମଲାଲ ଅଗ୍ରୱାଲ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧିଦେଇ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା । ଆଜି ସକାଳେ ଖବରପାଇ ଘଟଣାସ୍ଥଳରେ ବାଗଡ଼ିହି ପୋଲିସ ଓ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡା ଏସଡିପିଓ ଏବଂ ଏସପି ମଧ୍ୟ ପହଞ୍ଚି ସାଇଣ୍ଟିଫିକ ଦଳ ସହାୟତାରେ ଅଧିକ ତଦନ୍ତ କରିଛନ୍ତି | କିନ୍ତୁ ଡକାୟତଙ୍କ ଟେର୍ ପାଇନାହିଁ ପୋଲିସ | ଖୁବଶୀଘ୍ର ଏହି ମାମଲାର ପର୍ଦ୍ଦାଫାସ ହେବ ବୋଲି ଏସପି କହିଛନ୍ତି |
ଗତବର୍ଷ ବାଗଡ଼ିହିରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଓ ଅନ୍ୟ ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ଡକାୟତି ହୋଇଥିଲା।