Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରର ଏହି ସ୍ଥାନରେ ଲଗାନ୍ତୁ ନାହିଁ ପୂର୍ବଜଙ୍କ ଫଟୋ : ଘଟିବ ଅଶୁଭ

ଘରେ ମୃତକ ପରିବାରଲୋକଙ୍କ ଫଟୋ କେଉଁଠି ଲଗାଯିବା ଉଚିତ୍ ଏବଂ କେଉଁଠି ନ ଲଗାଯିବା ଉଚିତ୍ ଏହା ସମ୍ପର୍କରେ ବାସ୍ତୁ ଶାନ୍ତ୍ରରେ ସ୍ପଷ୍ଟ ଉଲ୍ଲେଖ ମିଳିଛି। ଭୁଲ୍ ସ୍ଥାନରେ ଫଟୋ ଲଗାଇଲେ ଖରାପ ପ୍ରଭାବ ପଡ଼ିଥାଏ। ସେଥିପାଇଁ ପୂର୍ବଜଙ୍କ ଫଟୋକୁ ଉଚିତ୍ ସ୍ଥାନରେ ଲଗାଇବା ଉଚିତ୍।

୧. କେବେ ବି ପରିବାରର ମୃତ ବ୍ୟକ୍ତିଙ୍କ ଚିତ୍ର ଦେବୀ ଓ ଦେବତାଙ୍କ ସହ ଲଗାନ୍ତୁ ନାହିଁ କାରଣ ଦେବୀ କିମ୍ବା ଦେବତା ପୂର୍ବଜଙ୍କଠୁ ମଧ୍ୟ ବଡ଼ ହୋଇଥାଆନ୍ତି। ଏପରି କରିବା ଦ୍ବାରା ଦେବଦୋଷ ହୋଇଥାଏ।

୨. ପୂର୍ବଜଙ୍କ ଫଟୋ ବ୍ରହ୍ମ ଅର୍ଥାତ୍ ମଧ୍ୟବର୍ତ୍ତୀ ସ୍ଥାନରେ କଦାପି ଲଗାଇବା ଅନୁଚିତ୍। କାରଣ ଏହା ଦ୍ବାରା ମାନ ସମ୍ମାନର ହାନି ଘଟିଥାଏ। ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଲଗାଇବା ଦ୍ବାରା ସମ୍ପତ୍ତି ହାନି ହୋଇଥାଏ।

୩.ପୂର୍ବଜଙ୍କ ଫଟୋ ଘରର ସବୁ ସ୍ଥାନରେ ଲଗାଇବା ଅନୁଚିତ୍। ଏହାକୁ ଶୁଭ କୁହାଯାଇନଥାଏ। ଏହା ଦ୍ବାରା ମାନସିକ ଅଶାନ୍ତି ବଢ଼ିଥାଏ।

୪. ଏହା ମଧ୍ୟ କୁହାଯାଏ ଯେ କେବେ ବି ମୃତ ଲୋକଙ୍କ ଫଟୋ ଜୀବିତ ଲୋକଙ୍କ ସହ ଲଗାନ୍ତୁ ନାହିଁ ଫଳରେ ନକରାତ୍ମକତା ବଢ଼ିଥାଏ।

୫. ପୂର୍ବଜଙ୍କ ଫଟୋକୁ ବୈଠକ,ଶୟନ କକ୍ଷ ଏବଂ ରୋଷେଇ ଘରେ ମଧ୍ୟ ଲଗାଇବା ଅନୁଚିତ୍। ଏହା ଦ୍ବାରା ପୂର୍ବଜଙ୍କ ଅପମାନ ହୋଇଥାଏ ଏବଂ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।

ଏଠାରେ ଲଗାନ୍ତୁ ଫଟୋ :

୧. କିଛି ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ପୂଜା-ପାଠର ସ୍ଥାନ ଈଶାନ କୋଣରେ ରହିଛି ତେବେ ପୂର୍ବଜଙ୍କ ଫଟୋ ପୂର୍ବ ଦିଗରେ ଲଗାଇପାରିବେ। ଯଦି ପୂଜା ସ୍ଥଳ ପୂର୍ବ ଦିଗରେ ରହିଛି ତେବେ ଫଟୋ ଈଶାନ କୋଣରେ ଲଗାଇ ପାରିବେ।

୨. ଆପଣ ନିଜ ପୂର୍ବଜଙ୍କ ଫଟୋ ଘରର ଦକ୍ଷିଣ କାନ୍ଥରେ ଲଗାନ୍ତୁ। ଯଦି ଦକ୍ଷିଣ ଦିଗ ମିଳୁନାହିଁ ତେବେ ପଶ୍ଚିମ ଦିଗରେ ମଧ୍ୟ ଲଗାଇ ପାରିବେ। ଅର୍ଥାତ୍ ସେମାନେ ଉତ୍ତର-ପୂର୍ବ ମୁହାଁ ହୋଇ ରହିବେ।

୩. ଘରର କୌଣସି ଗୋଟିଏ ସ୍ଥାନରେ ପୂର୍ବଜଙ୍କ ଫଟୋ ଲଗାନ୍ତୁ ଯେପରି ସେହି ସ୍ଥାନ ଦିଗଦୋଷରୁ ମୁକ୍ତ ହୋଇଥିବେ।

୪. ଯଦି ଫଟୋ ଲଗାଉଛନ୍ତି ତେବେ ଫଟୋ ତଳେ କୌଣସି କାଠର ଷ୍ଟାଣ୍ଡ ଲଗାଇବା ଉଚିତ୍ ଯାହା ଫଳରେ ଫଟୋ ଝୁଲିଥିବା ପରି ଦେଖାଯିବ ନାହିଁ।

1187 Views

   ସମ୍ବନ୍ଧିତ ଖବର