ବଲାଂଗିରରେ ବଡ଼ ଧରଣର ଡ଼କାୟତି ଉଦ୍ୟମ ପଣ୍ଡ,ପୋଲିସ ଜାଲରେ ଧରାପଡ଼ିଲେ ୭ଜଣ କୁଖ୍ୟାତ ଅପରାଧୀ

Published By : Prameya-News7 Bureau | October 23, 2018 IST

ବଲାଂଗିରି;୨୩/୧୦-  ଆଦିବାସୀ ଅଧ୍ୟୁଷିତ  ଅଞ୍ଚଳ ବଲାଙ୍ଗୀର ଜିଲ୍ଲା । ପ୍ରତିବର୍ଷ ଏଠାରୁ ହଜାର ସଂଖ୍ୟକ ଦାଦନ ଯାଇଥାନ୍ତି ଲୋକ ବାହାର ରାଜ୍ୟକୁ । ତେବେ ଯେତିକି ପରିମାଣରେ ସ୍ବଇଚ୍ଛାରେ ଦାଦନ ଖଟିବାକୁ ଲୋକ ଯାଇଥାନ୍ତି ତା ଠୁ ବେଶି ଥାଏ ଟଙ୍କାର ପ୍ରଲୋଭନ , ଓ ଥାଏ ସର୍ଦ୍ଦାରର ନାଲି ଆଖି  ।  ଏବେ ଦାଦନ ସର୍ଦାର ପାଲଟିଛି ଡକାୟତ ।  ବନ୍ଧୁକ ମୁନରେ କରୁଥିଲେ ଦାଦନ ଚାଲାଣ  ଓ ଲୁଟ ।  ଯାହାଏବେ ସବୁ ଫସର ଫାଟିଛି ।  ଏକ ବଡ ଧରଣର ଡକାୟତି ଯୋଜନା କରିଥିବା ବେଳେ  ଯୋଜନା ପଣ୍ଡ ହୋଇଯାଇଛି । ରହିଛି ଆନ୍ତଃ ରାଜ୍ୟ ଲିଙ୍କ। ଏପରିକି ପଡୋଶୀ  ଜିଲ୍ଲା ସମେତ ହାଇଦ୍ରାବାଦ ଓ ତେଲେଙ୍ଗାନା ଭଳି ରାଜ୍ୟ କୁ ଲମ୍ବିଛି ଚେର ।  ବଲାଙ୍ଗୀର ଜିଲ୍ଲାର , ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା, ବେଲପଡା, ଖପ୍ରାଖୋଲ, ଲାଠୋର, ଟିକ୍ରାପଡା, ପାଟଣାଗଡ, ଏହି ସବୁ ଅଞ୍ଚଳ ହେଉଛି ଦାଦନ ପ୍ରବଣ ଅଞ୍ଚଳ। ପ୍ରତି ବର୍ଷ ନୂଆଁଖାଇ ସରିବା ପରେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥାନ୍ତି ଲୋକ ।  ଏହି ଅଞ୍ଚଳରେ ଥିବା ଦାଦନ ସର୍ଦାରଙ୍କ ଭୟର ହେଉ କି ତାଙ୍କଠୁ ବକେୟା ଟଙ୍କା ଆଣି ବାଧ୍ୟ ହୋଇଯାଇଥାନ୍ତି ଦାଦନ ଖଟି ।  ଆଉ ତାହାର ବେଶ ଫାଇଦା ଉଠାଇଥାଏ ସର୍ଦାର ।  ତେବେ ଏଭଳି କିଛି ସର୍ଦାର ପାଲଟିଛନ୍ତି ଡକାୟତ । ମୁରିବାହାଲର ତନୁରାଜ ମହାନନ୍ଦ ଓ ପ୍ରଦ୍ୟୁମ୍ନ ବହିଦାର ଏହି ଦୁଇ ଜଣ ଜଣେ ଦାଦନ ସର୍ଦାର ଓ ଏମାନେ କରିଛନ୍ତି ଡକାୟତି ଉଦ୍ୟମ ।  