ନିର୍ବାଚନ ପରେ କ'ଣ ହୁଏ ଇଭଏମଗୁଡିକ : ନିର୍ବାଚନ ଆୟୋଗଙ୍କ ନିୟମ ଜାଣନ୍ତୁ

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫/୫ : ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । ଏହି ନିର୍ବାଚନରେ ଇଭିଏମ ମେସିନକୁ ନେଇ ଅନେକ ଯୁକ୍ତିତର୍କ ହୋଇଥିଲା । ପାଖାପାଖି ୯୦ କୋଟି ଭୋଟରଙ୍କ ପାଇଁ ନିର୍ବାଚନ ଆୟୋଗ ଇଭିଏମ ବ୍ୟବସ୍ଥା କରିଥିଲେ । ଚଳିତ ନିର୍ବାଚନରେ ପାଖାପାଖି ୫୦ କୋଟି ଭୋଟର ଭୋଟ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଇଭିଏମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦଳ ଫଳାଫଳ ଘୋଷଣା ପରେ ନିର୍ବାଚନ ଆୟୋଗଙ୍କ ଅଭିଜ୍ଞତା ଓ ଇଭିଏମ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

{"id":115735,"align":"center","width":585,"height":434}

ନିର୍ବାଚନ ସମ୍ପନ୍ନ ହେବା ପରେ ଏବେ ପ୍ରଶ୍ନ ଉଠିଛି ଯେ, ଏତେଗୁଡାଏ ଇଭିଏମ କଣ କରାଯିବ ? ଏହି ସବୁ ଇଭିଏମକୁ ସମ୍ଭାଳି ରଖାଯାଏ କି ? ଏହି ସବୁ ଇଭିଏମକୁ ପୁଣି ବ୍ୟବହାର କରାଯିବ କି ? ଯଦି ହଁ ତାହେଲେ ତାର ପ୍ରକ୍ରିୟା କଣ ? ଆସନ୍ତୁ ଜାଣିବା ଇଭିଏମ ସହ ଜଡିତ ଏହି ସବୁ ପ୍ରଶ୍ନର ଉତ୍ତର

{"id":115730}

ଇଭିଏମଗୁଡିକୁ କଣ କରାଯାଏ ଜାଣିବା ପୁର୍ବରୁ ଆସନ୍ତୁ ଟିକେ ପଛକୁ ଯିବା । ମତଦାନ ପରେ ଇଭିଏମଗୁଡିକୁ କଡା ସୁରକ୍ଷାରେ ଷ୍ଟ୍ରଙ୍ଗ ରୁମକୁ ନିଆଯାଏ । ଏଠାରେ ଇଭିଏମଗୁଡିକୁ ଅନ୍ଧାରରେ ରଖାଯାଏ । ଯେଉଁଠାରେ ଇଭିଏମ ରଖାଯାଏ ସେଠାରେ କୌଣସି ଇଲେକ୍ଟ୍ରୋନିକ ମେସିନ ରଖାଯାଏନାହିଁ । ମତଗଣନା ପୁରା ହେବା ପରେ କାଗଜପତ୍ର କାମ ପୁରା କରାଯାଇଥାଏ ।

{"id":115731}

ପ୍ରାର୍ଥୀ ବିଜୟୀ ଘୋଷଣା ହେବାପରେ ଇଭିଏମଗୁଡିକୁ ପୁଣିଥରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥାଏ । ଏହି ରୁମକୁ ବନ୍ଦ କରି ପୁଣିଥରେ ସିଲ କରିଦିଆଯାଏ । ଏହି ପ୍ରକ୍ରିୟା ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯାଇଥାଏ । ପ୍ରତିନିଧିଙ୍କ ଦସ୍ତଖତ ମଧ୍ୟ ନିଆଯାଇଥାଏ । ନିର୍ବାଚନ ଆୟୋଗଙ୍କ ଜଣେ ଆଧିକାରୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରାର୍ଥୀଙ୍କୁ ୪୫ ଦିନ ସମୟ ଦିଆଯାଇଥାଏ । ଏହି ଅବଧିବେଳେ ଯଦି ପ୍ରାର୍ଥୀଙ୍କୁ ମତଗଣନା ନେଇ କିଛି ସନ୍ଦେହ ହୁଏ ତାହେଲେ ପ୍ରାର୍ଥୀ ପୁଣିଥରେ ମତଗଣନା ପାଇଁ ଆବେଦନ କରିପାରନ୍ତି । ୪୫ ଦିନ ଅବଧି ପରେ ପୁନର୍ବାର ମତଗଣନା ପାଇଁ ଆବେଦନ କରାଯାଇ ପାରିବନାହିଁ ।

{"id":115732}

ନିର୍ବାଚନ ଆୟୋଗଙ୍କ ଆଉ ଜଣେ ଆଧିକାରୀ କହିଛନ୍ତି ଯେ, ମୋଟ୍ ୪୫ ଦିନ ପର୍ଯ୍ୟନ୍ତ ସେହି ଷ୍ଟ୍ରଙ୍ଗ ରୁମରେ ଇଭିଏମଗୁଡିକୁ ସୁରକ୍ଷାର ସହିତ ରଖାଯାଇଥାଏ । କେନ୍ଦ୍ର ଓ ରାଜ୍ୟ ସୁରକ୍ଷାବଳ ଇଭିଏମର ସୁରକ୍ଷା ଦାୟିତ୍ୱରେ ରୁହନ୍ତି । ୪୫ ଦିନ ପରେ ଇଭିଏମକୁ ପୁରା ସୁରକ୍ଷାର ସହିତ ଷ୍ଟୋରେଜ ରୁମକୁ ନିଆଯାଇଥାଏ । ଏହାପରେ ନିର୍ବାଚନ ଆୟୋଗଙ୍କ ଇଞ୍ଜିନିୟର ଇଭିଏମ ଯାଞ୍ଚ କରନ୍ତି । କେତେକ ପର୍ଯ୍ୟାୟରେ ଏହାର ଯାଞ୍ଚ କରାଯାଇଥାଏ । ସବୁ ଠିକ୍ ଥିବା ଜାଣିବା ପରେ ଇଭିଏମକୁ ଦ୍ୱିତୀୟ ମତଦାନ ପାଇଁ ସକ୍ଷମ ଘୋଷଣା କରାଯାଇଥାଏ । ଏହାପରେ ଆବଶ୍ୟକ ଅନୁଯାୟୀ ଇଭିଏମ ମତଦାନ କେନ୍ଦ୍ରକୁ ପଠାଯାଇଥାଏ ।

{"id":115734}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.