ଗୁରୁ ପୂର୍ଣ୍ଣିମା ଦିନ କରନ୍ତୁ ଏହି ସବୁ ଉପାୟ, ବଦଳିଯିବ ଭାଗ୍ୟ

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୦୭ : ପ୍ରତିବର୍ଷ ଆଶାଢ ମାସ ଶୁକ୍ଲ ପକ୍ଷର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ । ଏହି ଦିନ ଗୁରୁମାନଙ୍କୁ ପୂଜା କରିବା ଏବଂ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିବାର ବିଶେଷ ମହତ୍ୱ ରହିଛି । ଚଳିତ ବର୍ଷ ଏହି ପର୍ବ ୨୪ ଜୁଲାଇରେ ପାଳନ କରାଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଏହି ଦିନ କିଛି ବିଶେଷ ଉପାୟ କରାଯାଏ, ତେବେ ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ଏକାଗ୍ରତା, ବୁଦ୍ଧି ଏବଂ ସ୍ମୃତି ଶକ୍ତି ମଧ୍ୟ ବଢିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ...

{"width":637,"height":455}
PunjabKesari

କେସର ତିଳକ :

ଜ୍ୟୋତିଷ ଅନୁଯାୟୀ, ଯଦି ଅପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ ଅର୍ଥାତ କୌଣସି ଲେଖା-ପଢା ମନେ ରହୁ ନଥାଏ, ତେବେ କେସରକୁ ନେଇ ଗଙ୍ଗା ଜଳରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଗୁରୁ ପୂର୍ଣ୍ଣିମା ଠାରୁ ଲଗାତାର ୪୦ ଦିନ ପର୍ଯ୍ୟନ୍ତ ମଥା, ଗଳା ଏବଂ ନାଭିରେ ଲଗାନ୍ତୁ । ଏହା କରିବା ଦ୍ୱାରା ଏକାଗ୍ରତା ଏବଂ ସ୍ମରଣ ଶକ୍ତି ବଢିଥାଏ ।

ଓସ୍ତ ଗଛ ମୂଳରେ ଜଳ ଢାଳନ୍ତୁ :

ଯଦି କୁଣ୍ଡଳୀରେ କୌଣସି ଦୋଷ ରହିଥାଏ ତେବେ ଗୁରୁ ପୂର୍ଣ୍ଣିମା ଦିନ ଓସ୍ତ ଗଛ ମୂଳରେ ଜଳ ଢାଳନ୍ତୁ । ଏହା ସହିତ ଗଛରେ ସାତ ପରସ୍ତ ବ୍ରତ ବାନ୍ଧନ୍ତୁ । ଏହା କରିବା ଦ୍ୱାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ।

କଦଳୀ ଗଛ ଦାନ କରନ୍ତୁ :

ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ଗୁରୁ ପୂର୍ଣ୍ଣିମା ଦିନ ଲକ୍ଷ୍ମୀ-ନାରାୟଣ ମନ୍ଦିରରେ ଦୁଇଟି କଦଳୀ ଗଛ ଦାନ କରନ୍ତୁ । ଏହା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୁର ହୋଇଥାଏ ।

{"width":637,"height":411}
PunjabKesari

ହଳଦୀଆ ବସ୍ତ୍ର କିମ୍ବା ଫୁଲ ଦାନ କରନ୍ତୁ :

ସଠିକ୍ ମାର୍ଗଦର୍ଶନ କିମ୍ବା ଜ୍ଞାନ ପ୍ରାପ୍ତ ପାଇଁ ନିଜ ଗୁରୁଙ୍କୁ ହଳଦୀଆ ବସ୍ତ୍ର, ଫୁଲ ତଥା ହଳଦୀଆ ଉପହାର ପ୍ରଦାନ କରନ୍ତୁ । ଏହା କରିବା ଦ୍ୱାରା ଗୁରୁଙ୍କ ଆଶିର୍ବାଦ ମିଳିଥାଏ ଏବଂ ଜୀବନରେ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ । ଯଦି କାହାର ଗୁରୁ ନଥାଏ ତେବେ ସେମାନେ ଭଗବାନ ଶିବ,ବିଷ୍ଣୁ କିମ୍ବା ଶ୍ରୀ କୃଷ୍ଣଙ୍କୁ ସେ ସମସ୍ତ ଜିନିଷ ଦାନ କରିପାରିବେ।

ଚଉଁରା ମୂଳରେ ମୂଦ୍ରା ପୋତନ୍ତୁ :

ଚାକିରି ମିଳିବାରେ ସମସ୍ୟା ଥିଲେ ସନ୍ଧ୍ୟା ସମୟରେ ନିରଳା ସ୍ଥାନ କିମ୍ବା ଚଉଁରା ମୂଳରେ ଗୋଟିଏ ମୂଦ୍ରାକୁ ପୋତନ୍ତୁ । ମୂଦ୍ରାକୁ ପୋତିବା ପରେ ପଛକୁ ଅନାଇ ଦେଖିବେ ନାହିଁ । ଏହି ଉପାୟ କରିବା ଦ୍ୱାରା ଶୀଘ୍ର ଚାକିରି ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.