ବୁଧବାର ଦିନ କରନ୍ତୁ ଏହି ୫ଟି ସହଜ ଉପାୟ : ସୁଖ-ସମୃଦ୍ଧିରେ ଭରିଯିବ ଆପଣଙ୍କ ଜୀବନ
11/03/2020 at 2:54 PM

Image Courtesy : Lord Ganesha with Blured bokhe background
ଘରେ ସୁଖ-ସମୃଦ୍ଧି ବଜାୟ ରଖିବା ପାଇଁ କିଛି ଉପାୟ ଅବଲମ୍ବନ କରିବା ନିତାନ୍ତ ଜରୁରୀ। ବୁଧବାର ଦିନ ବୁଧଗ୍ରହଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ କରାଯାଇଥିବା ଉପାୟ ଆପଣଙ୍କୁ ଜୀବନ ବ୍ୟାପି ଫଳ ଦେବ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଉପାୟ ଦ୍ବାରା ଆପଣଙ୍କ ଜୀବନ ସମୃଦ୍ଧ ହେବ।

- ଏହି ଦିନ ଗଣେଶଙ୍କ ପୂଜା କରିବା ଉଚିତ୍। ଏହି ଦିନ ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ୧୧ରୁ ୨୧ଦୁବ ଘାସ ଚଢ଼ାଇବା ଉଚିତ୍। ଆପଣ ଖୁବ୍ ଶୀଘ୍ର ଶୁଭ ଫଳ ପାଇବେ।

- ବୁଧବାର ମୁଗ ଡାଲି ଦାନ କରିବା ଦ୍ବାରା କଷ୍ଟର ନିବାରଣ ହୋଇଥାଏ। କୌଣସି ଗରିବ କିମ୍ବା ଅଭାବୀଙ୍କୁ ମୁଗ ଦାନ କଲେ ଆପଣଙ୍କ ସମସ୍ତ ଦୁଃଖ,କଷ୍ଟ ଦୂର ହୋଇଯିବ।

- ଯେଉଁମାନଙ୍କ ଜାତକରେ ବୁଧ ଗ୍ରହ ଦୋଷ ରହିଛି ସେମାନେ ଖାସ୍ କରି ଏହି ଦିନ ଗଣେଶ ଭଗବାନଙ୍କୁ ମୋଦକ ପ୍ରସାଦ ଚଢ଼ାନ୍ତୁ। ଏହା ଦ୍ବାରା ଗ୍ରହ ଦୋଷ ଦୂର ହୋଇଯିବ।

- ଗାଈଙ୍କୁ ହିନ୍ଦୁ ଧର୍ମରେ ପୂଜନୀୟ କୁହାଯାଇଥାଏ। ବୁଧବାର ଗାଈଙ୍କୁ ସବୁଜ ଘାସ ଖୁଆଇବା ଦ୍ବାରା ଦେବୀ-ଦେବତାଙ୍କଠାରୁ କୃପା ବର୍ଷା ହୋଇଥାଏ। ଯଦି ସବୁଜ ଘାସ ସମ୍ଭବ ନୁହେଁ ତେବେ ଗାଈଙ୍କୁ ସକାଳେ ରୁଟି ଖୁଆନ୍ତୁ।

- ବୁଧବାର ଭଗବାନ ଗଣେଶଙ୍କୁ ସିନ୍ଦୂର ଚଢ଼ାଇବା ଦ୍ବାରା ଲାଭ ମିଳିଥାଏ। ଏପରି କରିବା ଦ୍ବାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।