Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କାର୍ତ୍ତିକ ପୂର୍ଣ୍ଣିମାରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୮ଟି କାମ

12/11/2019 at 9:46 AM

ହିନ୍ଦୁ ଶାସ୍ତ୍ର ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ସ୍ନାନ ଏବଂ ଦାନକୁ ଅଦିକ ମହତ୍ତ୍ବ ଦିଆଯାଇଥାଏ । କିଛି ନିୟମ ପାଳନ କରିବା ଦ୍ବାରା ଏହି ଦିନଟି ଲାଭପ୍ରଦ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ କିଛି ଜିନିଷ ଉପରେ ଧ୍ୟାନ ରଖିବା ଜରୁରୀ । ସେସବୁ କାମ ନକରିବା ଉଚିତ୍ ।

ବିଳମ୍ବରେ ଉଠିବା :

ଏହି ଦିନ ବିଳମ୍ବରେ ଉଠନ୍ତୁନାହିଁ । କାର୍ତ୍ତିକ ପୂର୍ଣ୍ଣିମାନ ସ୍ନାନକୁ ବହୁତ ଶୁଭ ବୋଲି ଧରାଯାଇଥାଏ । ପ୍ରାତଃ ସମୟରେ ଉଠି ସ୍ନାନ କରିବା ଉଚିତ୍ । ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରନ୍ତୁ ।

ତୁଳସୀ ପତ୍ର ତୋଳନ୍ତୁନାହିଁ :

କାର୍ତ୍ତିକ ପୂର୍ଣ୍ଣିମାରେ ତୁଳସୀ ଗଛର ପୂଜା ମଧ୍ୟ ମହତ୍ବପୂର୍ଣ୍ଣ ହୋଇଥାଏ । ଏହି ଦିନ ତୁଳସୀ ପତ୍ର ତୋଳନ୍ତୁନାହିଁ । ତୁଳସୀ ଗଛକୁ ମଧ୍ୟ ଓପାଡନ୍ତୁ ନାହିଁ ।

ବିରି, ମସୁର ଡାଲି ଖାଆନ୍ତୁନାହିଁ :

ଏହି ଦିନ  ବିରି ଏବଂ ମସୁର ଡାଲି ଖାଆନ୍ତୁନାହିଁ । ଏହା ବ୍ୟତୀତ କଲରା, ବାଇଗଣ ଏବଂ ସବୁଜ ପନିପରିବା ଖାଇବାରୁ ଦୂରେଇ ରହିବା ଉଚିତ୍ ।

ମୁଖ୍ୟ ଦ୍ବାର ଖାଲି ରଖନ୍ତୁ ନାହିଁ :

ଏହି ଦିନ ଘରର ମୁଖ୍ୟ ଦ୍ବାର ଖାଲି ରଖନ୍ତୁନାହିଁ । ମୁଖ୍ୟ ଦ୍ବାରରେ ରଙ୍ଗୋଲି କରନ୍ତୁ ଏବଂ ଆମ୍ବ ପତ୍ରର ତୋରଣ ବାନ୍ଧନ୍ତୁ । ଏଭଳି କରିବା ଶୁଭ ହୋଇଥାଏ ।

ଝଗଡା କରନ୍ତୁନାହିଁ :

କାର୍ତ୍ତିକ ପୂର୍ଣ୍ଣିମା ଦିନକୁ ଆଧ୍ୟାତ୍ମିକତାର ଦିନ ବୋଲି ଧରାଯାଏ । ଏହି ଦିନ ସମସ୍ତ ଦେବାଦେବୀଙ୍କୁ ପ୍ରସନ୍ନ କରିବାକୁ ପୂଜା କରାଯାଇଥାଏ । ଏଥିପାଇଁ ଏହି ଦିନରେ ଘରେ କୌଣସି ପ୍ରକାରର ଝଗଡା, ଗଣ୍ଡଗୋଳ କରନ୍ତୁନାହିଁ । ଶାନ୍ତ ସ୍ବଭାବ ରଖନ୍ତୁ ।

ଆମିଷ ଭୋଜନ କରନ୍ତୁନାହିଁ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ବହୁତ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ । ଏହି ଦିନ ମାଂସ ଭୁଲରେ ବି ଖାଆନ୍ତୁନାହିଁ । ଯଦି ସମ୍ଭବ ତେବେ ଏହି ଦିନ ବିନା ପିଆଜ, ରସୁଣର ଖାଦ୍ୟ ଖାଆନ୍ତୁ । ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଆନ୍ତୁ ।

କାହାର ଅପମାନ କରନ୍ତୁନାହିଁ :

ଏହି ଦିନ ଭୁଲରେ ବି ଅପଶବ୍ଦ କୁହନ୍ତୁ ନାହିଁ କି କାହାରିକୁ ଅପମାନ କରନ୍ତୁ ନାହିଁ । ଭଗବାନ କୌଣସି ବି ରୂପରେ ଆପଣଙ୍କ ସାମ୍ନାକୁ ଆସିଥାଇପାରନ୍ତି ବୋଲି ଧରାଯାଇଥାଏ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ବୁଝି ବିଚାରି କଥା କୁହନ୍ତୁ ।

କାହାରିକୁ ଖାଲି ହାତରେ ଫେରାନ୍ତୁନାହିଁ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ଦାନ-ଦକ୍ଷିଣାର ବହୁତ ମହତ୍ତ୍ବ ରହିଛି । ଏହି ଦିନ କାହାରିକୁ ଖାଲି ହାତରେ ଫେରାନ୍ତୁନାହିଁ । ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ ଏବଂ କିଛି ଦାନ ମଧ୍ୟ କରନ୍ତୁ ।

   Related Posts