Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମାର୍ଚ୍ଚ ୩୧ ତାରିଖ ପରେ ବନ୍ଦ ହୋଇଯିବ ଆପଣଙ୍କ ପାନ କାର୍ଡ

24/02/2019 at 11:52 AM

ଭୁବନେଶ୍ୱର ୨୪/୨ : ପାନ କାର୍ଡର ବ୍ୟବହାର ସବୁ ଜାଗାରେ ଅନିବାର୍ଯ୍ୟ କରିଦେଇଛନ୍ତି ଭାରତ ସରକାର | ସମସ୍ତ ନାଗରିକଙ୍କ ପାଇଁ ପାନ କାର୍ଡ ଜରୁରୀ ହୋଇଯାଇଛି | ପାନ କାର୍ଡ ବିନା ସରକାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯାଉଛି | ବ୍ୟାଙ୍କ ହେଉ କିମ୍ବା ଆଉ କୌଣସି ସରକାରୀ ଅନୁଷ୍ଠାନ ହେଉ ପାନ କାର୍ଡ ଲିଙ୍କ ଜରୁରୀ | ଯଦି ଆପଣ ବି ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପାନ କାର୍ଡ ଲିଙ୍କ କରାଇଛନ୍ତି ତାହେଲେ ଖବର ନିଶ୍ଚୟ ପଢନ୍ତୁ | କାରଣ ସରକାର ଏକ ବଡ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି |


ଯଦି ଆପଣଙ୍କର ପାନ କାର୍ଡ ଅଛି ତାହେଲେ ସରକାରଙ୍କ ନିର୍ଦେଶାନୁସାର ତାକୁ ଆଧାର କାର୍ଡ ସହ ଲିଙ୍କ କରାଇବା ବାଧ୍ୟତାମୂଳକ | ଯଦି କୌଣସି ବ୍ୟକ୍ତି ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିନାହାନ୍ତି ତାହେଲେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | କାରଣ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ ନ କରିଲେ ଆୟକର ବିଭାଗ ଦ୍ୱାରା ଆପଣଙ୍କ ପାନ କାର୍ଡକୁ ଇନଭାଲିଡ଼ କରିଦିଆଯିବ | ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି | ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ବାଧ୍ୟତାମୂଳକ | ଏହି ସମୟସୀମା ମଧ୍ୟରେ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ ନକଲେ ଆପଣଙ୍କ ପାନ କାର୍ଡକୁ ରଦ୍ଦ କରିଦିଆଯିବ |

ସେଣ୍ଟ୍ରାଲ ବୋର୍ଡ ଅଫ ଡ଼ାଇରେକ୍ଟର ଟ୍ୟାକ୍ସ ପାନ ଏବଂ ଆଧାର ଲିଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି | ପୂର୍ବରୁ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରାଇବା ପାଇଁ ଶେଷ ତାରିଖ ୨୦୧୮ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଥିଲା | ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସମୟସୀମାକୁ ସରକାର ବଢ଼ାଇ ଦେଇଛନ୍ତି | ଯଦି ଆପଣ ବି ନିଜ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିନାହାନ୍ତି ତାହେଲେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କରିଦିଅନ୍ତୁ | ନଚେତ ଆପଣଙ୍କ ପାନ କାର୍ଡ ରଦ୍ଦ ହୋଇଯିବ |

   Related Posts