ଆପଣଙ୍କ ସ୍ମାର୍ଟଫୋନରେ ଅଧିକ ସ୍ପେଶ୍ କରିବାକୁ ଚାହୁଁଛନ୍ତି କି : ତେବେ ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | May 17, 2019 IST

ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ଏବେ ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିବ। ଅଧିକାଂଶ ଫୋନରେ ୩୨ଜିବି ଏବଂ ୬୪ଜିବି ଇଣ୍ଟରନାଲ ମେମୋରି ରହିଛି। କିନ୍ତୁ ଇଣ୍ଟରନାଲ ମେମୋରି ୮୦%ପ୍ରତିଶତରୁ ଅଧିକ ହେଲେ ଫୋନ୍ ହ୍ୟାଙ୍ଗ୍ ହୋଇଥାଏ। କେତେକ ଟିପ୍ସ ପ୍ରୟୋଗ କରିବା ଦ୍ବାରା ଆପଣ କେବଳ ଇଣ୍ଟରନାଲ ମେମୋରି ଫ୍ରି କରି ପାରିବେ ବରଂ ବାରମ୍ବାର ଫୋନ୍ ହ୍ୟାଙ୍ଗ୍ ହୋଇନଥାଏ।

ଆମେ ବେଳେବେଳେ ଏପରି ଆପ୍ଲିକେସନ ଫୋନରେ ଡାଉନଲୋଡ କରିଥାଉ କିନ୍ତୁ ସେଗୁଡ଼ିକ ବ୍ୟବହାର କରିନଥାଉ। ଏହି ଆପ୍ ଗୁଡ଼ିକ ଫୋନ୍ ମେମୋରିକୁ ଖାଇବା ସହ ବ୍ୟାଟେରୀକୁ ମଧ୍ୟ ଖାଇଥାଏ। ଏହି ଆପଗୁଡ଼ିକୁ ଡିଲିଟ କରି ଦିଅନ୍ତୁ।

ଆଜିକାଲି ସବୁ ସ୍ମାର୍ଟଫୋନରେ ୪କେ ରିଜ୍ୟୋଲୁସନ ଥିବା ଭିଡିଓ ରେକର୍ଡ଼ର ସୁବିଧା ରହିଛି। ଅନ୍ୟ ଭିଡିଓ ତୁଳନାରେ ଏହି ଭିଡିଓର ସାଇଜ ଅଧିକ ହୋଇଥାଏ। ଏହାକୁ ରୋକିବା ପାଇଁ ଏହି ଭିଡିଓକୁ କ୍ଲାଉଡରେ ବ୍ୟାକଅପ୍ ରଖନ୍ତୁ। କିମ୍ବା ଆପଣ ନିଜ ୟୁଟୁବ୍ ଆକାଉଣ୍ଟ କରି ସେଥିରେ ଅପଲୋଡ କରନ୍ତୁ। ଏହା ପରେ ଫୋନରୁ ସେହି ଭିଡିଓ ଗୁଡ଼ିକ ଡିଲିଟ କରି ଦିଅନ୍ତୁ। ଫୋନର ମେମୋରି ମଧ୍ୟ ଫ୍ରି ହୋଇଯିବ ଏବଂ ଆପଣଙ୍କ ଭିଡିଓ ମଧ୍ୟ ସେଫ ରହିବ।

ମୁଖ୍ୟ ମେମୋରି ରାମ୍ ମଧ୍ୟରେ କ୍ୟାଶ୍ ମେମୋରି ଫୋନ୍ କିମ୍ବା କମ୍ପ୍ୟୁଟରର ସିପିୟୁର କାମ କରିଥାଏ। ଏହା ଅତ୍ୟନ୍ତ ଦ୍ରୃତ ବେଗରେ କାମ କରିଥାଏ। ଆପ୍ ଏବଂଓ୍ବେବସାଇଟ୍ ଲୋଡିଙ୍ଗ୍ ଟାଇମ୍ କମ୍ କରିବା ପାଇଁ ବହୁତ ଡାଟା କ୍ୟାଶ୍ କରି ନେଇଥାଏ। ଆମେ ଯେତେବେଳେ କୈାଣସି ଡାଟା ପ୍ରୋସେସ କରିଥାଉ ସେତେବେଳେ ପ୍ରୋସେସର ସେହି ଡାଟାକୁ ପ୍ରଥମେ କ୍ୟାଶ୍ ମେମୋରିରେ ପୁଣି ରାମକୁ ଚେକ୍ କରିଥାଏ। ଯଦି ଆପଣଙ୍କ ଫୋନରେ ଇଣ୍ଟରନାଲ ମେମୋରି କମ୍ ଥାଏ ତେବେ କ୍ୟାଶ ମେମୋରିକୁ ଡିଲିଟ୍ କରି ସ୍ପେଶ୍ ଫ୍ରି କରି ପାରିବେ।

ଯଦି ଆପଣଙ୍କ ଫୋନରେ ଫଟୋ ଅଧିକ ସ୍ପେଶ୍ ନେଉଛି ତେବେ ଏହାକୁ ଅନ୍ୟ ଷ୍ଟୋରେଜ ଯେପରିକି ଗୁଗଲ୍ ଫଟୋ କିମ୍ବା କ୍ଲାଉଡ ଷ୍ଟୋରେଜ ଆପରେ ସେଭ୍ କରି ପାରିବେ। ଏହାପରେ ଫୋନରୁ ଫଟୋଗୁଡ଼ିକୁ ଡିଲିଟ୍ କରି ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.