ଜିଓରେ ସବୁଠୁ ଲାଭଦାୟକ ‘ଡୁ ନଟ୍ ଡିଷ୍ଟର୍ବ’ ସର୍ଭିସର ଫାଇଦା ଉଠାଇବାକୁ ଚାହୁଁଛନ୍ତି କି: ତେବେ ଜାଣନ୍ତୁ

Published By : Prameya-News7 Bureau | January 15, 2019 IST

ନୂଆଦିଲ୍ଲୀ ୧୫/୧: ଆଜିକାଲି ସବୁ ଲୋକ ଦିନରାତି ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ଏପରି କ୍ଷେତ୍ରରେ ଅନେକ ସମୟରେ ଆମ ଫୋନରେ ପ୍ରମୋସନାଲ କଲ୍ ଆସିଥାଏ। ଆମେ ଅଧିକାଂଶ ସମୟ ନିଜ କାମରେ ବ୍ୟସ୍ତ ରହିଥାଉ ,ବେଳେବେଳେ ମିଟିଙ୍ଗରେ ଥିବାବେଳେ ସେହି ସମୟରେ ପ୍ରମୋସନାଲ୍ କଲ୍ ଆମକୁ ହଇରାଣ କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାଖାପାଖି ସବୁ ଟେଲିକମ୍ କମ୍ପାନୀ ଡିଏନଡି ଅର୍ଥାତ୍ ଡୁ ନଟ୍ ଡିଷ୍ଟର୍ବ ସେବାର ବିକଳ୍ପ ଦେଇଥାଏ। କିନ୍ତୁ ଏହା ଦ୍ବାରା ସବୁ ପ୍ରକାର କଲ୍ ବ୍ଲକ୍ ହୋଇଯାଇଥାଏ।

ବେଳେବେଳେ ଆପଣଙ୍କୁ ପ୍ରମୋସନାଲ୍ କଲର ଆବଶ୍ୟକତା ପଡ଼ିଥାଏ କିନ୍ତୁ ଡୁ ନଟ୍ ଡିଷ୍ଟର୍ବ ଆକ୍ଟିଭ କରିବା ଦ୍ବାରା ସବୁ କଲ୍ ବ୍ଲକ୍ ହୋଇଯାଇଥାଏ। ଏହା ଦ୍ବାରା ଆପଣ ଆପଣଙ୍କ ଆବଶ୍ୟକ କଲ୍ ଉଠାଇ ପାରନ୍ତି ନାହିଁ। ଯଦି ଆପଣଙ୍କ ପାଖରେ ଜିଓ ସିମ୍ ରହିଛି ତେବେ ଏହି ସମସ୍ୟାର ସମାଧାନ ହୋଇପାରିବ। ଜିଓ ନିଜ ସର୍ଭିସରେ ଏପରି ଏକ ଫିଚର ରଖିଛି ଯାହା ଦ୍ବାରା ଆପଣ ଆପଣଙ୍କ କାମ ହିସାବରେ ପ୍ରମୋସନାଲ୍ କଲ୍ ବନ୍ଦ କରିପାରିବେ। ଯେଉଁ ପ୍ରମୋସନାଲ୍ କଲର ଆବଶ୍ୟକତା ଥିବ ତାହା ଚାଲୁ ରଖି ପାରିବେ।

wp:gallery {"ids":[74099]} /wp:gallery

ଜିଓ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ମାଇ ଜିଓ ଆପରେ ଡୁ ନଟ୍ ଡିଷ୍ଟର୍ବର ଏକ ଖାସ୍ ବିକଳ୍ପ ଦେଇଛି। ଯାହାକୁ ଆପଣ ଯେତେବେଳେ ଚାହିଁବେ ଆକ୍ଟିଭେଟ୍ କିମ୍ବା ଡିଆକ୍ଟିଭେଟ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ମାଇ ଜିଓ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ। ଏହା ପରେ ମାଇ ଜିଓ ଆପରେ ଲଗଇନ୍ କରି ଆପଣଙ୍କ ସେଟିଙ୍ଗକୁ ଯିବାକୁ ପଡ଼ିବ। ଏହା ପରେ ଉପର ବାମ କଡ଼ରେ ଆପଣଙ୍କୁ ମେନ୍ୟୁ ଆଇକନ୍ ମିଳିବ,ଏହାକୁ ଟ୍ୟାପ୍ କରିବେ। ଏହା ପରେ ସେଟିଙ୍ଗକୁ ଯାଇ ସର୍ଭିସ୍ ସେଟିଙ୍ଗ୍ ବାଛିବେ।

wp:gallery {"ids":[74100]} /wp:gallery

ଏଠାରେ ଆପଣଙ୍କୁ ଡୁ ନଟ୍ ଡିଷ୍ଟର୍ବର ବିକଳ୍ପ ମିଳିବ,ଯାହାକୁ ଆକ୍ଟିଭେଟ୍ କରି ଆପଣ ସବୁ କଲକୁ ବ୍ଲକ୍ କରିପାରିବେ। ଏହା ବ୍ୟତୀତ ଯଦି ଆପଣ ଚାହୁଁଛନ୍ତି ପ୍ରମୋସନାଲ୍ ବନ୍ଦ ନ ହେଉ ତେବେ ଆପଣଙ୍କୁ ବିଭିନ୍ନ ପ୍ରକାର ବିକଳ୍ପ ମିଳିବ। ଆପଣ ନିଜ ଅନୁସାରେ ଯେଉଁ ପ୍ରମୋସନାଲ କଲ୍ ଚାହିଁବେ ବନ୍ଦ କିମ୍ବା ଚାଲୁ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.