ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୫ଟି କାମ, ୨୦୨୦ରେ ରହିବନି ଧନର ଅଭାବ ଏବଂ ଜୀବନରେ ଭରିଯିବ ସୁଖ ଶାନ୍ତି

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର ୨୬।୧୨: ଆଜି ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ବିରଳ ସୂର୍ଯ୍ୟପରାଗ। ଏହା ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରାୟ ୫୮ ବର୍ଷ ପରେ ଏହି ସୂର୍ଯ୍ୟପରାଗ ସ୍ପର୍ଶ କରୁଛି । ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ସ୍ପର୍ଶ କରିବ । ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ । ଏହା ପୂର୍ବରୁ ଏଭଳି ସୂର୍ଯ୍ୟପରାଗ ୧୯୬୨ ମସିହା ଫେବୃଆରୀ ୫ ତାରିଖରେ ହୋଇଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଆଗାମୀ ୨୦୨୦ବର୍ଷକୁ ସୁଖ ଶାନ୍ତିରେ ବିତାଇବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟପରାଗ ପରେ ଏହି ୫ଟି କାମ ନିଶ୍ଚୟ କରନ୍ତୁ ।

{"id":202714,"sizeSlug":"large"}

ସୂର୍ଯ୍ୟପରାଗ ସମୟରେ ରାହୁ-କେତୁଙ୍କୁ ଶାନ୍ତ କରିବାର ଉପାୟ କରିବା ଲାଭଦାୟକ ହୋଇଥାଏ । ଏଭଳି କରିବା ଦ୍ବାରା ରାହୁ-କେତୁ ଶାନ୍ତ ରହିଥାନ୍ତି । ଅନାବଶ୍ୟକୀୟ କଷ୍ଟରୁ ମୁକ୍ତି ମିଳିଥାଏ । ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂରେଇ ରୁହନ୍ତି । ରାହୁ-କେତୁଙ୍କୁ ଶାନ୍ତ କରିବାକୁ ହେଲେ ସୂର୍ଯ୍ୟପରାଗ ସ୍ପର୍ଶ କରିବା ପୂର୍ବରୁ ତେଲ, ରାଶି, କୋଇଲା, କଳା ବସ୍ତ୍ର ଆଦି ଦାନ କରିବା ଉଦ୍ଦେଶ୍ୟରେ ରଖିଦିଅନ୍ତୁ । ପରାଗ ସର୍ବମୋକ୍ଷ ପରେ ସ୍ନାନ ପୂଜା ଆଦି ସାରିବା ପରେ ସେସବୁକୁ କୌଣସି ଅଭାବୀ ଅସହାୟ ଲୋକଙ୍କୁ ଦାନ କରିଦିଅନ୍ତୁ ।

{"id":202715,"width":577,"height":323,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ସମୟରେ ଗାୟତ୍ରୀ ମନ୍ତ୍ର, ସୂର୍ଯ୍ୟ ମନ୍ତ୍ର, ନାରାୟଣ ମନ୍ତ୍ରକୁ ଜପ ଏବଂ ଧ୍ୟାନ କରିବା ବେଶ୍ ଉପଯୋଗୀ ହୋଇଥାଏ । ଏଭଳି କରିବା ଦ୍ବାରା ଜାତକରେ ଥିବା ସମସ୍ତ ଗ୍ରହମାନଙ୍କଠାରୁ ଅଶୁଭ ପ୍ରଭାବ ଦୂର ହୋଇଯାଏ । ଏଭଳି କରିବା ଦ୍ବାରା ଆସନ୍ତା ବର୍ଷରେ ଶୁଭ ଫଳ ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହେବାର ଯୋଗ ମଧ୍ୟ ରହିଛି ।

{"id":202716,"sizeSlug":"large"}

ପରାଗ ସର୍ବମୋକ୍ଷ ପରେ ପବିତ୍ର ନଦୀ ଜଳ ତଥା ଅନ୍ୟ କୌଣସି ଜଳରେ ପବିତ୍ର ଗଙ୍ଗାଜଳ ମିଶାଇ ଗାଧାନ୍ତୁ । ଶାରିରୀକ ଏବଂ ମାନସିକ ଶୁଦ୍ଧି ପାଇଁ ପରାଗ ପରେ ସ୍ନାନ କରିବା ଜରୁରୀ ବୋଲି ଧରାଯାଏ । ସ୍ନାନ କରିବା ପରେ ଭଗବାନ ବିଷ୍ଣୁଙ୍କ ପୂଜା କରି ଦୀପ ଦାନ କରନ୍ତୁ । ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡିଥାଏ । ଜୀବନରେ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ ।

{"id":202717,"sizeSlug":"large"}

ସୂର୍ଯ୍ୟପରାଗ ପରେ ଅନ୍ନ, ବସ୍ତ୍ର ଏବଂ ଧନ ଦାନ କରିବାର ନିୟମ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ବାରା ଜୀବନର ସମସ୍ତ ଚିନ୍ତା ଦୂର ହୋଇଥାଏ । ଏହି ଉପାୟ କରିବା ଦ୍ବାରା ନୂଆ ବର୍ଷରେ ଗ୍ରହ ପୀଡାରୁ ମଧ୍ୟ ମୁକ୍ତି ମିଳିବାର ଯୋଗ ରହିଛି । ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତିର ଯୋଗ ରହିଛି ।

{"id":202718,"sizeSlug":"large"}

ସୂର୍ଯ୍ୟପରାଗ ସମୟରେ ଆପଣଙ୍କ ଇଷ୍ଟ ଦେବାଦେବୀଙ୍କ ମନ୍ତ୍ର ଜପ କରିବା ଲାଭଦାୟକ ଧରାଯାଏ । ଏମାନଙ୍କର ଉପାସନା କରିବା ଦ୍ବାରା ଜୀବନରେ ଉନ୍ନତି ହୋଇଥାଏ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟପରାଗ ହେତୁ ଏହି ଉପାୟରେ ଆଗାମୀ ବର୍ଷକୁ ସୁଖମୟ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.