ଦିଲ୍ଲୀ- ପ୍ରେମ ବ୍ୟାପାରକୁ ନେଇ ୫୫ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗୁଳି ମାରିଲେ ୬୨ ବର୍ଷିୟ ପୁରୁଷ ଡାକ୍ତର, ପରେ ଆତ୍ମହତ୍ୟା କଲେ

Published By : Prameya-News7 Bureau | December 04, 2019 IST


ନୂଆଦିଲ୍ଲୀ ୦୪।୧୨ - ପ୍ରେମ ବ୍ୟାପାରକୁ ନେଇ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ୬୨ ବର୍ଷିୟ ଡାକ୍ତର ଆଉ ଜଣେ ମହିଳା ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ଦିଲ୍ଲୀର ରୋହିଣୀ ସେକ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ପୁରୁଷ ଡାକ୍ତର ଆତ୍ମହତ୍ୟା କରିଛନ୍ତି ।ଏକ ଧଳା ଓ୍ୱୋଲ୍କସ୍‌ଓ୍ଲାଗନ କାର ମଧ୍ୟରେ ଏହି ଘଟଣା ଘଟିଛି ।

ମହିଳା ଡାକ୍ତର ଜଣଙ୍କ ଏଠାରେ ଥିବା ଏକ ନର୍ସିଂ ହୋମର ମାଲିକାଣୀ । ପୁରୁଷ ଡାକ୍ତର ବି ସେଠାରେ କାମ କରୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠଥିବା ସୂଚନା ମିଳିଛି । ଏହାପରେ ମହିଳା ଡାକ୍ତର ଜଣଙ୍କ ବାରମ୍ବାର ବିବାହ ପ୍ରସ୍ତାବ ଦେଇଥିଲେ ।

ଏହି କାରଣକୁ ସମ୍ପର୍କରେ ତିକ୍ତତା ଆସିବାରୁ ପୁରୁଷ ଡାକ୍ତର ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୁଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.