ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ଼ ପଛରେ ଛପା ଯାଇଥିବା ସିଭିଭି ନମ୍ବରର ଅର୍ଥ ବିଷୟରେ ଜାଣନ୍ତୁ

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ ୧୭/୧୧: ଯଦି ଆପଣ ମଧ୍ୟ କାର୍ଡ଼ ମାଧ୍ୟମରେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ତେବେ ଆପଣଙ୍କୁ ଜଣା ଥିବ ଯେ କାର୍ଡ଼ରେ ପେମେଣ୍ଟ କରୁଥିବା ସମୟରେ ଆପଣଙ୍କୁ କାର୍ଡ଼ରେ ଲେଖାଯାଇଥିବା ସିଭିଭି ନମ୍ବର ପଚରାଯାଇଥାଏ , ଯାହା ସାଧାରଣତଃ ୩ଡିଜିଟର ହୋଇଥାଏ।

ପ୍ରକୃତରେ,ଏହି ନମ୍ବର ବିନା ପେମେଣ୍ଟ ହୋଇନଥାଏ। କେତେକ ବ୍ୟାଙ୍କ ଏହାକୁ ସିଭିସି କୋଡ ମଧ୍ୟ କୁହାଯାଇଥାଏ। ଏହା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ଯେ ଏହାକୁ ଗୋପନୀୟ ରଖିବାକୁ ପରାମର୍ଶ ଦିଆଯାଇଥାଏ।

ସିଭିଭି ନମ୍ବରର ପୂରା ନାଁ କାର୍ଡ଼ ଭେରିଫିକେସନ ଭାଲ୍ୟୁ। ଏହାକୁ କାର୍ଡ଼ ଭେରିଫିକେସନ କୋଡ ମଧ୍ୟ କୁହାଯାଏ।

ଏହି କୋଡ ଆପଣଙ୍କୁ ନିଜର କ୍ରେଡିଟ୍ କାର୍ଡ଼ କିମ୍ବା ଡେବିଟ କାର୍ଡ଼ର ପଛପଟେ ମ୍ୟାଗନେଟିକ୍ ଷ୍ଟ୍ରିପ୍ ପାଖରେ ଦେଖିବାକୁ ମିଳିବ। ଏହି କୋଡର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଯେ ଏହା କୌଣସି ସିଷ୍ଟମରେ ସହଜରେ ସେଭ ହୋଇନଥାଏ।

ଆପଣ ଅନେକ ଥର ଦେଖିଥିବେ ଯେ ଅନଲାଇନ୍ ଟ୍ରାଞ୍ଜାକ୍ସନ ସମୟରେ ଆପଣଙ୍କ କାର୍ଡ଼ର ଡିଟେଲ୍ ଅଟୋ ସେଭ ହୋଇଯାଇଥାଏ। ପେମେଣ୍ଟ କରିବା ସମୟରେ କାର୍ଡ଼ ଡିଲିଟ କରିବାକୁ ପଡ଼ିନଥାଏ। କେବଳ ସିଭିସି ଏଣ୍ଟର କରିବାକୁ ପଡ଼ିଥାଏ। ସିଭିସି ନମ୍ବର କେବେ ବି ସେଭ ହୋଇନଥାଏ।

ଟେକ୍ନୋଲୋଜି ଏବଂ ଡିଜିଟାଲାଇଜେସନ୍ ଯୁଗରେ ଆଜିକାଲି କାର୍ଡ଼ରେ ପେମେଣ୍ଟ କରିବା ସମୟରେ ଓଟିପି ଭାବେ ଏକ ଅତିରିକ୍ତ ସୁରକ୍ଷା ଲେୟର ଉପଲବ୍ଧ ହେବ। ଏହା ସତ୍ବେ ସୁରକ୍ଷା ଦୃଷ୍ଟିରୁ ସିଭିସି ନମ୍ବର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

ଏହା ବ୍ୟତୀତ ଦ୍ବିତୀୟ କଥା ହେଉଛି ଏହା ଯେ ଏହି ନମ୍ବର କାର୍ଡ଼ ପଛରେ ଲେଖା ହୋଇଥାଏ,ଏଥିପାଇଁ ଅନଲାଇନ୍ ପେମେଣ୍ଟ କରିବା ସମୟରେ ଏହାକୁ ଦେଖି ପାରିବା ସହଜ ନୁହେଁ। ଏକ୍ସପର୍ଟମାନେ ପରାମର୍ଶ ଦିଅନ୍ତି ଯେ ଆପଣ ନିଜର ସିଭିସି ନମ୍ବର ମନେ କରି ସେହି କାର୍ଡ଼ରୁ ହଟାଇ ଦିଅନ୍ତୁ।

ସିଭିସି ନମ୍ବର ଡାଟା ଚୋରି ହେବା ସମୟରେ ଆପଣଙ୍କୁ ସାହାଯ୍ୟ କରିଥାଏ। କୌଣସି ମେସିନ୍ ସିଭିସି ନମ୍ବରକୁ ଷ୍ଟୋର କରି ପାରିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.