ଯାହାକୁ ଧରିଛି ପୋଲିସ। ତେବେ ଦାଦନ ଚାଲାଣ ରେ ତେଲେଙ୍ଗାନା ସହ ହାଇଦ୍ରାବାଦ ଲିଙ୍କ ରହିଥିବା ବେଳେ ସେଠାରୁ ମଧ୍ୟ ଏମାନେ ଲୁଟ ଓ ଚୋରି କରିଥିବା ଭଳି ଅପରାଧିକ ମାଲଲା ରୁଜୁ ହୋଇଛି। ଯାହାର ତଦନ୍ତ କରୁଛି ପୋଲିସ । ଗତ କାଲି ବଲାଙ୍ଗୀର ସହ ଆଖ ପାଖ ଅଞ୍ଚଳର ୭ ଜଣ ଡକାୟତକୁ ଗିରଫ କଲା ବଲାଙ୍ଗୀର ପୋଲିସ ।  ତେବେ ଗତ କାଲି ରାତି ପାଖା ପାଖି ଗୋଟାଏ ବେଳେ ତୁଷୁରା ଥାନା ଅଧିକାରୀ  ଦେଓଗାଁ ଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦେଓଗାଁ ହାଇସ୍କୁଲ ପଡିଆ ଠାରେ କିଛି ଯୁବକ ଡକାୟତି କରିବା ଯୋଜନା କରୁଥିବା ବେଳେ ତାଙ୍କୁ ଧରିଥିଲା ପୋଲିସ ।  ମୁରିବାହାଲ  ଓ କଣ୍ଟାବାଞ୍ଜି ର   ଦୁଇ ଜଣ କୁଖ୍ୟାତ ଦାଦନ ସର୍ଦାର ଓ ଡକାୟତ ତନୁ ଓ ପ୍ରଦ୍ୟୁମ୍ନ ଙ୍କ ସହ  ବେଲପଡାର ,ହରିଶଚନ୍ଦ୍ର ବୁଡେକ, ତୁଷୁରା କରୁଆଁଝରର କିଶୋର ଚନ୍ଦ୍ର ଭୋଇ, ତୁରେକେଲା ର ଚୁଟି ଓରଫ ପରିକ୍ଷିତ ନାଗ, ବଡସାଇମରାର ବନମାଳି ଓରଫ ସାହିଲ ତାଣ୍ଡି ଓ ଓ ବଲାଙ୍ଗୀର ସାଗରପଡାର ରାଜୁ ଓରଫ ଜୟ ପଣ୍ଡା, । ଗତ କାଲି  ଏମାନେ ଏକ ବଡ ଧରଣର ଡକାୟତ କରିବାର ଯୋଜନା କରିଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ତେବେ କିଛି ଡକାୟତଙ୍କ ପୂର୍ବରୁ ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ବଲାଙ୍ଗୀର ସହ ନୂଆଁପଡାରେ ଡକାୟତି କରିବା ସହ ଛତିଶଗଡ଼ , ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ଡକାୟତି ,ଚୋରି ଭଳି ବିଭିନ୍ନ ଅପରାଧିକ ମାମଲା ଏମାନଙ୍କ ନାରେ ଥିବା ସୁଚନା ଦେଇଛି ପୋଲିସ। ତେବେ ଏମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଜିବନ୍ତ ଗୁଳି, ୪ ଟି ବାଇକ, ତିନୋଟି ଟର୍ଚ୍ଚ ଲାଇଟ ଓ ଗୋଟିଏ ଭୂଜାଲି ଜବତ କରିଛି ପୋଲିସ। ଗିରଫ ପରେ ସାତ ଜଣଙ୍କ କୋର୍ଟ ଚାଲାଣ କରିଛି ବଲାଙ୍ଗୀର ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.