Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଯଦି ଆପଣ ଘରେ ଅଛି ଗ୍ୟାସ ସିଲିଣ୍ଡର ତା’ହେଲେ ଜାଣନ୍ତୁ ଏହି ତିନୋଟି ନିୟମ…

16/09/2019 at 8:11 PM

ନୂଆଦିଲ୍ଲୀ୧୬|୯: ସାଧାରଣତଃ ଗ୍ୟାସ ସିଲିଣ୍ଡରର ବ୍ୟବହାର ପ୍ରାୟ ଲୋକ ଜାଣିନଥାନ୍ତି। ଯାହାଫଳରେ  ବିଭିନ୍ନ ସମୟରେ ଉପଭୋକ୍ତାମାନେ ଦୁର୍ଘଟଣାରେ ଶିକାର ହୋଇଥାନ୍ତି। ଯଦି ଆପଣ ଘରେ ରହିଛି ଗ୍ୟାସ ସିଲିଣ୍ଡର ତେବେ ଉଜ୍ଜ୍ବଳା ଯୋଜନାର ଅନ୍ତର୍ଗତ ତିନୋଟି ନିୟମ ଜାଣିବା ନିହାତି ଆବଶ୍ୟକ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ବଳା ଯୋଜନାରେ ଅଧିକାଂଶ ପରିବାର ପାଖରେ ଗ୍ୟାସ ସିଲିଣ୍ଡର ପହଞ୍ଚିପାରିଛି। ଏହାସହ ଉଜ୍ଜ୍ବଳା ଯୋଜନା ସହ ଜଡିତ ବହୁ ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ହେଲେ ଗ୍ୟାସ ଉପଭୋକ୍ତା ନୂଆ ନିୟମ ସଂପର୍କରେ ଜାଣି ପାରୁ ନାହାନ୍ତି। ଉଜ୍ଜ୍ବଳା ଯୋଜନାରେ ଅନ୍ତର୍ଗତ ଏହି ତିନୋଟି ନିୟମ ସଂପର୍କରେ ଜାଣନ୍ତୁ।

୧- କୌଣସି ଗ୍ୟାସ ଏଜେନ୍ସି ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର ହୋମ ଡେଲିଭରି ଦେବା ପାଇଁ ଯଦି ମନା କରନ୍ତି।  ତେବେ ଏଜେନ୍ସି ପକ୍ଷରୁ ଆପଣଙ୍କୁ ୧୯ ଟଙ୍କା ୫୦ ପଇସା ରିହାତି ମିଳିବ। ଏଜେନ୍ସି ଏହି ରିହାତି ରାଶି ଉପଭୋକ୍ତାଙ୍କୁ ଦେବା ପାଇଁ ମନା କରନ୍ତି। ତେବେ 18002333555 ଟୋଲ ଫ୍ରି ନମ୍ବରରେ କଲ କରି ଏଜେନ୍ସିଙ୍କ ନାଁରେ ଅଭିଯୋଗ କରିପାରିବେ।

୨- ଯଦି ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ତରର ରେଗୁଲେଟର ଖରାପ ହୋଇଥାଏ। ତେବେ ଖରାପ ରେଗୁଲେଟକୁ ନେଇ ଏଜେନ୍ସି ନୂଆ ରେଗୁଲେଟର ଦେବେ ।ଏଥିପାଇଁ  କାହାକୁ ଟଙ୍କା ଦେବାକୁ ପଡିବ ନାହିଁ। ପୁରୁଣା ରେଗୁଲେଟ ବଦଳରେ ନୂଆ ଆଣିବା ପାଇଁ ସବସ୍କ୍ରିପସ୍‌ନ ଭାଉଚର ଓ ଖରାପ ହୋଇଥିବା ପୁରୁଣା ରେଗୁଲେଟର ଆପଣଙ୍କ ପାଖରେ ଥିବା ଆବଶ୍ୟକ। ଏହି ଦୁଇଟି ମ୍ୟାଚ କଲେ ଏଜେନ୍ସି ଆପଣଙ୍କୁ ନୂଆ ରେଗୁଲେଟର ଦେବେ।

୩-  ଯେଉଁ ଉପଭୋକ୍ତା ଏଲପିଜି ଗ୍ୟାସ ସିଲିଣ୍ଡର କନେକ୍ସନ ନେଇଥିବେ। ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ କାହାର ମୃତ୍ୟୁ ହେଲେ ସେମାନଙ୍କୁ ଏଲପିଜି ପକ୍ଷରୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ରାଶି ପ୍ରଦାନ କରାଯିବ। ଏଥିଲାଗି ପ୍ରଥମେ ସ୍ଥାନୀୟ ଏଜେନ୍ସି ସହ ଯୋଗାଯୋଗ କରିବାକୁ ପଡିବ।

   Related Posts