ଆଜି ହେଉଛି ପବିତ୍ର ବୈଶାଖ ଅମାବାସ୍ୟା : ପରିବାରର ସୁଖ,ସମୃଦ୍ଧି ଓ ସମସ୍ତ ମନୋସ୍କାମନା ପୂରଣ ପାଇଁ ପାଳନ କରନ୍ତୁ ଏହି ସବୁ ନୀତି ନିୟମ

Published By : Prameya-News7 Bureau | April 22, 2020 IST

ଆଜି ବୈଶାଖ ମାସର ଅମାବାସ୍ୟା । ଏହାକୁ ପିତୃ ଅମାବାସ୍ୟା ମଧ୍ୟ କହନ୍ତି। ଏହି ସମୟରେ ପିତୃପୁରୁଷଙ୍କ ଅତ୍ୟନ୍ତ ମହତ୍ତ୍ବ ରହିଥାଏ। ଏହା ଶ୍ରୀହରିଙ୍କ ପ୍ରିୟ ମାସ ମଧ୍ୟରୁ ଗୋଟିଏ। ଏହି ଦିନ ପବିତ୍ର ନଦୀଜଳରେ ସ୍ନାନ ଏବଂ ଦାନ କରିବା ଦ୍ବାରା ଭଗବାନ ବିଷ୍ଣୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।

ବୈଶାଖ ଅମାବାସ୍ୟାର ଆରମ୍ଭ ରେବତୀ ନକ୍ଷତ୍ରରେ ହେବ। ଏହି ନକ୍ଷତ୍ରର ସ୍ବାମୀ ବୁଧ ଦେବତା ଏବଂ ଆଜି ବୁଧବାର ହୋଇଥିବାରୁ ଏହି ତିଥିର ମହତ୍ତ୍ବ ବଢ଼ିଯାଇଥାଏ। ମୀନ ରାଶିରେ ବୁଧ ଏବଂ ଚନ୍ଦ୍ରଙ୍କର ଯୁତି ହେଉଛି। ଆଜି ଦାନ ଏବଂ ପୂଜା କରିବା ଦ୍ବାରା ଅନ୍ୟ ଦିନ ତୁଳନାରେ ଅଧିକ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ଲକଡାଉନ୍ ଯୋଗୁଁ କୌଣସି ପବିତ୍ର ନଦୀରେ ସ୍ନାନ କରିବା ସମ୍ଭବ ନଥିବାରୁ ଆପଣ ଘରେ ସ୍ନାନ କରିବା ପାଣିରେ ଅଳ୍ପ ନଦୀ ଜଳ ଏବଂ ଅଳ୍ପ ତିଳ ମିଶାନ୍ତୁ।

୭ଟି ପବିତ୍ର ନଦୀ ଗଙ୍ଗା,ଯମୁନା,ଗୋଦାବରୀ,ସରସ୍ବତୀ,ସିନ୍ଧୁ ଏବଂ କାବେରୀକୁ ମାନସିକ ଭାବେ ପ୍ରଣାମ କରନ୍ତୁ। ଯେତେବେଳେ କୌଣସି ବ୍ୟକ୍ତି ସଙ୍କଟରେ ଫସିଥାନ୍ତି ସେତେବେଳେ ଏଭଳି ସ୍ନାନ କରିବା ଦ୍ବାରା ତୀର୍ଥ ସ୍ନାନର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ।

ଘରେ କୌଣସି ପ୍ରକାରର ବାହାରର ବାଧା ନଆସିବା ପାଇଁ ଆପଣ ପୁରୁଣା ଫଟା ଜୋତାକୁ ଘରର କୌଣସି କୋଣରେ ଝୁଲାଇ ଦିଅନ୍ତୁ। ଭଡ଼ା ଘର ହୋଇଥିଲେ ଝରକାର ରେଲିଂରେ କଳା ସୂତା ବାନ୍ଧି ଦିଅନ୍ତୁ।

ଆଜି ଅପ୍ରେଲ୍ ୨୨ତାରିଖ ସକାଳ ୫:୨୫ରୁ ଅମାବାସ୍ୟା ତିଥି ଆରମ୍ଭ ହୋଇଯାଇଛି। ଯାହା ଅପ୍ରେଲ୍ ୨୩ତାରିଖ ବୃହସ୍ପତିବାର ସକାଳ ୮ଟା ଯାଏଁ ରହିବ। ଆଜି ସ୍ନାନ,ଦାନ,ବ୍ରତ ଏବଂ ପୂଜା ପାଠ କରାଯିବା ଆବଶ୍ୟକ କିନ୍ତୁ ପଞ୍ଚାଙ୍ଗ ଭେଦ ଏବଂ ନିଜ ନିଜ ମାନ୍ୟତା ଅନୁସାରେ ବହୁତ ସ୍ଥାନରେ ଏହା ଆସନ୍ତା କାଲି ପାଳନ କରାଯିବ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.