ଶୋଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, କେବେ ବି ଛାଡିବନି ଦାରିଦ୍ର୍ୟ

Published By : Prameya-News7 Bureau | April 26, 2019 IST

ବାସ୍ତୁ ଶାସ୍ତ୍ର ପ୍ରତି ଲୋକଙ୍କ ଆଶ୍ଥା ବଢିବାରେ ଲାଗିଛି । ସାଧାରଣତଃ ଘର ତିଆରି କରିବା ସମୟରେ ବାସ୍ତୁ ଶାସ୍ତ୍ରର ନିୟମକୁ ଧ୍ୟାନରେ ରଖାଯାଉଛି । ଘରର କେଉଁ ସ୍ଥାନରେ କେଉଁ ଜିନିଷ କେଉଁଠି ରହିବ ତାହା ମଧ୍ୟ ବାସ୍ତୁ ନିୟମ ଅନୁସାରେ କରାଯାଉଛି । କେବଳ ଏସବୁରେ ବାସ୍ତୁଶାସ୍ତ୍ରର ନିୟମ ସୀମିତ ରହିନାହିଁ । ଦୈନନ୍ଦିନ ଜୀବନରେ ଆମେ ଯାହା କରୁଛୁ ତାହା ମଧ୍ୟ ବାସ୍ତୁ ନିୟମ ଅନୁସାରେ ହେବା ଦରକାର ବୋଲି କୁହାଯାଏ । ଘର ହେଉ ଅବା ଅଫିସ୍, ଖାଇବା ହେଉ ଅବା ଶୋଇବା ସବୁ ସ୍ଥାନରେ ବାସ୍ତୁଶାସ୍ତ୍ରର ଭୂମିକା ରହିଛି । ଯଦି ଏହି ନିୟମକୁ ପାଳନ କରାଯାଏ ତେବେ ତାହା ବ୍ୟକ୍ତିର ଜୀବନରେ ଉନ୍ନତି ଆଣିବ ।ଯଦି ଏହାକୁ ପାଳନ କରନଯାଏ ତେବେ ଏହାର କୁପ୍ରଭାବ ବ୍ୟକ୍ତିର ଜୀବନ ଉପରେ ମଧ୍ୟ ପଡିଥାଏ ।

ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ଶୋଇବା ପାଇଁ କିଛି ଶାସ୍ତ୍ର ସମ୍ମତ ବିଧି ରହିଛି । ଶୋଇବା ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ ହୋଇଥାଏ । କିଛି ଘଣ୍ଟା ଶୋଇପଡିଲେ ଶରୀରର ସବୁ କ୍ଲାନ୍ତି ଦୂର ହୋଇଯିବା ସହ ପୁରା ଶରୀରକୁ ଆରାମ ମିଳିଥାଏ । ଫଳରେ ଶରୀରକୁ ପୁଣି କାମ କରିବାର ଶକ୍ତି ମିଳିଥାଏ । ଏମିତିରେ ଦେଖିବାକୁ ଗଲେ ଶୋଇବା ପାଇଁ କିଛି ପ୍ରକୃଷ୍ଠ ସମୟ ମଧ୍ୟ ରହିଛି । ମାତ୍ର କେତେକ ସମୟରେ ଏତେ ଜୋରରେ ନିଦ ଲାଗିଥାଏ ଯେ ବ୍ୟକ୍ତି ଯେଉଁଠିବି ଶୋଇଯାଇଥାଏ । କେବେ କେବେ ଆପଣ ଟିଭି ଦେଖିବା ସମୟରେ ଆପଣଙ୍କୁ ନିଦ ଲାଗେ ତ ଆପଣ ବସିଥିବା ସୋଫା ଉପରେ ହିଁ ଶୋଇଯାଇଥାନ୍ତି । କେତେକ ବ୍ୟକ୍ତି ରାତି ସହ ଦିନରେ ମଧ୍ୟ ଶୋଇବାକୁ ପସନ୍ଦ କରିଥାନ୍ତି । ଦିନରେ ଶୋଇବା ସମୟରେ ଆମେ ଅଧିକାଂଶ ସମୟରେ ଶୋଇବା ସ୍ଥାନର ଧ୍ୟାନ ରଖିନଥାଉ ଏବଂ କେଉଁଠି ବି ଶୋଇଯାଉ ।

ଅନୁଚିତ୍ ସ୍ଥାନରେ ଶୋଇବା ଫଳରେ କେତେକ ସମୟରେ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଘରର ଭୁଲ ଦିଗରେ ଶୋଇଥାନ୍ତି ସେମାନଙ୍କୁ ସବୁବେଳେ ଟଙ୍କା ପଇସାର ଅଭାବ ଦେଖାଯାଇଥାଏ । ଆହୁରି ମଧ୍ୟ ଘରେ ଝଗଡା ହେବା ଆରମ୍ଭ ହୋଇଯାଇଥାଏ । ଏଥିପାଇଁ ଆପଣଙ୍କୁ ଉଚିତ୍ ଦିଗରେ ହିଁ ଶୋଇବା ଆବଶ୍ୟକ  ।

ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଶୋଇବା ଉଚିତ୍ ଏବଂ ଅନୁଚିତ୍ :

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଶୋଇବା ଅନୁଚିତ୍ । ଏହି ଦିଗରେ ଘରର ସମସ୍ତ ନକରାତ୍ମକ ଶକ୍ତି ରହିଥାଏ । ଏଥିପାଇଁ ଯଦି ଆପଣ ଏହି ଦିଗରେ ଶୋଉଛନ୍ତି ତେବେ ଆପଣଙ୍କ ଶରୀରରେ ମଧ୍ୟ ନକରାତ୍ମକ ଶକ୍ତି ସକ୍ରିୟ ହୋଇଥାଏ । ଏହା ଫଳରେ ଘରେ ଝଗଡା ହୋଇଥାଏ । କାମରେ ମଧ୍ୟ ମନ ଲାଗିନଥାଏ । ଏହାସହ ଘରେ ମଧ୍ୟ ଦାରିଦ୍ର୍ୟ ଦେଖାଦେଇଥାଏ । ଏଥିପାଇଁ ଏହି ଦିଗରେ ଶୋଇବା ଅନୁଚିତ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଏବଂ ଉତ୍ତର ଦିଗରେ ଶୋଇବା ଶୁଭ ହୋଇଥାଏ । ଏହି ଦିଗରେ ସବୁଠୁ ଅଧିକ ସକରାତ୍ମକ ଶକ୍ତି ରହିଥାଏ । ଏହି ଦିଗରେ ଶୋଇଲେ ମନ ମଧ୍ୟ ସକରାତ୍ମକ ହୋଇଥାଏ । ଏହା ଦ୍ବାରା ଘରେ ଝଗଡା କମ୍ ହୋଇଥାଏ । ଫଳରେ ଆପଣ କାମରେ ଅଧିକ ଫୋକସ କରିପାରିବେ । ଅଧିକ ରୋଜଗାର ପାଇଁ ଆପଣ ଅଧିକ ପରିଶ୍ରମ କରିପାରିବେ । ଏଥିପାଇଁ ଘରର ସମସ୍ତଙ୍କୁ ଏହି ଦିଗରେ ଶୋଇବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.