ଡକାୟତଙ୍କ ଉପରେ ଚଢିଗଲା ଟ୍ରକ୍, ଟ୍ରକ୍‌କୁ ଅଟକାଇ କରୁଥିଲେ ଡକାୟତି ଉଦ୍ୟମ

Published By : Prameya-News7 Bureau | June 05, 2019 IST

ରାଉରକେଲା ୫|୬: ଗତକାଲି ବିଳମ୍ବିତ ରାତିରେ ବ୍ରାହ୍ମଣୀ ତରଙ୍ଗ ଥାନା କଳୁଙ୍ଗା ଅଚଂଳରେ ଘଟିଛି ଡକାୟତି । ଗୁରୁଣ୍ଡିଆରୁ କଳୁଙ୍ଗା ଆସୁଥିଲା ଟ୍ରକକୁ ଚୋରି କରିବା ଉଦ୍ୟମ କରି ୬ ଡକାୟତ ଟ୍ରକକୁ ଅଟକାଇ ଡ୍ରାଇଭରକୁ ମାରପିଟ କରି ଲୁଟି ନେଇଛନ୍ତି ୨୦ହଜାର ଟଙ୍କା । ଡ୍ରାଇଭର  ଜୀବନ ବଞ୍ଚାଇବାକୁ ଯାଇ ଟ୍ରକ୍ ଆଗକୁ ମାଡିନେବା ଫଳରେ ଟ୍ରକ୍ ଚକ ତଳେ ପଡି ଜଣେ ଡକାୟତର ମୃତ୍ୟୁ ହୋଇଥିଲା ।  ୪ ଡକାୟତଙ୍କ ସହ ଟ୍ରକ ଡ୍ରାଇଭର  ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ୪ ଡ଼କାୟତଙ୍କ ସହ ଟ୍ରକ୍ ଡ୍ରାଇଭରକୁ  ବ୍ରାହ୍ମଣୀ ତରଙ୍ଗ ପୋଲିସ ରାଉରକେଲା ସରକାରୀ ଡ଼।କ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ଟ୍ରକ ଡ୍ରାଇଭର  ଓ ଜଣେ ଡକାୟତ ଭଲ ହୋଇଯିବାରୁ ସେମାନଙ୍କୁ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଟକ ରଖାଯାଇଛି । ଆଉ ତିନି ଡ଼କାୟତ ଡ଼।କ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

{"id":119813}

ଚିକିତ୍ସିତ ହେଉଥିବା ଅଭିଯୁକ୍ତ ଡ଼କାୟତ କହିବା କଥା ଯେ ଆମେ ଡ଼କାୟତ କରିବାକୁ ଉଦ୍ୟମ କରୁନଥିଲେ । ମଦ୍ୟପାନ କରି ମଟର ସାଇକେଲରେ ଫେରିବା ସମୟରେ ଟ୍ରକ୍ ଆମକୁ ମାଡିଗଲା ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମାଡିଯିବା ପରେ ଆମେ ଟ୍ରକ ଡ୍ରାଇଭରଙ୍କୁ  ମାରପିଟ କରିଛୁ । ଡକାୟତ ଅଭିଯୋଗ ମିଥ୍ୟା ବୋଲି କହିଛି ଚିକିତ୍ସିତ ହେଉଥିଲା ଡକାୟତ ଅଭିଯୁକ୍ତ ।

{"id":119814}

ଟ୍ରକ ଡ୍ରାଇଭର କହିବା କଥା ଯେ, ୬ ଜଣ ଟ୍ରକ୍ ଅଟକାଇ ମାରପିଟ କରି ୨୦ହଜାର ଟଙ୍କା ଲୁଟ୍ କରିନେଇଛନ୍ତି । ଜୀବନ ବଞ୍ଚାଇବାକୁ ଯାଇ ମୁଁ ଟ୍ରକ୍ ଆଗକୁ ନେବାରୁ ଜଣେ ଚକ ତଳେ ପଡି ମୃତ୍ୟୁ କରିଛି । ପୋଲିସ ତିନୋଟି ମଟର ସାଇକେଲ ସହ ଡ଼କାୟତମାନଙ୍କୁ ଠାରୁ ୩ ହଜାର ଟଙ୍କା ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.