କାର୍ତ୍ତିକ ପୂର୍ଣ୍ଣିମାରେ ଦାନ ୧୦ ଯଜ୍ଞ ସହ ସମାନ: ନିଶ୍ଚୟ କରନ୍ତୁ ଏହି ଉପାୟ, ଦୂର ହେବ ଆର୍ଥିକ ସମସ୍ୟା, ଋଣରୁ ମିଳିବ ମୁକ୍ତି

Published By : Prameya-News7 Bureau | November 09, 2021 IST

ଭୁବନେଶ୍ୱର ୦୯/୧୧ : ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ଅଛି। ଏହି ଦିନକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଭଗବାନ ଶଙ୍କର ତ୍ରିପୁରାସୁର ନାମକ ଅସୁରର ବଧ କରିଥିଲେ ବୋଲି କୁହାଯାଏ। ଏଥର କାର୍ତ୍ତିକ ପୂର୍ଣ୍ଣିମା ୧୯ ତାରିଖରେ ପଡୁଛି। ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବାର ମହତ୍ତ୍ୱ ରହିଛି। ସ୍ନାନ ସହ ଦୀପଦାନ, ହୋମ, ଦାନ, ତପ ଆଦି ଧାର୍ମିକ କାର୍ଯ୍ୟର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ବିଷ୍ଣୁ ପୁରାଣ ଅନୁସାରେ ଏହି ଦିନ ଭଗବାନ ନାରାୟଣ ମତ୍ସ୍ୟ ଅବତାର ନେଇଥିଲେ।

{"id":541149,"width":626,"height":352,"sizeSlug":"full","linkDestination":"none"}

କାର୍ତ୍ତିକ ପୂର୍ଣ୍ଣିମା ଦିନ ସର୍ବାର୍ଥ ସିଦ୍ଧି ଯୋଗ ଓ ବର୍ଦ୍ଧମାନ ଯୋଗ ମଧ୍ୟ ରହିଛି ଯାହା ସବୁ ଖରାପ ଯୋଗ ଓ ନକ୍ଷତ୍ରକୁ ଦୂର କରିଥାଏ। ଏହି ଶୁଭ ଯୋଗରେ କରାଯାଇଥିବା ଧାର୍ମିକ କାର୍ଯ୍ୟର ହଜାର ଗୁଣ ଫଳ ମିଳିଥାଏ। ଏହି ଦିନ ଉପଛାୟା ଚନ୍ଦ୍ର ଗ୍ରହଣ ମଧ୍ୟ ପଡୁଛି ଯାହା ପୂର୍ଣ୍ଣିମାର ମହତ୍ତ୍ୱକୁ ଆହୁରି ବଢାଇବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହିସବୁ ଉପାୟ କଲେ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଦୀପଦାନ - କାର୍ତ୍ତିକ ପୂର୍ଣ୍ଣିମାରେ ଦୀପଦାନର ବିଶେଷ ମହତ୍ତ୍ୱ ଅଛି। ଏହି ଦିନ ନଦୀରେ ଦୀପଦାନ କଲେ ସବୁ ସଙ୍କଟ ସମାପ୍ତ ହୋଇଥାଏ ଏବଂ ଋଣରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରର ମୁଖ୍ୟଦ୍ଵାରରେ ଆମ୍ବପତ୍ର ତୋରଣ ବାନ୍ଧିବା ମଧ୍ୟ ଶୁଭ ହୋଇଥାଏ।

{"id":541148,"sizeSlug":"full","linkDestination":"none"}

ତୁଳସୀ ପୂଜା - କାର୍ତ୍ତିକ ପୂର୍ଣ୍ଣିମା ଦିନ ଶାଳଗ୍ରାମ ସହ ତୁଳସୀ ପୂଜା କରାଯାଏ। ଏହି ଦିନ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ଅଛି। ଏହି ଦିନ କରାଯାଇଥିବା ସ୍ନାନ, ଦାନ, ଧର୍ମ, ହୋମ, ଯଜ୍ଞ, ଉପାସନା ଆଦିର ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତୁଳସୀ ଚଉଁରା ମୂଳରେ ଦୀପ ଜାଳି ମନୋସ୍କାମନା ପୂରଣ ହେବା ସହ ଦରିଦ୍ରତା ମଧ୍ୟ ଦୂର ହୋଇଥାଏ।

ପୂର୍ଣ୍ଣିମା ବ୍ରତ - ଏହି ଦିନ ବ୍ରତ ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଏହି ଦିନ ବ୍ରତ ପାଳନ କରି ଭଗବାନଙ୍କୁ ସ୍ମରଣ କଲେ ଅଗ୍ନିଷ୍ଟୋମ ଯଜ୍ଞ ସହ ସମାନ ଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ କରି ପ୍ରତ୍ୟେକ ପୂର୍ଣ୍ଣିମା ରାତିରେ ବ୍ରତ ଓ ଜାଗରଣ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ପରେ କାର୍ତ୍ତିକ ବ୍ରତ ପୁରା ହୋଇଥାଏ। ଏହି ଦିନ ସତ୍ୟନାରାୟଣଙ୍କ କଥା ଶୁଣିଲେ ଜୀବନର ସଙ୍କଟ ଦୂର ହୋଇଥାଏ।

ଦାନ - କାର୍ତ୍ତିକ ପୂର୍ଣ୍ଣିମା ଦିନ ଦାନ କରିବା ୧୦ ଯଜ୍ଞ ସହ ସମାନ ଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ ଦାନର ଅଧିକ ମହତ୍ତ୍ୱ ରହିଛି। ଏହି ଦିନ ନିଜ କ୍ଷମତା ଅନୁସାରେ ଅନ୍ନ, ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଦାନ କରିବା ଉଚିତ। ଏହାଦ୍ୱାରା ଘର-ପରିବାରରେ ସୁଖ ସମୃଦ୍ଧି ବଢିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.