ଆଜି ଭୁବନେଶ୍ୱରରୁ ଗଡ଼ିବନି କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍‌

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର ୭/୮: ମୁମ୍ବାଇରେ ମାତ୍ରାଧିକ ବର୍ଷା ଯୋଗୁଁ ରେଳଧାରଣାରେ ପାଣି ଜମି ରହିଛି । ଫଳରେ ଅଗଷ୍ଟ ୫ ଅର୍ଥାତ ( ବୁଧବାର) ମୁମ୍ବାଇରୁ ଛାଡ଼ିବାକୁ ଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛି । ସଂଯୋଗକାରୀ ଟ୍ରେନ୍‌ ନଥିବାରୁ ଆଜି ଉକ୍ତ ଟ୍ରେନ୍‌ ନ ଆସିବା ଯୋଗୁଁ ଶୁକ୍ରବାର ତଥା ଅଗଷ୍ଟ ୭ ତାରିଖରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.