ବୈବାହିକ ଜୀବନର କଳହ, ଅର୍ଥ ସମାସ୍ୟା,ଋଣଗ୍ରସ୍ତ ଅଛନ୍ତି କି...କରନ୍ତୁ ଏହି ଉପଚାର

Published By : Prameya-News7 Bureau | January 09, 2019 IST

ଶୁକ୍ରଦୋଷଥିଲେ ନିଜର ସାଂସାରିକ ଜୀବନରେ ସୁଖ ସମୃଦ୍ଧି ଅସାର ହୋଇଯାଏ । ଯେତେ ରୋଜଗାର କଲେ ମଧ୍ୟ ସବୁ ନିଅଣ୍ଟ ପଡ଼ିଥାଏ । କୌଣସି କାମରେ ସଫଳତା ଆସି ନଥାଏ । ବୈବାହିକ ଜୀବନରେ ବି ଶୁକ୍ରଦେଷକୁ ନେଇ ରହିଛି ସମାସ୍ୟା । ଯଦି ଶୁକ୍ରଦୋଷ ଆପଣଙ୍କୁ ଲାଗିଛି, ତାହେଲେ ସ୍ଵାମୀ-ସ୍ତ୍ରୀ ଭିତରେ କଳହ ଲାଗିରହିବା , ପରସ୍ପରକୁ ଘୃଣାକରିବା , ପରିବାରରେ କାହାସହ ନ ପଡ଼ିବା ଆଦି ସମାସ୍ୟା ଦେଖାଯାଇଥାଏ  । ଆପଣ ଯଦି ଶୁକ୍ରଦଶାରେ ଘାଣ୍ଟି ହେଉଛନ୍ତି, ତାହେଲେ କରନ୍ତୁ ଏହି ସବୁ ପ୍ରତିକାର....ହୋଇଯିବେ ସୌଭାଗ୍ୟଶାଳୀ

ଶୁକ୍ରବାରଦିନ କୌଣସି ବିବାହିତ ମହିଳାଙ୍କୁ ଶଙ୍ଖା, ନାଲି ଶାଢ଼ୀ, ସିନ୍ଦୁର, ଅଳତା  ଆଦି ଧାନ କରନ୍ତୁ, ଆପଣଙ୍କ ଉପରେ ଲାଗିଥିବା ଶୁକ୍ରଦୋଷ କଟିଯିବା ସହିତ ଲକ୍ଷ୍ମୀ ପ୍ରସନ୍ନ ରହିବା ସହିତ ଧନଧାନ୍ୟର କିଛି ଅଭାବ ରହିବ ନାହିଁ ।

ଶୁକ୍ରବାର ଦିନ ଅତିକମ୍ ରେ ୧୦୮ଥର ଏହି ମନ୍ତ୍ର ଜପ କରନ୍ତୁ, ଆପଣ ଶୌଭାଗ୍ୟଶାଳୀ ହେବାସହିତ କୌଣସି ଅସୁବିଧାରେ ସମ୍ମୁଖୀନ ହେବେ ନାହିଁ । ଦ୍ରାଂ ଦ୍ରୀଂ ଦ୍ରୌଂ ଶଃ ଶୁକ୍ରାୟ ନମଃ ମନ୍ତ୍ରକୁ ପ୍ରାତଃ ସମୟରେ ଗାଧୋଇସାରି  ଶୁକ୍ରବାର ଦିନ ୧୦୮ଥର ଜପ କରନ୍ତୁ ।

ଶୁକ୍ରଦୋଷ କାଟିବା ପାଇଁ ଶୁକ୍ରବାରଦିନ ଧଳାବସ୍ତ୍ର, ଦହି, ଚନ୍ଦନ, ଚାଉଳ, ମିଶ୍ରି, ରୂପା ଆଦି ଦାନ କରନ୍ତୁ । ଏହିସବୁ ଦ୍ରବ୍ୟଦାନ କଲେ ଅସୁବିଧା ଦୂରହେବା ସହିତ ଶୁକ୍ରଙ୍କର ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିବ ।

ଶୁକ୍ରବାରଦିନ ଶିବଙ୍କ ଲିଙ୍ଗ ଉପରେ ରୂପାଢ଼ାଳରେ ପାଣି କିମ୍ବା କ୍ଷୀର ଅପର୍ଣ କଲେ ଶୁଭଫଳ ମିଳିବ । ଅତିକମରେ ୧୦୮ ଥର ଓଁ ନମଃ ଶିବାୟ ଜପ କରିବା ଦରକାର ।

ଶୁକ୍ରବାରଦିନ ଗରୀବଙ୍କୁ କ୍ଷୀରଦାନ କଲେ ମଧ୍ୟ ସୁଫଳ ମିଳିଥାଏ ।

ଯଦି ଆପଣ ଶୁକ୍ର ମହାଦଶାରେ ଘାଣ୍ଟି ହେଉଛନ୍ତି, ତାହେଲେ ଏସବୁ ଉପାୟ ଆପଣାନ୍ତୁ, ନିଶ୍ଚୟ ସୁଫଳ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.