ଆପଣଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଅଛି କି ? ହୋଇଯାଆନ୍ତୁ ସାବଧାନ

Published By : Prameya-News7 Bureau | November 08, 2021 IST

ଭୁବନେଶ୍ଵର ୦୮।୧୧: ପଞ୍ଚାୟତ ନିର୍ବାଚନ ପାଇଁ ନଭେମ୍ବର ୧୬ ତାରିଖରୁ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ। ଡିସେମ୍ବର ୧୪ ତାରିଖରେ ଚୂଡାନ୍ତ  ଭୋଟର ତାଲିକା ପ୍ରକାଶ କରିବେ । ଚଳିତ ଥର ନକଲି ଭୋଟର ଚିହ୍ନଟ କରିବା ପାଇଁ ସତ୍ବନ୍ତ୍ର ବ୍ୟବସ୍ଥା ଅପଣାଇଛି ରାଜ୍ୟନିର୍ବାଚନ କମିଶନ।  ଏପଟେ ରାଜନୈତିକ ଦଳ ମାନେ କହିଛନ୍ତି ନାମକୁ ମାତ୍ର ଭୋଟର ତାଲିକା ସଂଶୋଧନ ନକରି ଡବଲ ଭୋଟ ପରିଚୟ ପତ୍ର ରଖିଥିବା ଭୋଟରଙ୍କୁ ଅଲଗା କରାଯାଉ । ତାହେଲେ ଗଣତନ୍ତ୍ର ସୁରକ୍ଷିତ ରହିବ।

{"id":540798,"sizeSlug":"full","linkDestination":"none"}

କଣ ଆପଣଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଅଛି କି ? ଗାଁ ଭୋଟର ତାଲିକାରେ ନାଁ ଅଛି ସହର ଭୋଟର ତାଲିକାରେ ନାଁ ବି ଅଛି। ମାନେ ଦି ଦି ଟା ଭୋଟର କାର୍ଡ ଅଛି। ସ୍ଥାନ କାଳ ଦେଖି ଆପଣ ହାତରେ କାଳି ଲଗାଇ ଭୋଟ ଦେଉଛନ୍ତି । ତେବେ ଡବଲ ଭୋଟର ହୋଇଯାଆନ୍ତୁ ସାବଧାନ। ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ହେବ, ତା ସହିତ ଡବଲ ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରାଯିବ। ନଭେମ୍ବର ୧୬ରୁ ପ୍ରତି ଓ୍ବାର୍ଡରୁ  ଭୋଟର ତାଲିକା ପ୍ରସ୍ତୁତ ହେବ । ନଭେମ୍ବର ୧, ୨୦୨୧ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରିପାରିବେ।  ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ୨୯ ରୁ ୩୦ ନଭେମ୍ବର ମଧ୍ୟରେ ବିଡ଼ିଓଙ୍କ ପାଖରେ ଦରଖାସ୍ତ ଆବେଦନ କରିବେ ।

{"id":540799,"sizeSlug":"full","linkDestination":"none"}

ଯେହେତୁ ଓ୍ବାର୍ଡସ୍ତରରୁ ଭୋଟର ତାଲିକା ସଂଶୋଧନ ହେବ ସେଥିପାଇଁ ରାଜନୀତିକ ଦଳଗୁଡ଼ିକ ସଠିକ ଭାବ କରିବାକୁ ଦାବି କରିଛନ୍ତି। ଡବଲ ଭୋଟ ପରିଚୟପତ୍ର ଥିବା ଲୋକଙ୍କୁ ଚହ୍ନଟ କରିବାକୁ ଦାବି କରିଛନ୍ତି। ଫଳରେ ଭୋଟର ତାଲିକା ସ୍ବଚ୍ଛ ହୋଇ ପାରିବ ଓ ଗଣତନ୍ତ୍ର ସୁଦୃଢ଼ ହେବ। ଡିସେମ୍ବର ୧୪ ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ। ତ୍ରି ସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.