Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଇଲେକ୍ଟ୍ରୋନିକ ମୋଡ୍‌ରେ ନେଣଦେଣ ଉପରେ ଲଗାଅ ନାହିଁ ଶୁଳ୍କ, ନେଇଥିଲେ ଗ୍ରାହକଙ୍କୁ ଫେରାଅ ଅର୍ଥ

30/08/2020 at 6:32 PM

ନୂଆଦିଲ୍ଲୀ ୩୦।୦୮: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କୁ ପରାମର୍ଶ ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ ମୋଡରେ ବା ଅନଲାଇନ୍‌ରେ ହେଉଥିବା ନେଣଦେଣ ଉପରେ କୌଣସି ଶୁଳ୍କ ଆଦାୟ କରାନଯାଉ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯଦି କେହି ଶୁଳ୍କ ଆଦାୟ କରେ ତେବେ ଗ୍ରାହକଙ୍କୁ ଉକ୍ତ ଅର୍ଥ ଫେରସ୍ତ କରିବେ। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ୍‌(ସିବିଡିଟି) ରବିବାର ବିଜ୍ଞପ୍ତିରେ ଏହାର ସୂଚନା ଦେଇଛି।

ସିବିଡିଟି ଅନୁଯାୟୀ, ଏହି ପ୍ରସଙ୍ଗ ଉଠାଯାଇଥିଲା ଯେ କିଛି ବ୍ୟାଙ୍କ ୟୁପିଆଇ ଜରିଆରେ ହେବାକୁ ଥିବା ନେଣଦେଣ ଉପରେ ଶୁଳ୍କ ଆଦାୟ କରୁଛନ୍ତି। ନିଶ୍ଚିତ ସଂଖ୍ୟାରେ ମାଗଣା ନେଣଦେଣ ପରେ ବ୍ୟାଙ୍କ ପ୍ରତିଟି ଟ୍ରାଞ୍ଜେକ୍ସନ ଉପରେ ଶୁଳ୍କ ଆଦାୟ କରୁଛି।

ରିଲିଜ୍‌ରେ କୁହାଯାଇଛି, ଇଲେକ୍ଟ୍ରୋନିକ ନେଣଦେଣରେ ଶୁଳ୍କ ଆଦାୟ କରାଯିବା ୨୦୧୯ ଡିସେମ୍ବର ୩୦ର ସର୍କୁଲାର ନମ୍ବର ୩୨/୨୦୧୯ର ଉଲ୍ଲଂଘନ ହେଉଛି, ଯାହାକୁ  ସିବିଡିଟି ସ୍ପଷ୍ଟ କରିବାକୁ ସର୍କୁଲାର ଜାରି କରିଥିଲା ଯେ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ(ପିଏସଏସ) ଆକ୍ଟର ଧାରା ୧୦ଏ ଆଧାରରେ ୨୦୨୦ ଜାନୁଆରୀ ୧ରେ ଇଲେକ୍ଟ୍ରୋନିକ ମୋଡରେ ପେମେଣ୍ଟ ଉପରେ କୌଣସି ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ।

ସିବିଡିଟି କହିଛି ଏଥିପାଇଁ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କକୁ ପରାମର୍ଶ ଦେଇଛି ଯେ ଯଦି ୨୦୨୦ ଜାନୁଆରୀ ୧ରୁ ଗ୍ରାହକଙ୍କଠୁ ଇଲେକ୍ଟ୍ରୋନିକ ମୋଡ୍‌ରେ ନେଣଦେଣ ଉପରେ ଶୁଳ୍କ ଆଦାୟ କରିଛନ୍ତି ତେବେ ତୁରନ୍ତ ଉକ୍ତ ଅର୍ଥ ଫେରସ୍ତ କରନ୍ତୁ। ଏହା ସହିତ ଭବିଷ୍ୟତରେ ଏମିତି ଶୁଳ୍କ ଆଦାୟ ନକରିବାକୁ ମଧ୍ୟ ମନ୍ତ୍ରଣାଳୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

   Related Posts