ଭୁଲରେ ବି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ୭ଟି ଜିନିଷ, ଶିକାର ହୋଇପାରନ୍ତି ଠକାମିରେ …

Published By : Prameya-News7 Bureau | September 27, 2019 IST

ନୂଆଦିଲ୍ଲୀ୨୭|୯: ବର୍ତ୍ତମାନ ଡିଜିଟାଲ ଜମାନା ଚାଲିଛି। ସରକାରୀ ଓ ବେସରକାରୀ ସଂସ୍ଥାରେ ଏବେ ଡିଜିଟାଲ ମାଧ୍ୟମରେ ସବୁ କାମ ଚାଲିଛି। ଏପରିକି କୌଣସି ଜଟିଳ ପ୍ରଶ୍ନର ଉତ୍ତର ଜାଣିବା ଲାଗି ଆମେ ଗୁଗଲର ସହାୟତା ନେଇଥାନ୍ତି। ଏପରି କି ବ୍ୟାଙ୍କ, ରିଲିଜିୟନ, ମେଡିକାଲ ଓ ପର୍ସନାଲ ଫାଇନାନ୍ସ ଆଦି ସଂପର୍କରେ ଜାଣିବା ଲାଗି ଗୁଗଲର ସହାୟତା ନେଇଥାନ୍ତି। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଗୁଗଲ ସର୍ଚ୍ଚ ଇଞ୍ଜିନରେ ଖୋଜିବା ଉଚିତ୍‌ ନୁହେଁ  । ଖାସକରି ଏହି ୭ଟି ଜିନିଷକୁ ଭୁଲରେ ବି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ।

୧- ଆପଣଙ୍କ ବ୍ୟାଙ୍କର ଓ୍ବେବସାଇଟ୍‌ ସଂପର୍କରେ ଜାଣିବା ଲାଗି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ଏଥିଲାଗି ସବୁବେଳେ ଆପଣଙ୍କ ବ୍ୟାଙ୍କ ଓ୍ବେବସାଇଟ୍‌ର ଆଇଡି ମନେ ରଖିବା ଉଚିତ୍‌। ଅଧିକାଂଶ ଲୋକ ଗୁଗଲ ସର୍ଚ୍ଚର ରେଜଲ୍ଟ ଉପରେ ଧ୍ୟାନ ନଦେଇ ଭୁଲ​‌ରେ ଅନ୍ୟ ସାଇଟ୍‌ରେ ଗୁପ୍ତ ତଥ୍ୟ ଦେଇଥାନ୍ତି। ଯାହାଫଳରେ ସେମାନେ ଠିକାମିରେ ଶିକାର ହୋଇଥାନ୍ତି।

୨- ଆମେ ବ୍ୟବହାର କରୁଥିବା ଜିନିଷ ଖରାପ ହୋଇଗଲେ  ସାଧାରଣତଃ ସେହି କମ୍ପାନୀର କଷ୍ଟମର କେୟାର ନମ୍ବର ପାଇଁ ଗୁଗଲର ସହାୟତା ନେଇଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଗୁଗଲରେ କମ୍ପାନୀର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତୁ ନାହିଁ। ଅଧିକାଂଶ ଲୋକ ଫ୍ରଡ୍‌ କଷ୍ଟମର କେୟାର ସହ କଥା ହୋଇ ବହୁ ଗୁପ୍ତ ତଥ୍ୟ ଦେଇଥାନ୍ତି। ଯାହାଫଳରେ ଲୋକମାନେ ଠକାମିରେ ଶିକାର ହୋଇଥାନ୍ତି।

୩- କୌଣସି ଆପ୍‌ କିମ୍ବା ସଫ୍ଟଓ୍ବେୟାର ଡାଉନଲୋଡ କରିବା ଲାଗି ଗୁଗୁଲର ସହାୟତା ନିଅନ୍ତୁ ନାହିଁ।

୪- କୌଣସି ରୋଗ ସଂପର୍କରେ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ରୋଗୀଙ୍କ ମେଡିକାଲ ରିପୋର୍ଟ ଆସିବା ପରେ ଗୁଗଲରେ ଔଷଧ ଓ ରୋଗ ସଂପର୍କରେ ଜାଣିବା ଲାଗି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। କାରଣ ବେଳେ ଗୁଗଲରେ ବି ଭୁଲ ତଥ୍ୟ ଦିଆଯାଇଥାଏ। ଏହାକୁ ରୋଗୀଙ୍କ ଶରୀର ଉପରେ ପ୍ରୟୋଗ କରିବା ଦ୍ବାରା ସେ ଅଧିକ ଅସୁସ୍ଥ ହୋଇପଡ଼ିଥାନ୍ତି।

୫- କୌଣସି ସରକାରୀ ଯୋଜନା ସଂପର୍କରେ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। କିଛି ଠକ ସଂସ୍ଥା ଗୁଗଲରେ ସରକାରୀ ସାଇଟ୍‌ ଭଳି ସାଇଟ୍‌ ଖୋଲିଥାନ୍ତି। ଯାହାଫଳରେ ଲୋକଙ୍କୁ ସହଜରେ ଭୂଆଁ ବୁଲାଇ ପାରିବେ।

୬- ଇ-କମର୍ସ ଓ୍ବେବସାଇଟ୍‌ର ଅଫରସ ଓ କୁପନ କୋଡ୍‌ ସଂପର୍କରେ ଗୁଗଲ​‌ରେ ସର୍ଚ୍ଚ କରନ୍ତୁ ନାହିଁ।

୭- ଏହା ବ୍ୟତୀତ ଫ୍ରି ଆଣ୍ଟ୍ରି ଭାଇରସ ଆପ୍‌ ଓ ସଫ୍ଟଓ୍ବେୟାର ଭଳି ଜିନିଷ ସଂପର୍କରେ ଜାଣବା ପାଇଁ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.