ଏସବୁ ତଥ୍ୟ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ନଚେତ୍ ହୋଇପାରେ ଜେଲ୍

Published By : Prameya-News7 Bureau | November 17, 2018 IST

ଆଧୁନିକ ଯୁଗ ଏବେ ଇଣ୍ଟରନେଟ୍ ର ଯୁଗ ହୋଇସାରିଛି । ଦୈନନ୍ଦିନ ଜୀବନର ଆମେ ଅଧିକାଂଶ ସମୟରେ ଇଣ୍ଟରନେଟ୍ ଉପରେ ନିର୍ଭର କରୁଛୁ । କୌଣସି ସୂଚନା ପାଇବା ପାଇଁ ବହୁତ ଉପଯୋଗୀ ହେଉଛି ଇଣ୍ଟରନେଟ୍ । ଏହା ସହାଯ୍ୟରେ ଆମେ ଦେଶ-ବିଦେଶରେ ହେଉଥିବା ଘଟଣା ଦୁର୍ଘଟଣା ସମ୍ବନ୍ଧରେ ଜାଣିପାରୁଛୁ । ଗୁଗୁଲ ବିଶ୍ବର ସବୁଠୁ ପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ । ଗୁଗୁଲ ସାହାଯ୍ୟରେ ବ୍ୟବହାରକାରୀ ଯେକୌଣସି ସୂଚନା ପାଇପାରିବେ । ମାତ୍ର ଏଭଳି କିଛି ଜିନିଷ ଅଛି ଯାହାକୁ ସର୍ଚ୍ଚ କରିବାବେଳେ ଆପଣ ଯଦି ଧରାପଡିଲେ ତେବେ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ସେଗୁଡିକ କଣ ଜାଣିବା… ଚାଇଲ୍ଡ ପ୍ରନୋଗ୍ରାଫିକ କଣ୍ଟେଟ : ସବୁ ଦେଶରେ ସରକାର ଆଜିକାଲି ଇଣ୍ଟରନେଟ୍ ରେ ହେଉଥିବା ଚାଇଲ୍ଡ ପ୍ରନୋଗ୍ରାଫି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏଭଳି କଣ୍ଟେଟ ଉପଲବ୍ଧ କରାଉଥିବା ଓ୍ବେବସାଇଟ୍ ଗୁଡିକୁ ମଧ୍ୟ ଶୀଘ୍ର ବନ୍ଦ କରିଦିଆଯାଉଛି । ଭାରତ ସରକାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସମସ୍ତ ଟେଲିକମ ଅପରେଟରମାନଙ୍କୁ ଏଭଳି ଓ୍ବେବସାଇଟ୍ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇସାରିଲେଣି । ତେଣୁ ଯଦି ଆପଣ ଏଭଳି କଣ୍ଟେଟ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ । କେବେହେଲେ ବି ଏଭଳି କଣ୍ଟେଟ ଗୁଗୁଲରେ ସର୍ଚ୍ଚ କରନ୍ତୁନାହିଁ । ପାୟରେସି : ଆଜିକାଲି ପାୟରେସି ଏକ ବଡ ପ୍ରସଙ୍ଗ ହୋଇଗଲାଣି। ପାୟରେସି ଯୋଗୁଁ ବଡ ବଡ କମ୍ପାନୀଗୁଡିକର ବହୁତ କ୍ଷତି ହେଉଛି । କେତେକ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ସହଜରେ ଇଣ୍ଟରନେଟ୍ ରେ ଉପଲବ୍ଧ ହେଉଛି । ଏହା ଫଳରେ ଫିଲ୍ମ ନିର୍ମାତାମାନଙ୍କର ବହୁତ କ୍ଷତି ହେଉଛି । ପାୟରେସି ବିରୋଧରେ ଭାରତ ତଥା ଅନ୍ୟ ଦେଶର ସରକାର କଡା ନିୟମ କରିଛନ୍ତି । ଏମିତିରେ ଯଦି ଆପଣ ଗୁଗୁଲରେ ବ୍ଲକ୍ ହୋଇଥିବା ଏଭଳି କୌଣସି ଓ୍ବେବସାଇଟ୍ କୁ ସର୍ଚ୍ଚ କରି ସେଥିରୁ ଫିଲ୍ମ ଡାଉନଲୋଡ୍ କରିବା ବେଳେ ଧରାପଡୁଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ ।  ତେବେ ଏଥିପ୍ରତି ସବୁବେଳେ ଧ୍ୟାନ ଦିଅନ୍ତୁ । ଆତଙ୍କବାଦୀ ସହ ଜଡିତ କାର୍ଯ୍ୟକଳାପ : ଆତଙ୍କବାଦ ମଧ୍ୟ ବିଶ୍ବ ସୁରକ୍ଷାରେ ବହୁତ ବଡ ପ୍ରସଙ୍ଗ ହୋଇଗଲାଣି । ବର୍ତ୍ତମାନ ସବୁ ଦେଶ ଆତଙ୍କବାଦ ଭଳି ବଡ ସମସ୍ୟା ଯୋଗୁଁ ଚିନ୍ତିତ ଅଛନ୍ତି । ଏମିତିରେ ଯଦି କୌଣସି ବି ବ୍ୟକ୍ତି ଗୁଗୁଲରେ ଆତଙ୍କବାଦୀମାନଙ୍କ ସହ ଜଡିତ କାର୍ଯ୍ୟକଳାପ ସଂପର୍କରେ ସର୍ଚ୍ଚ କରି ସୂଚନା ପାଇବା ପାଇଁ ଚାହୁଁଥାଏ ତେବେ ତାଙ୍କୁ ମଧ୍ୟ ପୋଲିସ ଗିରଫ କରିପାରେ । ଏମିତିରେ ଆପଣ ଏସବୁ ସଂପର୍କରେ ଗୁଗୁଲରେ ସର୍ଚ୍ଚ ନକରିବା ହିଁ ଭଲ ଭଲହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.