ଗୁଗୁଲରେ ଭୁଲରେ କରନ୍ତୁ ନାହିଁ ଏହି ୭ଟି କାମ, ହୋଇପାରେ ବଡ ଧରଣର କ୍ଷତି

Published By : Prameya-News7 Bureau | September 19, 2019 IST

ନୂଆଦିଲ୍ଲୀ - ଗୁଗୁରଲେ ସର୍ଚ୍ଚ ଇଞ୍ଜିନରେ ଅନେକ ଲୋକ ଅନେକ କଥା ଖୋଜି ଥାଆନ୍ତି । ଏଥିରେ ବାହାରୁଥିବା ତଥ୍ୟକୁ ଆଖିବୁଜି ବିଶ୍ୱାସ କରିଥାଆନ୍ତି ।ମାତ୍ର ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ କଥା କରିବା ଉଚିତ୍‌ ନୁହେଁ । ଏପରି ୭ଟି ଜିନିଷ ଅଛି ଯାହାକୁ ଗୁଗଲରେ ଆଦୌ କରିବା କଥା ନୁହେଁ ।

ଗୁଗୁଲରେ ଆପଣ ଯାହା ବି ସର୍ଚ୍ଚ କରୁଛନ୍ତି କିମ୍ବା ଖୋଜୁଛନ୍ତି ତାହା ଠିକ୍‌ ବୋଲ କୌଣସି ପ୍ରମାଣ ନାହିଁ ।
କୌଣସି ଜିନିଷ ବାବଦରେ ଜାଣିବା ପାଇଁ ଆମେ ଗୁଗୁଲର ସହାୟତା ନେଇଥାଉ । ଏବେ ଅନେକ ଲୋକଙ୍କର ଅଭ୍ୟାସ ହୋଇଗଲାଣି ସବୁ କିଛି ସର୍ଚ୍ଚ କରିବା ପାଇଁ ଗୁଗୁଲକୁ ବ୍ୟବହାର କରୁଛନ୍ତି । ମାତ୍ର ଏହାକୁ ଗୁଗୁଲ ନିଜେ କରୁନାହିଁ । ନିଜର ସର୍ଚ୍ଚ ଇଞ୍ଜନ ମାଧ୍ୟମରେ ଆମେ ଚାହୁଁ ଥିବା ପ୍ରସଙ୍ଗକୁ ଖୋଜି ଆମ ଆଗରେ ଉପସ୍ଥାପିତ କରୁଛି । ଅନ୍ୟ ଓ୍ବେବସାଇଟର ଲିଙ୍କ ସୋ କରିଥାଏ ।
ଆପଣ ବ୍ୟାଙ୍କମାନଙ୍କର ଅନ୍‌ଲାଇନ୍‌ ଓ୍ୱେବସାଇଟ୍‌ ସର୍ଚ୍ଚ କରିବା ସମୟରେ କେଉଁଟି ସଠିକ୍‌ ଓ୍ୱେବ ସାଇଟା ବା ଫେକ୍‌ ସାଇଟ ନୁହେଁ ତାହା ଭଲକରି ଯା଼ଞ୍ଚ କରନ୍ତୁ । କାରଣ ଅନେକ ଫେକ୍‌ ଓ୍ୱେବସାଇଟ୍‌ ଅବିକଳ ବ୍ୟାଙ୍କର ଅସଲି ଓ୍ୱେବସାଇଟ୍‌ ପରି ଦେଖାଯାଇଥାଏ ।
ନକଲି ଓ୍ୱେବସାଇଟ୍‌ରେ ଭୁଲରେ ଆକାଉଣ୍ଟ ନମ୍ବର କିମ୍ବା ପାସଓାର୍ଡ ଦେଲେ ଏହା ଅସୁବିଧା ହୋଇଥାଏ।

କୌଣସ କମ୍ପାନୀର କଷ୍ଟମର କେୟାର ନମ୍ବର ଖୋଜୁଥିଲ ଅନେକ ଠକ୍‌ ବି ଅବିକଳ କମ୍ପାନୀ ପରି ସାଇଟ୍‌ ଖୋଲି ନିଜ ନମ୍ବର ଦେଇଥାଆନ୍ତି । ବିଭିନ୍ନ ସମୟରେ ଏମାନେ ବ୍ୟବହାରକାରୀଙ୍କୁ ଚୂନ ଲଗାନ୍ତି । ଅନେକ ସ୍କାମ ବି କରିଥାଆନ୍ତି ।

ବିଭିନ୍ନ ଆପ୍‌ସ୍‌ ଓ ସଫ୍ଟଓ୍ୱାର ଡାଉନଲୋଡ କରିବା ସମୟରେ ସାବଧାନ ରୁହନ୍ତୁ ଓ ଏହାର ଅଫିସିଆଲ୍‌ ଓ୍ୱେବସାଇଟ୍‌ରୁ ଆପ୍‌ସ୍‌ ଡାଉନଲୋଡ କରନ୍ତୁ। ନହେଲେ ମାଲଓ୍ୱେୟାର ଡାଉନଲୋଡ କରିପାରନ୍ତି ।

ରୋଗ ଓ ଏହାର ଲକ୍ଷଣ ବିଷୟରେ ସର୍ଚ୍ଚ କରୁଥିଲେ । ଟିକେ ସାବଧାନତା ଅବଲମ୍ବନ କରନ୍ତୁ । କାରଣ ଅନେକ ସମୟରେ ଭୁଲ ତଥ୍ୟ ବି ପାଇ ପାରନ୍ତି ଯାହା ଜଣଙ୍କର ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ ।

ପର୍ସନାଲ ବା ବ୍ୟକ୍ତିଗତ ଆର୍ଥିକ କାରବାର କିମ୍ବା ମାର୍କେଟ ବିଷୟରେ ସର୍ଚ୍ଚ କରୁଥିଲେ ଅତି ସାବଧାନତା ଅବଲମ୍ବନ କରନ୍ତୁ । ନହେଲେ ଆପଣ ଠକାମୀର ଶିକାର ହୋଇ ପାରନ୍ତି ।

ଇ କମର୍ସ ଓ୍ବେବସାଇଟ୍‌ ସର୍ଚ୍ଚ କରୁଥିଲେ ସାବଧାନ ରୁହନ୍ତୁ . କାରଣ ଫେକ୍‌ ପେଜ୍‌ ଏଥିରେ ବହୁତ ଆସିଥାଏ।

ମାଗଣା ଆଣ୍ଟି ଭାଇରସ୍‌ ଖୋଜୁଥିଲେ ଅନେକ ମାଲଓ୍ୱାର ବି ପାଇ ପାରନ୍ତି । ଏଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ ।
କୂପନ କୋ଼ ଡ - ବିଭିନ୍ନ ଡିସ୍‌କାଉଣ୍ଟ କୂପନ ପାଇଁ ସର୍ଚ୍ଚ କରିଥାଆନ୍ତି । ଏପରିକଲେ ଅନେକ ଫେକ୍‌ ସାଇଟ୍‌ରେ ଠକାମୀ କିମ୍ବା ମାଲଓ୍ୱାର ଡାଉନଲୋଡର ଶିକାର ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.