ଆପଣଙ୍କ ପାଖରେ ଅଛି କି ଏହି ପୁରୁଣା ୫ ଟଙ୍କିଆ ନୋଟ ?

Published By : Prameya-News7 Bureau | February 08, 2019 IST

ଭୁବନେଶ୍ୱର ୮/୨ : ବେଳେବେଳେ ଆମ ସହିତ ଅଜବ ଅଜବ ଘଟଣା ଘଟିଥାଏ | ଆମ ପାଖରେ ଏମିତି କିଛି ଜିନିଷ ଥାଏ ଯାହାର ମୂଲ୍ୟ ଆମ ପାଇଁ କିଛି ବି ହୋଇନଥାଏ | କିନ୍ତୁ ସେହି ଜିନିଷର ମୂଲ୍ୟ ବଜାରରେ ଲକ୍ଷାଧିକ ଟଙ୍କା ହୋଇଥାଏ | ଯେଉଁଥିପାଇଁ ଆମ ଜୀବନ ବଦଳି ଯାଇଥାଏ |ଆସନ୍ତୁ ଜାଣିବା ପୂର୍ବରୁ ଚାଲୁଥିବା ପୁରୁଣା ୫ ଟଙ୍କିଆ ନୋଟ ବିଷୟରେ |

{"id":83234}


ପ୍ରଥମେ ଆପଣଙ୍କୁ ଦେଖିବାକୁ ହେବ ଯେ, ନୋଟରେ କୌଣସି ସିରିଜ ନମ୍ବର କିମ୍ବା କୌଣସି ପ୍ରସିଦ୍ଧ ଚିତ୍ର ରହିଛି କି | ଆଜିକାଲି ଯୁଗ ଏତେ ଆଡ଼ଭାନ୍ସ ହୋଇଗଲାଣି ଯେ, ଇଣ୍ଟରନେଟ ଜରିଆରେ ମଧ୍ୟ ପୁରୁଣା ନୋଟ କିଣାଯାଇ ପାରୁଛି | ପ୍ରଥମେ ଆପଣଙ୍କୁ ୫ ଟଙ୍କିଆ ନୋଟରେ ଥିବା ସିରିଜ ନମ୍ବର ଦେଖିବାକୁ ହେବ | ଯଦି ନୋଟରେ କୌଣସି ସ୍ୱତନ୍ତ୍ର ସିରିଜ ନମ୍ବର ରହିଛି , ଯେଭଲିକି ୭୮୬ ତାହେଲେ ଏହି ନୋଟ ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରିବ | ସିରିଜ ନମ୍ବର ୭୮୬ ମୁସଲମାନଙ୍କ ପାଇଁ ବହୁତ ମହତ୍ଵପୁର୍ଣ |

{"id":83232}


ଏହାଛଡା ଯେଉଁ ପୁରୁଣା ୫ ଟଙ୍କିଆ ନୋଟରେ ଟ୍ରାକ୍ଟର ଚଳାଉଥିବା କୃଷକଙ୍କ ଫଟୋ ଥିବା ତାହେଲେ ସେହି ନୋଟ ବଦଳରେ ଆପଣଙ୍କୁ ୫ ଲକ୍ଷ ଟଙ୍କା ମିଳିପାରେ | ଏହାଛଡା ହରିଣର ଚିତ୍ର ଥିବା ନୋଟ ବଦଳରେ ମଧ୍ୟ ଲକ୍ଷାଧିକ ଟଙ୍କା ମିଳିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.