Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପୁନର୍ବାର କରନ୍ତୁ ନାହିଁ RT-PCR ଟେଷ୍ଟ, କରୋନା ଟେଷ୍ଟ ପାଇଁ ICMRର ନୂତନ ଆଡଭାଇଜରି ଜାରି

4/05/2021 at 9:15 PM

ନୂଆଦିଲ୍ଲୀ ୦୪।୦୫: ଦେଶରେ କରୋନା ଭାଇରସ୍‌ର ଦ୍ଵିତୀୟ ଲହର ଥମିବାର ନାଁ ନେଉନାହିଁ। ଏହି ସମୟରେ ପ୍ରତି ଦିନ ବଡ ସଂଖ୍ୟାରେ ନୂତନ କେସ୍ ଚିହ୍ନଟ ହେଉଛନ୍ତି। ଏମିତି ସମୟରେ ଦେଶରେ ଟିକାକରଣ ଏବଂ କରୋନା ଟେଷ୍ଟକୁ ନେଇ ଅଭିଯାନ ଜାରି ରହିଛି। ଏହା ମଧ୍ୟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମଙ୍ଗଳବାର କରୋନା ଯାଞ୍ଚକୁ ନେଇ ନୂତନ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଲ୍ୟାବ୍‌ ଉପରୁ ଚାପ କମ କରିବା ପାଇଁ ଆରଟି-ପିସିଆର ଯାଞ୍ଚକୁ କମ କରିବା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସଂଖ୍ୟା ବଢାଇବାକୁ କୁହାଯାଇଛି।

ଆଇସିଏମଆର ଅନୁଯାୟୀ, ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ଵିତୀୟ ଲହର ସମୟରେ ନମୂନା ଯାଞ୍ଚ କରୁଥିବା ପ୍ରୟୋଗଶାଳା ବହୁତ ଚାପରେ କାମ କରୁଛନ୍ତି। ଏମିତିରେ ବଢୁଥିବା କରୋନା କେସଦ୍‌କୁ ଦେଖି ଟେଷ୍ଟ ରିପୋର୍ଟ ଲକ୍ଷ୍ୟ ପୂରା କରିବା କଷ୍ଟକର ହୋଇ ପଡିଛି। କାରଣ ପ୍ରୟୋଗଶାଳାରେ ମଧ୍ୟ କିଛି କର୍ମଚାରୀ ସଂକ୍ରମିତ ହୋଇଛନ୍ତି।

ଆଇସିଏମଆରର ନୂତନ ମାର୍ଗଦର୍ଶିକା

୧ – ଯେଉଁ ଲୋକେ ପ୍ରଥମ ଥରରେ ଆରଟି-ପିସିଆର କିମ୍ଵା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କର ଦ୍ଵିତୀୟ ଥର ଆରଟି-ପିସିଆର ଟେଷ୍ଟ କରିବା ଉଚିତ୍ ନୁହେଁ।

୨ – ହସ୍ପିଟାଲରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଡିସଚାର୍ଜ ହେଉଥିବା ରୋଗୀଙ୍କ ଟେଷ୍ଟ କରିବା ଆବଶ୍ୟକତା ନାହିଁ।

୩ – ଲ୍ୟାବ୍‌ରୁ ଚାପ କମ କରିବା ପାଇଁ ଆନ୍ତଃରାଜ୍ୟ ପରିବହନ କରୁଥିବା ସୁସ୍ଥ ଲୋକଙ୍କ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକକୁ ସଂପୂର୍ଣ୍ଣ ଭାବେ ହଟାଯାଉ।

୪ – ଫ୍ଲୁ  କିମ୍ବା କୋଭିଡ୍ ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ଅନାବଶ୍ୟକ ଯାତ୍ରା ଓ ଆନ୍ତଃରାଜ୍ୟ ଯାତ୍ରାରୁ ନିବୃତ୍ତ ରହିବା ଉଚିତ୍। ଏଥିରେ ସଂକ୍ରମଣର ପ୍ରସାର କମ ହେବ ।

୫ – କରୋନାର କୌଣସି ଲକ୍ଷଣ ନଥିବା ଲୋକଙ୍କୁ ଯାତ୍ରା ସମୟରେ କୋଭିଡ୍ ଗାଇଡଲାଇନ୍‌ର ପାଳନ କରିବାକୁ ପଡିବ।

୬ – ରାଜ୍ୟକୁ ଆରଟି-ପିସିଆର ଟେଷ୍ଟକୁ ମୋବାଇଲ୍ ସିଷ୍ଟମ ଜରିଆରେ  ପ୍ରୋତ୍ସାହିତ କରାଯାଉଛି।

ରାପିଡ୍ ଟେଷ୍ଟ ସମ୍ବନ୍ଧିତ ପ୍ରସ୍ତାବ

୧ – ରାପିଡ୍ ଆଣ୍ଟିଜେନ୍ ଟେଷ୍ଟକୁ ସମସ୍ତ ସରକାରୀ ଓ ଘରୋଇ  ହେଲ୍‌ଥକେୟାର ବାଧ୍ୟତାମୂଳକ କରିବା ଉଚିତ୍।

୨ – ସହର, ଟାଉନ, ଗାଁରେ ଲୋକଙ୍କ ବଡ ମାତ୍ରାରେ ଯାଞ୍ଚ ପାଇଁ ଆରଏଟି ବୁଥ୍ ଲଗାଯାଉ।

୩ – ସହର, ଗାଁ ଗୁଡିକରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବୁଥ୍ ଅନେକ ସ୍ଥାନରେ ଲଗାଯାଉ। ଏଥିପାଇଁ ସ୍କୁଲ-କଲେଜ୍, କମ୍ୟୁନିଟି ସେଣ୍ଟରରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବୁଥ୍ କରାଯାଉ।

୪ – ଏହି ସବୁ ବୁଥ୍ ୨୪ ଘଣ୍ଟା ଓ ସାତ ଦିନ ପାଇଁ କାମ କରୁ।

   Related Posts