ଶନିବାର କରନ୍ତୁ ତୁଳସୀର ଏହି ଉପାୟ : ତା’ପରେ ଦେଖନ୍ତୁ କମାଲ

Published By : Prameya-News7 Bureau | October 05, 2019 IST

ପ୍ରତ୍ୟେକ ଘରେ ଟଙ୍କାପଇସାର ସମସ୍ୟା ଲାଗି ରହିଥାଏ। ଆମେ ଯେତେ ଟଙ୍କା ଆୟ କଲେ ମଧ୍ୟ ଆର୍ଥିକ ସମସ୍ୟା କେବେ ଦୂର ହୋଇନଥାଏ। ଏପରି ପରିସ୍ଥିତିରେ ତୁଳସୀର ଏହି ଉପାୟ ଏକ ରାମବାଣ ପରି କାମ କରିବ। ଏହି ଉପାୟକୁ କରିବା ଅତ୍ୟନ୍ତ ସହଜ ହୋଇଥାଏ। ଏହା ସହିତ ଏହି ଉପାୟକୁ କରିବା ଦ୍ବାରା ତୁରନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ଏହା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଘରଲୋକଙ୍କ ମଧ୍ୟରେ ହେଉଥିବା ଝଗଡ଼ା,ମତାନ୍ତର ଏବଂ ଶତ୍ରୃତା ଦୂର ହୋଇ ଯାଇଥାଏ।

ଯଦି ଆପଣ ଶନିବାର ଅଟା ପେଶିବାକୁ ଯାଉଛନ୍ତି ତେବେ ଯିବା ସମୟରେ ଅଳ୍ପ ଗହମରେ ୧୦୦ଗ୍ରାମ କଳା ବୁଟ,୧୧ଟି ତୁଳସୀ ପତ୍ର ଏବଂ ଏଥିରେ ଦୁଇଟି ଦାନା କେସର ମିଶାନ୍ତୁ। ଏବେ ଏହି ସାମଗ୍ରୀକୁ ବାକି ଗହମରେ ମିଶାଇ ପେଶି ଦିଅନ୍ତୁ। ଏହା ବ୍ୟତୀତ କେବଳ ଶନିବାର ଦିନ ଅଟା ପେଶନ୍ତୁ। ଏହି ଉପାୟ କରିବା ଦ୍ବାରା ଆପଣଙ୍କୁ ତୁରନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିବ।

ଏହା ବ୍ୟତୀତ ଶନିବାର କଳା କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଦେଲେ ଧନବୃଦ୍ଧି ହୋଇଥାଏ।

ଏହା ସହିତ ଶନିବାର ପିପ୍ପଳ ଗଛରେ ଦେଶୀ ଘିଅର ଦୀପ ଲଗାଇବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ।

ତୁଳସୀ ଗଛରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜଳାଇବା ଦ୍ବାରା ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.