ସମାଜରେ ମାନ-ସମ୍ମାନ ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ କରନ୍ତୁ ଏହି କେତୋଟି କାମ
14/11/2019 at 3:27 PM

ମାନ-ସମ୍ମାନ,ପଦ,ପ୍ରତିଷ୍ଠା,ସମାଜରେ ଖ୍ୟାତିଲାଭ କରିବାକୁ ସମସ୍ତେ ଚାହିଁଥାଆନ୍ତି। ଯଦି କିଛି ଉପାୟ ଅବଲମ୍ବନ କରାଯାଏ ତେବେ ଏସବୁ ସହଜରେ ମିଳିବାକୁ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

ସକାଳେ ସ୍ନାନ କରିବା ସମୟରେ ପାଣିରେ ଗୁଡ଼,ସୁନାର ଯେକୌଣସି ବସ୍ତୁ,ହଳଦୀ,ମହୁ,ଚିନି,ଲୁଣ,ହଳଦିଆ ଫୁଲ ଏଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ ପକାଇ ଦିଅନ୍ତୁ। ଫଳରେ ମନ ମୁତାବକ ସମ୍ମାନ ପ୍ରାପ୍ତି ହେବ।

ସକାଳେ ସ୍ନାନ କରି ସାରି ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରନ୍ତୁ।

ସପ୍ତସତୀ ଦୁର୍ଗାଙ୍କ ଦ୍ବାଦଣ ଅଧ୍ୟାୟ ନିୟମିତ ପାଠ କରିବା ଦ୍ବାରା ମନୁଷ୍ୟଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ।

ପ୍ରତିଦିନ ପକ୍ଷୀଙ୍କୁ ଦାନା ଖୁଆନ୍ତୁ , ଏପରି କରିବା ଦ୍ବାରା ସମ୍ମାନ ବୃଦ୍ଧି ହୋଇଥାଏ।

ରାତିରେ ଶୋଇବାବେଳେ ନିଜ ପଲଙ୍କ ତଳେ ଏକ ପାତ୍ରରେ ଅଳ୍ପ ପାଣି ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ଘର ବାହାରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ବାରା ସମାଜରେ ପ୍ରତିଷ୍ଠା ଏବଂ ଯଶ ମିଳିଥାଏ।