ଦୁଇ ବାନ୍ଧବୀଙ୍କୁ ହୋଇଗଲା ପ୍ରେମ: ଘରେ ରାଜି ନହେବାରୁ ହୋଇଗଲେ ଫେରାର୍, ଖୁବ୍ ଶୀଘ୍ର କରିଥାନ୍ତେ ଲିଙ୍ଗ ପରିବର୍ତ୍ତନ !

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୫ : ଦୁନିଆରେ ବନ୍ଧୁତା ଏକ ମୂଲ୍ୟବାନ ସମ୍ପର୍କ। ବନ୍ଧୁତା ଠାରୁ ବଳିକି ଆଉ କିଛି ସମ୍ପର୍କ ନାହିଁ । ହେଲେ ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କ ମଧ୍ୟରେ ପ୍ରଗାଢ ତଥା ନିବିଡ ବନ୍ଧୁତା । ହେଲେ ଏହି ବନ୍ଧୁତା କେତେବେଳେ ପ୍ରେମରେ ଗଢି ହୋଇ ଯାଏ ତାହା କେବେ ଜାଣି ହୁଏ ନାହିଁ । କିନ୍ତୁ ଝିଅ ଝିଅ ମଧ୍ୟରେ ଏକ ବନ୍ଧୁତାର ସମ୍ପର୍କଟି କେବେ ପ୍ରେମ ସଂପର୍କରେ ପରିଣତ ହେଲା ତାହା ଜଣା ନଥିଲା ।

ସୂଚନା ଅନୁଯାୟୀ ଦୁହେଁ ପୋଲିସକୁ ଏସମ୍ପର୍କରେ କହିଛନ୍ତି କି  ଆମେ ପରସ୍ପର ବିନା ବଞ୍ଚିପାରିବୁ ନାହିଁ । ପରିବାର ସଦସ୍ୟଙ୍କୁ ଏ ବିଷୟରେ ମଧ୍ୟ କହିଥିଲୁ। କିନ୍ତୁ ଆମର ଭାବନାକୁ କେହି ବୁଝିପାରିଲେ ନାହିଁ । ଆମକୁ ଅଲଗା କରିବା ପାଇଁ ପ୍ରୟାସ କରାଯାଇଥିଲା। ଏଥିପାଇଁ  କୌଣସି ଉପାୟ ନଥିଲା, ତେଣୁ ଘରୁ ବାହାରି ଆସିଥିଲୁ। ଦୁହିଁ ସାଙ୍ଗ ପ୍ରେମରେ ପଡ଼ିଯାଇଥିଲେ । ସେ ନିଜ ଜୀବନକୁ ଏକାଠି ବିତାଇବାକୁ ଇଚ୍ଛା କରିଥିଲେ। ପରିବାର ଏବଂ ସାଙ୍ଗମାନଙ୍କୁ ଏଡ଼ାଇବା ପାଇଁ ସେମାନେ ଲକ୍ଷ୍ମୌକୁ ଚାଲି  ଆସିଥିଲେ । ଦିଲ୍ଲୀର ବାସିନ୍ଦା ଉକ୍ତ ଝିଅଙ୍କ କହିବା ଅନୁଯାୟୀ ସେ ଲିଙ୍ଗ ପରିବର୍ତ୍ତନ କରିବାକୁ ମଧ୍ୟ ଚାହୁଁଥିଲେ। ଏଥିପାଇଁ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିଲେ। ସେ ଆଶା କରିଥିଲେ ଯେ ଲିଙ୍ଗ ପରିବର୍ତ୍ତନ ପରେ ସେ ନିଜ ସାଙ୍ଗ ସହିତ ସୁଖମୟ ଜୀବନ ବିତାଇବେ।

ତେବବେ ଇନ୍ସପେକ୍ଟରଙ୍କ କହିବାନୁସାରେ,ଦିଲ୍ଲୀ ମଡେଲ ଟାଉନ ରାଜପୁରର ୧୯ ବର୍ଷୀୟା ବାଳିକାକୁ  ହରିୟାଣା କେଥଲ ସ୍ଥିତ ରହୁଥିବା ଝିଅଙ୍କ ସହ ଗଢି ଉଠିଥିଲା ବନ୍ଧୁତା । ଆମର ବୟସ  ଏକା ହୋଇଥିବାରୁ ଦୁହେଁ ଅଧିକାଂଶ ସମୟ ଏକାଠି ବିତାଉଥିଲେ । ଏହି ସମୟରେ ଦୁହେଁ ନିକଟରତର ହେବା ସହ  ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ପରିବାର ସଦସ୍ୟ ଖୁସି ନଥିଲେ। ଦୁହିଁଙ୍କୁ ଅଲଗା କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା ।

ଏସବୁକୁ ନେଇ ଅସୁବିଧା ଦେଖି ଦୁହେଁ ଲୌକ୍ଷ୍ମ ଚାଲି ଆସିଥିଲେ। ଦିଲ୍ଲୀ ଆସିବା ପରେ ସାଙ୍ଗମାନେ ମାନକନଗରର ଏକ ଭଡା ଘରେ ରହୁଥିଲେ। ସେଠାରେ ମଧ୍ୟ ସେ କାହାକୁ କିଛି କହି ନଥିଲେ। ସେ କ୍ୱଚିତ୍ ରୁମରୁ ବାହାରକୁ ଆସୁଥିଲେ । ଆଖପାଖରେ କାହାରି ସହ କଥା ହୋଇନଥିଲେ।  ଏବଂ ଦିଲ୍ଲୀ ଓ ହରିୟାଣାର ନିଖୋଜ ଝିଅ ଦୁଇଙ୍କ ପାଇଁ ପରିବାର ଲୋକେ ଏକ ରିପୋର୍ଟ ଦାଖଲ କରିଥିଲେ।

ଏହି ସମୟରେ ଲକ୍ଷ୍ମୌର ଝିଅର ମୋବାଇଲ ଟ୍ରାକିଂରୁ ତାଙ୍କ ସ୍ଥାନ ବିଷୟରେ ଜାଣିବାକୁ ପାଇଥିଲେ । ଏହା ପରେ ଦିଲ୍ଲୀ ମଡେଲ ଟାଉନ ଏବଂ ହରିୟାଣାର କେଥଲ ପୋଲିସ ଷ୍ଟେସନର ମିଶି ପୋଲିସ ଟିମ୍‌ ଲକ୍ଷ୍ମୌକୁ ଆସିଥିଲେ। ସେଠାରେ ଏହି ଟିମ୍ ଡିସିପି ସେଣ୍ଟ୍ରାଲଙ୍କ ସହାୟତା ଲୋଡିଥିଲେ। ଯାହା ପରେ ନୀରିକ୍ଷଣ ମାଧ୍ୟମରେ ଦୁଇ ଝିଅମାନଙ୍କ ରହୁଥିବା ଭଡା ଘର ଦେଖିବାକୁ ମିଳିଥିଲା। ଏହି ଆଧାରରେ ମାନକନଗର ପୋଲିସ ସହିତ ଦିଲ୍ଲୀ ଏବଂ ହରିୟାଣା ପୋଲିସ ବାଳିକାମାନଙ୍କୁ ଉଦ୍ଧାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.