Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁରୁବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ : ନଚେତ୍ ପଡ଼ିବେ ଅସୁବିଧାରେ

ଭଗବାନ ବିଷ୍ଣୁଙ୍କ ପୂଜା ଗୁରୁବାର ଦିନ ହୋଇଥାଏ। ଏହି ଦିନ ପୂଜାପାଠର ବିଶେଷ ମହତ୍ତ୍ବ ରହିଛି। ଶାସ୍ତ୍ର ଅନୁସାରେ ଏହାର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଥିବାବେଳେ ଗୁରୁବାରକୁ ନାରାୟଣଙ୍କ ଦିନ ମଧ୍ୟ କୁହାଯାଇଥାଏ। କେବଳ ଏତିକି ନୁହେଁ ଗୁରୁବାରକୁ ସାଇଙ୍କ ଦିନ ବୋଲି ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ବର୍ଣ୍ଣିତ ଅନୁସାରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ମାତ୍ରେ ଭକ୍ତଙ୍କ  ସମସ୍ତ କଷ୍ଟ ହରଣ ହୋଇଥାଏ। ଯେଉଁ ଭକ୍ତମାନେ ଅନ୍ତରରୁ ଭଗବାନ ବିଷ୍ଣୁଙ୍କ ଆରାଧନା କରିଥାନ୍ତି ପ୍ରଭୁ ତାଙ୍କ ପ୍ରତି ପ୍ରସନ୍ନ ହୋଇ ତାଙ୍କର ମନସ୍କାମନା ପୂରଣ କରିଥାନ୍ତି। କିନ୍ତୁ ଶାସ୍ତ୍ରରେ ଏହି ଦିନକୁ ଗୁରୁତ୍ବ ଦେଇ କିଛି କାମ ରହିଛି ଯାହା ଏହି ଦିନ କରିବା ବାଞ୍ଛନୀୟ ହୋଇଥାଏ। ଅନେକ ଲୋକ ଏହା ଜାଣି ନଥାନ୍ତି ସେଥିପାଇଁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ଜାଣନ୍ତୁ ଏହି କାମ ବିଷୟରେ

  • ଗୁରୁବାର ଲକ୍ଷ୍ମୀ ଏବଂ ନାରାୟଣ ଉଭୟଙ୍କ ଏକାଠି ପୂଜା କରିବା ଦ୍ବାରା ଜୀବନରେ ଖୁସି ଆସିଥାଏ ଏବଂ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେବେ ବି ସମସ୍ୟା ହୋଇନଥାଏ। ଏହା ସହିତ ଧନ ବୃଦ୍ଧି ହୋଇଥାଏ।
  • ଗୁରୁ ଗ୍ରହକୁ ଜୀବ ମଧ୍ୟ କୁହାଯାଇଥାଏ। ଗୁରୁବାର ନଖ କାଟିବା ଏବଂ ଶେଭିଙ୍ଗ କରିବା ଦ୍ବାରା ଗୁରୁ ଗ୍ରହ ଦୁର୍ବଳ ହୋଇଥାଏ ଯାହା ଦ୍ବାରା ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
  • ମହିଳାମାନେ ଯଦି ନିଜର ମୁଣ୍ଡ ଧୋଇ ଥାଆନ୍ତି କିମ୍ବା କେଶ କାଟିଥାନ୍ତି ତେବେ ଏହା ଦ୍ବାରା ବୃହସ୍ପତି ଦୁର୍ବଳ ହୋଇଥାଏ ଏବଂ ସ୍ବାମୀ ଏବଂ ସନ୍ତାନଙ୍କ ଉନ୍ନତି ଅଟକି ଯାଇଥାଏ।
  • ଏହି ଦିନ ନଖ ଏବଂ କେଶ କାଟିବା ଅନୁଚିତ୍। ଏହା ଦ୍ବାରା ଆପଣଙ୍କ ଆୟୁ ଏବଂ ଘରର ଆର୍ଥିକ ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ। ଏହା ସହିତ ପୁତ୍ର ମଧ୍ୟ ସଙ୍କଟରେ ପଡ଼ିଥାଏ।
  • ଘର ପୋଛନ୍ତୁ ନାହିଁ। ଘରେ ଅଧିକ ଓଜନ ବିଶିଷ୍ଟ ଲୁଗା ଧୋଇବା ଦ୍ବାରା ଘରର ସଦସ୍ୟଙ୍କ ଶିକ୍ଷା,ଧର୍ମ ଆଦିରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
  • ବାପା,ଗୁରୁ ଏବଂ ସାଧୁ ସନ୍ଥ ବୃହସ୍ପତିଙ୍କ ପ୍ରତିନିଧି କରିଥାନ୍ତି। କେବେ ବି ଏମାନଙ୍କୁ ଅପମାନ କରନ୍ତୁ ନାହିଁ।

541 Views

   ସମ୍ବନ୍ଧିତ ଖବର