ଆପଣ ଜାଣନ୍ତି କି କ'ଣ ସେହି 'ୟୁଏସବି କଣ୍ଡୋମ୍' ଏହାର ବ୍ୟବହାର କିପରି?

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ୭/୧୨: ବର୍ତ୍ତମାନ ସମୟରେ ମୋବାଇଲ ଏକ ବଡ଼ ମାଧ୍ୟମ। ଯାହା ଦ୍ବାରା ମଣିଷ ନିଜର ସବୁ ଆବଶ୍ୟକତା ପୂରଣ କରି ପାରିବେ। ଆଜିକା ଦିନରେ ସବୁ ବର୍ଗର ଲୋକମାନେ ମୋବାଇଲ ବ୍ୟବହାର କରୁଛନ୍ତି।  ବିନା ମୋବାଇଲରେ ଗୋଟିଏ ଦିନ ରହିବା କଷ୍ଟକର ହୋଇ ପଡ଼ୁଛି। ବିଶେଷ କରି ଯୁବ ପିଢ଼ିମାନେ ଅଧିକ ସମୟ ମୋବାଇଲ ବ୍ୟବହାର କରିଥାଆନ୍ତି।

{"id":194867,"sizeSlug":"large"}

ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ବ୍ୟକ୍ତିମାନେ ମୋବାଇଲରେ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖି ଥାଆନ୍ତି। ଆପଣ ଲକ୍ଷ୍ୟ କରିଥିବେ ବିଭିନ୍ନ ଜନ ଗହଳି ସ୍ଥାନ ଯଥା ଷ୍ଟେସନ୍, ଏୟାରପୋର୍ଟ ଓ ସପିଂ ମହଲରେ ମୋବାଇଲ ଚାର୍ଜିଂ ପାଇଁ ୟୁଏସବି ପୋର୍ଟ ରହିଛି। ଏହି ସ୍ଥାନ​‌ରେ ଲାଗିଥିବା ୟୁଏସବିରେ ଯଦି ଆପଣ ମୋବାଇଲ ଚାର୍ଜ କରୁଛନ୍ତି ତେବେ ଆପଣଙ୍କ ଡାଟା ଚୋରି ହୋଇ ପାରେ। ତେଣୁ ଏବେ ବଜାରରେ ୟୁଏସବି ଡାଟା ବ୍ଲକର୍ସ ଆସିଛି ଯାହାର ନାଁ ରହିଛି ‘ୟୁଏସବି କଣ୍ଡୋମ’।

{"id":194866,"sizeSlug":"large"}

ମୋବାଇଲରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ୟୁଏସବି ମାଧ୍ୟରେ ଚୋରି ହୋଇଥାଏ। ଡାଟା ଚୋରି ଉପରେ ଅଙ୍କୁଶ ଲଗାଇବା ପାଇଁ ବଜାରରୁ ୟୁଏସବି କଣ୍ଡୋମ  ଆସିଛି।  ୟୁଏସବି କଣ୍ଡୋମ  ଏକ ଛୋଟ ୟୁଏସବି ଆଡାପ୍ଟର ଭଳି ହୋଇଥାଏ। ଯାହା ଦ୍ବାରା ଇନପୁଟ୍‌ ଓ ଆଉଟପୁଟ୍ କାର୍ଯ୍ୟା ହୋଇଥାଏ।  ଏହି ଆଡ଼ାପ୍ଟର ମୋବାଇଲ ପାଓ୍ବାର ସପ୍ଲାଏ କରିଥାଏ ହେଲେ ଡାଟା ଏକ୍ସଚେଞ୍ଜ୍‌ ବନ୍ଦ କରି ଦେଇଥାଏ।  ଭାରତରେ ୫୦୦ରୁ ୧୦୦୦ ଟଙ୍କା ଭିତରେ  ୟୁଏସବି କଣ୍ଡୋମ୍ ଉପଲବ୍ଧ ହେଉଛି। କୌଣସି ବି ସ୍ଥାନରେ ଆପଣ ନିର୍ଭୟରେ ମୋବାଇଲ ଚାର୍ଜ ବସାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.