Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଇଣ୍ଟରନେଟର ସ୍ପିଡ ବଢ଼ାଇବାକୁ ଚାହୁଁଛନ୍ତି କି : ତେବେ ଏହି ଜିନିଷ କରିବାକୁ ଭୁଲନ୍ତୁ ନାହିଁ

21/07/2019 at 3:30 PM

ନୂଆଦିଲ୍ଲୀ ୨୧/୭: ଇଣ୍ଟରନେଟର ସ୍ପିଡକୁ ନେଇ ଲୋକମାନେ ସବୁବେଳେ ଚିନ୍ତିତ ହୋଇଥାଆନ୍ତି। କାରଣ ୪ଜି ସ୍ଲଟ୍ ହେବା ପରେ ମଧ୍ୟ ଫୋନରେ ୪ଜି ସ୍ପିଡ ଆସିନଥାଏ। ଏହାର କାରଣ ବିଷୟରେ ଆଜି ଆମେ ଜାଣିବା।

ଏହି ସମସ୍ୟାର ସମ୍ମୁଖୀନ ଆମେ ସବୁବେଳେ ହୋଇଥାଉ। ୪ଜି ଇଣ୍ଟରନେଟ ହେବା ପରେ ମଧ୍ୟ ଅଧିକ ସ୍ପିଡ ମିଳି ପାରେ ନାହିଁ। ଅନେକ ଥର ଭଲ କନେକ୍ସନ ନେବା ପରେ ମଧ୍ୟ ସ୍ପିଡ ମିଳି ପାରେ ନାହିଁ ଏବଂ ଇଣ୍ଟରନେଟ୍ ସ୍ଲୋ ହୋଇଯାଇଥାଏ। ଯଦି ଆପଣଙ୍କ ପାଖରେ ୪ଜି ଫୋନ୍ ରହିଛି ତେବେ ଅନେକ ସ୍ଥାନରେ ଇଣ୍ଟରନେଟର ସ୍ପିଡ ବଢ଼ିଯାଇଥାଏ କିନ୍ତୁ ଅନେକ ସ୍ଥାନରେ ସିଗନାଲ ପୂରା ନହେବା କାରଣରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାକୁ ଠିକ୍ କରିବା ପାଇଁ ସ୍ମାର୍ଟଫୋନ୍କୁ ଚେକ୍ କରିବା ପାଇଁ ନେଟଓ୍ବାର୍କ ସେଟିଙ୍ଗକୁ ଯିବାକୁ ପଡ଼ିବ। ଏହାପରେ ନେଟଓ୍ବାର୍କରେ ୪ଜିକୁ ସିଲେକ୍ଟ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କୁ ନେଟଓ୍ବାର୍କର ଆକ୍ସେସ ପଏଣ୍ଟରେ ଯାଇ ଏପିଏନରେ କ୍ଲିକ୍ କରିବାକୁ ପଡ଼ିବ।  

ମେନୁରେ ଯାଇ ଏହାକୁ ଡିଫଲ୍ଟ କରନ୍ତୁ ଯାହା ଫଳରେ ଇଣ୍ଟରନେଟ ସ୍ପିଡର ଅଧିକ ଫାଇଦା ମିଳିବ। ଡାଟାର ଉପଯୋଗ କରିବା ପାଇଁ ବ୍ରାଉଜରର ସେଟିଙ୍ଗର ସେଭିଙ୍ଗ ମୋଡକୁ ଅନ୍ କରିବାକୁ ପଡ଼ିବ। ଯାହା ଦ୍ବାରା ଆପଣଙ୍କୁ ବ୍ରାଉଜିଙ୍ଗ କରିବାବେଳେ ଅଧିକ ସମୟ ଆକ୍ସେସ କରିବାକୁ ମିଳିବ। ଯଦି ଆପଣ ଏରୋପ୍ଲେନ ମୋଡ ଅନ କରି ଅଫ କରିଲେ ଆପଣଙ୍କ ସିଗନାଲ ଠିକ ଭାବରେ ଆସିଥାଏ। ଏପରି କରିବା ଦ୍ବାରା ଆପଣ ନିଜ ଫୋନର ନେଟକୁ ଠିକ୍ କରି ପାରିବେ। ଯଦି ନେଟଓ୍ବାର୍କ ଠିକ ଭାବରେ ଆସୁନଥିବ ତେବେ ଏହାର କୈାଣସି ସମାଧାନ ନାହିଁ।

   Related Posts