ନାଗପଞ୍ଚମୀ ଦିନ କରନ୍ତୁ ଏହି ଉପାୟ, ସର୍ପଦୋଷରୁ ମିଳିବ ମୁକ୍ତି

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯/୦୭ : ହିନ୍ଦୁ ଧର୍ମରେ ବ୍ରତ, ପର୍ବ ଏବଂ ତିଥିଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଏହି ଦିନ ବିଧି ବିଧାନ ସହିତ ପୂଜା କରିବା ଦ୍ୱାରା ଶୁଭ ଫଳାଫଳ ପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ନାଗପଞ୍ଚମୀର ପବିତ୍ର ଦିନ ପାଳନ କରାଯାଏ । ଏଥର ଏହି ଶୁଭ ଦିନ ଅଗଷ୍ଟ ୧୩ ରେ ପଡୁଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଭୋଳେନାଥଙ୍କ ପ୍ରିୟ ସର୍ପ ଦେବତାଙ୍କୁ କ୍ଷୀର ପିଆଇବା, ତାଙ୍କୁ ପୂଜା କରିବା ଏବଂ କିଛି ଉପାୟ କରିବା ଦ୍ୱାରା ସାପ ଭୟରୁ ମୁକ୍ତି ମିଳିଥାଏ । ଜୀବନରେ ଅନ୍ନ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଚାଲନ୍ତୁ ଜାଣିବା କିଛି ବିଶେଷ ଉପାୟ ବିଷୟରେ ...

{"width":609,"height":361}
PunjabKesari

ଏହି ମନ୍ତ୍ରରେ ସର୍ପଦୋଷ ହେବ ଦୂର :

ଦୈନିକ 'ସର୍ପାପସର୍ପ ଭନ୍ଦ୍ରଂ ତେ ଗଚ୍ଛ ସର୍ପ ମହାବିଷ । ଜନ୍ମେଜୟସ୍ୟ ୟଜ୍ଞାନ୍ତେ ଆସ୍ତିକ ବଚନଂ ସ୍ମର । ଆସ୍ତିକବଚନଂ ସମୃତ୍ୱା ୟଃ ସର୍ପ ନ ନିବର୍ତତେ । ଶତଧା ଭିଦ୍ଦତେ ମୁର୍ଦ୍ଦିନ ଶିଂଶପାବୃକ୍ଷକୋ ୟଥା ।' ମନ୍ତ୍ର ଜପ କରିବା ଦ୍ୱାରା ସାପ ଭୟ ଦୂର ହୋଇଥାଏ । ଏହା ବ୍ୟତୀତ ଘର ସାପ ପଶୁଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଗାଈ ଗୋବରରୁ କରନ୍ତୁ ଏହି ଉପାୟ :

ହିନ୍ଦୁ ଧର୍ମରେ ଗାଈର ଗୋବରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ତେଣୁ ଏହା ପ୍ରତ୍ୟେକ ଶୁଭ ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ନାଗପଞ୍ଚମୀ ଦିନ, ଘରର ମୁଖ୍ୟ ପ୍ରବେଶ ଦ୍ୱାରର ଉଭୟ କାନ୍ଥରେ ଗାଈ ଗୋବରରେ ନାଗ ତିଆରି କରନ୍ତୁ । ତା’ପରେ ଏହି ନାଗ ଉପରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

{"width":608,"height":486}
PunjabKesari

ତମ୍ବାର ନାଗ ନାଗୁଣୀ ସହିତ କରନ୍ତୁ ଏହି ଉପାୟ :

ତମ୍ବାକୁ ଶୁଭ ଧାତୁ ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ନାଗପଞ୍ଚମୀ ଦିନ ନାଗ-ନାଗୁଣୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଥିପାଇଁ ତମ୍ବା ନାଗ-ନାଗୁଣୀଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ । ପୂଜା ପରେ, ଏହି ନାଗ-ନାଗୁଣୀ ଯୋଡିକୁ ଆଲମାରୀ କିମ୍ବା ଆପଣଙ୍କ ଧନ ରଖୁଥିବା ଜାଗାରେ ରଖନ୍ତୁ । ଏହାଦ୍ୱାରା ଦେବୀ ଲକ୍ଷ୍ମୀ ଘରେ ବାସ କରିଥାନ୍ତି । ଆର୍ଥିକ ସ୍ଥିତି ଦୃଢ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.