ହନୁମାନ ଜୟନ୍ତୀରେ କରନ୍ତୁ ଏହି ସରଳ ଉପାୟ, ପୁରାହେବ ସମସ୍ତ ମନୋକାମନା

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪: ୨୭ ଏପ୍ରିଲ ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପବିତ୍ର ପର୍ବ ପାଳନ କରାଯିବ । ପ୍ରଭୁ ହନୁମାନ ସଙ୍କଟ ଏବଂ ଦୁଃଖ ଦୁର କରିଥାନ୍ତି । ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ରାଶିରେ ଶନି ଦେବଙ୍କ ଅଶୁଭ ପ୍ରଭାବ ଦୂର ହୋଇ ଜୀବନ ସୁଖମୟ ହୋଇଥାଏ ।  ତେଣୁ ଏହି ଦିନ କିଛି ବିଶେଷ ଉପାୟକରି ପ୍ରଭୁ ହନୁମାନଙ୍କର ଅପାର କୃପା ପାଇପାରିବେ । ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ଉପାୟଗୁଡିକ...

{"width":627,"height":616}
PunjabKesari

-ହନୁମାନ ଜୟନ୍ତୀର ଶୁଭ ଦିନରେ, ଗୃହର ପୂଜା ସ୍ଥାନରେ ହନୁମାନ ଯନ୍ତ୍ର ସ୍ଥାପନ କରି ପ୍ରତିଦିନ ପୂଜା କରନ୍ତୁ । ଏହା ଘରେ ଉପସ୍ଥିତ ଥିବା ନକାରାତ୍ମକ ଶକ୍ତିକୁ ସକରାତ୍ମକତାରେ ପରିଣତ କରିଥାଏ ।

-ଏହି ଶୁଭ ଦିନରେ, ହନୁମାନ ମନ୍ଦିରକୁ ଯାଇ ତାଙ୍କୁ ସିନ୍ଦୁର ଏବଂ ଜସ୍ମିନ୍ ତେଲ ଅର୍ପଣ କରନ୍ତୁ । ଏଥିସହିତ ଗୁଡ ଏବଂ ଚଣା ଭୋଗ ଭାବରେ ଅର୍ପଣ କରନ୍ତୁ ।

-ପ୍ରଭୁ ବଜରଙ୍ଗ ବାଲି ଲାଲ ରଙ୍ଗକୁ ବହୁତ ଭଲ ପାଆନ୍ତି । ତେଣୁ ହନୁମାନ ଜୟନ୍ତୀ ଦିନ ଜଣେ ବ୍ରାହ୍ମଣଙ୍କୁ ଲାଲ ରଙ୍ଗର ଧୋତି ଅର୍ପଣ କରନ୍ତୁ ।

-ହନୁମାନ ମନ୍ଦିରକୁ ଯାଇ ନାଲି ପତାକା ଚଢାନ୍ତୁ । ଏହାଦ୍ୱାରା ମନୋକାମନା ପୁରା ହେବାସହିତ ଜୀବନ ସୁଖମୟ ହେବ ।

-ଏହି ଦିନ, ହନୁମାନ ମନ୍ଦିରକୁ ଯାଇ ବଜରଙ୍ଗ ବାଲିଙ୍କ ସାମ୍ନାରେ ସୋରିଷ ତେଲର ଏକ ଦୀପ ଏବଂ ଦେଶୀ ଘିଅର ଏକ ଦୀପ ଜଳାନ୍ତୁ ।

- ରାମ ମନ୍ଦିରକୁ ଯାଇ ପ୍ରଥମେ ରାମରକ୍ଷା ସ୍ତ୍ରୋତ ଏବଂ ପରେ ହନୁମାନ ଚାଳିସା ପାଠ କରନ୍ତୁ । ଏହାଦ୍ୱାରା ହନୁମାନଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ ।

-ହନୁମାନ ଜୟନ୍ତୀ ଦିନ ବିଭିନ୍ନ ପ୍ରକାରର ଫଳ ଏବଂ ଅନ୍ୟାନ୍ୟ ଜିନିଷ ବଜରଙ୍ଗ ବାଲିଙ୍କୁ ଭୋଗ ଡଢାନ୍ତୁ । ପରେ ସେହି ଭାଗକୁ କୌଣସି ଗରିବ କିମ୍ବା ଅଭାବୀ ଲୋକଙ୍କୁ ଦାନ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.