କୁଣ୍ଡଳୀରେ ରାହୁ ଦୋଷ ଥିଲେ କରନ୍ତୁ ଏହି ଉପାୟ: ମିଳିବ ମୁକ୍ତି, ଦୂର ହେବ ବାଧା

Published By : Prameya-News7 Bureau | February 21, 2021 IST

ଭୁବନେଶ୍ୱର ୨୧/୦୨ : କୁଣ୍ଡଳୀରେ ରାହୁ ଗ୍ରହ ଥିଲେ ମାନସିକ ଅବସାଦ ହୋଇଥାଏ। ତାଛଡା ଆର୍ଥିକ ସଙ୍କଟ ଏବଂ ଅନ୍ୟ ଗ୍ରହର ମଧ୍ୟ ଡିଷ୍ପ୍ରଭାବ ପଡିଥାଏ। ରାହୁର ଶୁଭ ପ୍ରଭାବ ବ୍ୟକ୍ତିକୁ ରଙ୍କରୁ ରାଜା କରିଦେଇଥାଏ ବୋଲି କୁହାଯାଏ। ଠିକ ସେହିଭଳି ଅଶୁଭ ଫଳ ରାଜାରୁ ରଙ୍କ କରିଦେଇଥାଏ। ରାହୁ ଗ୍ରହ ଭଗବାନ ଭୈରବଙ୍କ ପ୍ରତିନିଧିତ୍ବ କରିଥାଏ। ଜ୍ୟୋତିଷଶାସ୍ତ୍ରରେ ରାହୁ ଗ୍ରହକୁ ପାପୀ ଗ୍ରହ ବୋଲି କୁହାଯାଏ। ଏହା ଜୀବନରେ ବାଧା ସୃଷ୍ଟି କରିଥାଏ। କୁଣ୍ଡଳୀ ଅନୁସାରେ ରାହୁ ଉଭୟ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ। କୁଣ୍ଡଳୀରେ ରାହୁ ଓ କେତୁ ଯୋଗୁଁ କଳସର୍ପ ଦୋଷ ମଧ୍ୟ ଲାଗିଥାଏ।

କୁଣ୍ଡଳୀରେ ରାହୁ ଆସନ୍ତା ଥିଲେ ତା ପାଇଁ କିଛି ଉପାୟ ନିଶ୍ଚୟ କରିବା ଉଚିତ। ନଚେତ ଅନେକ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ରାହୁ ଉପାୟ କରିବା ଦ୍ୱାରା କଷ୍ଟ କିଛି ମାତ୍ରାରେ କମ ହୋଇଯାଇଥାଏ ଓ ବାଧା ଦୂର ହୋଇଥାଏ। ରାହୁ ଗ୍ରହର ଅଶୁଭ ପରିଣାମରୁ ବଞ୍ଚିବା ପାଇଁ ବୁଧବାର ଦିନ ଜବ, ସୋରିଷ, ମୁଦ୍ରା, ସାତ ପ୍ରକାର ଶସ୍ୟ, ନୀଳ କିମ୍ବା ଧୂସର ରଙ୍ଗର କପଡା ଓ କାଚ ବସ୍ତୁ ଦାନ କରନ୍ତୁ। ଗୋମେଦ ରତ୍ନ ଧାରଣ କଲେ ରାହୁ ଦୋଷରୁ ମୁକ୍ତି ମିଳିଥାଏ। ରାହୁ ଦୋଷରୁ ହେଉଥିବା ଜରାବ୍ୟାଧି ବା ରୋଗରୁ ବଞ୍ଚିବାକୁ ରାହୁ ଯନ୍ତ୍ର ପୂଜା କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.